ରାଉରକେଲା: କୁକୁରଙ୍କ ଉତ୍ପାତ ରୋକିବାରେ ରାଉରକେଲା ମହାନଗର ନିଗମ ସମ୍ପୂର୍ଣ୍ଣ ଭାବରେ ବିଫଳ ରହିଛି। ଗତ ରବିବାର 89 ଲୋକଙ୍କୁ କୁକୁର କାମୁଡି ଥିବାବେଳେ ସୋମବାର 141 ଲୋକ କୁକୁର କାମୁଡ଼ା ଯୋଗୁ ରାଉରକେଲା ସରକାରୀ ହସ୍ପିଟାଲକୁ ଆସିଥିଲେ। ଅର୍ଥାତ୍ 2 ଦିନରେ 230 ଲୋକ କୁକୁର କାମୁଡ଼ା ଶିକାର ହୋଇଛନ୍ତି। ମାତ୍ର ପରିସ୍ଥିତିର ମୁକାବିଲା କରିବାରେ ମହାନଗର ନିଗମ କିମ୍ବା ଜିଲ୍ଲା ପ୍ରଶାସନ ବିଫଳ ହୋଇଛି ।
ଏପଟେ ରାଉଲକେଲା ସହରର ବିଭିନ୍ନ ଅଞ୍ଚଳରେ କୁକୁରଙ୍କ ଉତ୍ପାତ ଜାରି ରହିଛି। ତେବେ ଦୁଇ ଦିନ ଧରି ରାଉରକେଲା ସରକାରୀ ହସ୍ପିଟାଲରେ କୁକୁର କାମୁଡ଼ା ଇଞ୍ଜେକ୍ସନ ପାଇଁ ଲୋକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା। ତେବେ ରାଉରକେଲା ସହରରେ କୁକୁରଙ୍କ ସଂଖ୍ୟା ନକମିଲେ ଆଗକୁ ପରିସ୍ଥିତି ମାରାତ୍ମକ ହେବ ବୋଲି ରାଉରକେଲା ସରକାରୀ ହସ୍ପିଟାଲର ନିର୍ଦ୍ଦେଶକ ଡ. ଦିନବନ୍ଧୁ ପଣ୍ଡା କହିଛନ୍ତି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ