ETV Bharat / city

ଷ୍ଟିଲସିଟିରେ ବ୍ୟାପୁଛି କୋରୋନା: ସପ୍ତାହକୁ 2 ଦିନ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ

ସାପ୍ତାହିକ ସଟଡାଉନରେ ସାମିଲ ହେଲା ରାଉରକେଲା । କୋଭିଡ -19 ସଂକ୍ରମଣ ରୋକିବାକୁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ରାଉରକେଲା ସହରକୁ ସପ୍ତାହରେ 2 ଦିନ ଅର୍ଥାତ ଶନିବାର ଓ ରବିବାର ସଟଡାଉନ କରିବାକୁ ଘୋଷଣା କରିଛନ୍ତି ।

ଷ୍ଟିଲସିଟିରେ ବ୍ୟାପୁଛି କୋରୋନା: ସପ୍ତାହକୁ 2 ଦିନ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ
ଷ୍ଟିଲସିଟିରେ ବ୍ୟାପୁଛି କୋରୋନା: ସପ୍ତାହକୁ 2 ଦିନ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ
author img

By

Published : Jul 10, 2020, 9:40 AM IST

Updated : Jul 10, 2020, 10:06 AM IST

ରାଉରକେଲା: ଷ୍ଟିଲ ସିଟିରେ ଭୟଙ୍କର ହେଉଛି କୋରୋନା ସ୍ଥିତି । ଏନେଇ ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ରାଉରକେଲା ସହରକୁ ସପ୍ତାହରେ 2 ଦିନ ସଟଡାଉନ କରିବାକୁ ଘୋଷଣା କରିଛନ୍ତି । ସପ୍ତାହର ଶେଷ ଦିନ ଶନିବାର ଓ ରବିବାର ସଟଡାଉନ ହେବା ନେଇ ସୂଚନା ଦିଆଯାଇଛି ।

ଷ୍ଟିଲସିଟିରେ ବ୍ୟାପୁଛି କୋରୋନା: ସପ୍ତାହକୁ 2 ଦିନ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ
ଷ୍ଟିଲସିଟିରେ ବ୍ୟାପୁଛି କୋରୋନା: ସପ୍ତାହକୁ 2 ଦିନ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ

ଏହା 11 ଜୁଲାଇ ରୁ ଆରମ୍ଭ ହୋଇ 31 ଜୁଲାଇ ପର୍ଯ୍ୟନ୍ତ ଚାଲିବ । ରାଉରକେଲା ସହର ସହ କଳୁଙ୍ଗା ଶିଳ୍ପାଞ୍ଚଳ ଲାଗି ମଧ୍ୟ ସଟଡାଉନ କଟକଣା ଲାଗୁ କରାଯାଇଛି । ତେବେ ଏହି ସଚଡାଉନ ସମୟରେ ଔଷଧ ଦୋକାନ, ମେଡିକାଲ ସେବା ଆଦି ଜାରି ରହିବ । ତେଜରାତି ଏବଂ କ୍ଷୀର କାଉଣ୍ଟର ସକାଳ 6 ରୁ ଦିନ 2ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଏହି ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ।

ରାଉରକେଲା ମହାନଗର ନିଗମ ଅଞ୍ଚଳ, ଇସ୍ପାତ ସହର ତଥା କଳୁଙ୍ଗା ଶିଳ୍ପାଞ୍ଚଳ ପାଇଁ ଏହି ନିର୍ଦ୍ଦେଶ ଲାଗୁ କରାଯାଇଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Last Updated : Jul 10, 2020, 10:06 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.