ରାଉଲକେଲା: ରାଉଲକେଲା ତଙ୍ଗରପାଲ୍ଲୀର ସୋମ୍ରା ବସ୍ତିକୁ ଯାଇ ଲୋକଙ୍କ ସମସ୍ୟା ବୁଝିଥିଲେ ସୁନ୍ଦରଗଡ଼ର ଜିଲ୍ଲାପାଳ ନିଖିଳ ପୱନ କଲ୍ୟାଣ । ବିସ୍ଥାପିତଙ୍କ ଏହି ଗାଁରେ କୌଣସି ମୌଳିକ ସୁବିଧା ନାହିଁ। ବିସ୍ଥାପିତ ନେତା ଲଛୁ ଓରାମ, ମାଙ୍ଗରା ଓରାମ ସହିତ ଅନ୍ୟମାନେ ମଧ୍ୟ ଏଠାରେ ଉପସ୍ଥିତ ଥିଲେ ।
ତେବେ ଜିଲ୍ଲାପାଳଙ୍କ ସମେତ ନେତାମାନେ ତଳେ ବସି ଗ୍ରାମବାସୀଙ୍କ ସମସ୍ୟା ପଚାରି ବୁଝିଥିଲେ । ଏହାପରେ ଅଙ୍ଗନୱାଡ଼ି, ସ୍ବାସ୍ଥ୍ୟକେନ୍ଦ୍ର, ପାଣି, ବିଜୁଳି ସମସ୍ୟାର ସମାଧାନ ପାଇଁ ଆଶ୍ବସନା ଦେବା ସହିତ ଜମିର ପଟ୍ଟା ପ୍ରଦାନ ପାଇଁ ଉଚିତ୍ ପଦକ୍ଷେପ ଗ୍ରହଣ କରିବେ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ।
ବହୁତ ସମୟ ଧରି ଜିଲ୍ଲାପାଳ ଗ୍ରାମବାସୀଙ୍କ ସମସ୍ୟା ଶୁଣିଥିଲେ । ସେହି ଅଞ୍ଚଳରେ ଜମି ମାଫିଆ ସକ୍ରିୟ ହୋଇ ଗାଁରେ ବଡ଼ ବଡ଼ ଜମିର କାଗଜ ପତ୍ର ତିଆରି କରି ସମସ୍ତଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି କରିଥିବା ଅଭିଯୋଗ କରିଥିଲେ ଗ୍ରାମବାସୀ । ଜାତୀୟ ଅନୁସୂଚିତ ଜନଜାତି ଆୟୋଗର ସଭାପତି ଆସି ଏହି ଗାଁର ବିକାଶ ପାଇଁ ବାରମ୍ବାର ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉନଥିବା ଜଣାପଡିଛି ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ