ETV Bharat / city

ଦିଲଶାଦ ଖାନ ହତ୍ୟା ମାମଲାରେ 9 ଅଭିଯୁକ୍ତ ଗିରଫ - ରାଉରକେଲା ଏସପି କେ.ଶିବା ସୁବ୍ରମଣି

ଜୁନ 7 ତାରିଖ ସନ୍ଧ୍ୟାରେ ରାଉରକେଲା ରେଲଓ୍ବେ କୋଲୋନୀରେ ଘଟିଥିବା ଦିଲଶାଦ ଖାନ ହତ୍ୟା ମାମଲାରେ ରାଉରକେଲା ପୋଲିସ 9 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅନ୍ୟ 3 ଜଣଙ୍କୁ ଧରିବକୁ ପୋଲିସ ଵିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।

ଦିଲଶାଦ ଖାନ  ହତ୍ୟା ମାମଲାରେ 9 ଅଭିଯୁକ୍ତ ଗିରଫ

author img

By

Published : Jun 12, 2020, 4:47 PM IST

Updated : Jun 12, 2020, 5:35 PM IST

ରାଉରକେଲା: ଜୁନ 7 ତାରିଖ ସନ୍ଧ୍ୟାରେ ରାଉରକେଲା ରେଲଓ୍ବେ କୋଲୋନୀରେ ଘଟି ଥିବା ଦିଲଶାଦ ଖାନ ହତ୍ୟା ମାମଲାରେ ପୋଲିସକୁ ମିଳିଛି ସଫଳତା । ଏହି ହତ୍ୟା ମାମଲାରେ ରାଉରକେଲା ପୋଲିସ 9 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟି ଥିବା ବେଳେ ଏହି ଘଟଣାରେ ଜଡ଼ିତ ଅନ୍ୟ 3 ଜଣଙ୍କୁ ଧରିବାକୁ ପୋଲିସ ଵିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ।

ଦିଲଶାଦ ଖାନ ହତ୍ୟା ମାମଲାରେ 9 ଅଭିଯୁକ୍ତ ଗିରଫ

ହତ୍ୟାରେ ବ୍ୟବହୃତ ଲୁହାରଡ଼ ସହ ଅନ୍ୟ ମାରଣାସ୍ତ୍ର ପୋଲିସ ଜବତ କରିଛି । ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସାହା ଏବଂ ତା'ର ଭାଇ ସୁରଜ ସାହାଙ୍କ ସମେତ 9 ଜଣ ଗିରଫ ହୋଇଥିବା ବେଳେ ଅନ୍ୟ ମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ରାଉରକେଲା ଏସପି କେ.ଶିବା ସୁବ୍ରମଣି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

dilsad-khan-murder-case-9-accused-arrested-by-rourkela-police
ଫଟୋ ସୌଜନ୍ୟ:ଟ୍ବିଟର@sprourkela

ମୃତକ ଜଣକ 2018ରେ ଜଣେ ହତ୍ୟାକାରୀକୁ ମାଡ ମାରିଥିଲେ । ତାର ପ୍ରତିଶୋଧ ନେବା ପାଇଁ ଅଭିଯୁକ୍ତ ମାନେ ଦିଲସାଦକୁ ବାରମ୍ବାର ହତ୍ୟା ଉଦ୍ୟମ କରିବା ପରେ 7 ତାରିଖରେ ହତ୍ୟାକାଣ୍ଡରେ ସଫଳ ହୋଇଥିଲେ ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Last Updated : Jun 12, 2020, 5:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.