ETV Bharat / city

RGHରେ ଖୋଲିଲା ଡାୟଲିସିସ୍ ୟୁନିଟ୍, ରୋଗୀଙ୍କୁ ମିଳିବ ମାଗଣା ସେବା - RGHରେ ଡାୟଲିସିସ୍ ୟୁନିଟ୍ ଉଦଘାଟିତ

ସହାୟ ଯୋଜନାରେ RGHରେ ଖୋଲିଲା ଡାୟଲିସିସ୍ ୟୁନିଟ । ଏଣିକି କିଡନୀ ରୋଗୀଙ୍କୁ ମିଳିବ ମାଗଣା ସେବା । ଅଧିକ ପଢ଼ନ୍ତୁ...

RGHରେ ଖୋଲିଲା ଡାୟଲିସିସ୍ ୟୁନିଟ୍, ରୋଗୀଙ୍କୁ ମିଳିବ ମାଗଣା ସେବା
RGHରେ ଖୋଲିଲା ଡାୟଲିସିସ୍ ୟୁନିଟ୍, ରୋଗୀଙ୍କୁ ମିଳିବ ମାଗଣା ସେବା
author img

By

Published : Jun 26, 2021, 6:48 AM IST

ସୁନ୍ଦରଗଡ଼: ସହାୟ ଯୋଜନାରେ RGHରେ ଖୋଲିଲା ଡାୟଲିସିସ୍ ୟୁନିଟ । ଏଣିକି କିଡନୀ ରୋଗୀଙ୍କୁ ମିଳିବ ମାଗଣା ସେବା । ମାତୃ ଓ ଶିଶୁ ଚିକିତ୍ସାଳୟ (ଏମସିଏଚ୍) ପରିସରରେ ଏହି ୨୪ ଘଣ୍ଟିଆ ସେବା ମାଗଣାରେ କିଡନୀ ରୋଗୀଙ୍କୁ ମିଳିପାରିବ।

ଶୁକ୍ରବାର ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଏବଂ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏହି ସେବାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ସରକାରଙ୍କ ଉଦ୍ୟମ ଯୋଗୁଁ ଆରଜିଏଚରେ ଡାୟଲିସିସ୍ ୟୁନିଟ୍ ଖୋଲି ପାରିଛି । ଏହି ଅତ୍ୟାଧୁନିକ ବ୍ୟବସ୍ଥା ଯୋଗୁଁ ରାଉରକେଲା ଏବଂ ଆଖପାଖ ଅଞ୍ଚଳର କିଡନୀ ରୋଗୀ ଉପକୃତ ହେବେ। ଡାୟାଲିସିସ୍ ପାଇଁ ରୋଗୀମାନେ ଯେଉଁ ଅସୁବିଧା ଭୋଗୁଥିଲେ ତାହା ଏବେ ଦୂର ହୋଇପାରିବ ।"

RGHରେ ଖୋଲିଲା ଡାୟଲିସିସ୍ ୟୁନିଟ୍, ରୋଗୀଙ୍କୁ ମିଳିବ ମାଗଣା ସେବା

ସେପଟେ ଏହାକୁ ନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ କହିଛନ୍ତି ଯେ, ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାୟାଲିସିସ୍ ସୁବିଧା ରହିଥିଲା । RGHରେ ଏହି ସେବା ଶୁଭାରମ୍ଭ କରାଯାଇଛି । ରୋଗୀମାନେ ଯେପରି ଉନ୍ନତ ମାନର ସ୍ୱାସ୍ଥ୍ୟସେବା ପାଇବେ ସେଥିଲାଗି ପ୍ରଶାସନ ପକ୍ଷରୁ ସବୁବେଳେ ନୂଆ ନୂଆ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ।

ସରକାରୀ ଓ ଘରୋଇ ସହଭାଗିତାରେ (ପିପିପି) RGHରେ ଏହି ଡାୟାଲିସିସ୍ ସେବା ଆରମ୍ଭ କରାଯାଇଛି । ରାହି କେୟାର ପ୍ରାଇଭେଟ୍ ଲିମିଟେଡ୍ ଏହାର ପରିଚାଳନା ଦାୟିତ୍ବ ନେଇଛି । ଡାୟାଲିସିସ ସୁବିଧା ପାଇଁ ICICI ବ୍ୟାଙ୍କ ଫାଉଣ୍ଡେସନ ଏବଂ ଫେୟାର ଫ୍ୟାକ୍ସ ଫାଉଣ୍ଡେସନ ପକ୍ଷରୁ ୪ଟି ମେସିନ RGHକୁ ଯୋଗାଇ ଦିଆଯାଇଛି। ଏଥିପାଇଁ ଡାକ୍ତର, ଲାବୋରେଟୋରି ଟେକ୍ନିସିଆନ ଏବଂ ନର୍ସମାନଙ୍କୁ ନିଯୁକ୍ତ କରାଯାଇଛି । ଏଠାରେ ଦିନକୁ ୭ରୁ ୮ ଜଣ ରୋଗୀଙ୍କର ଡାୟାଲିସିସ୍ ହୋଇପାରିବ।

ଏହି ଉଦଘାଟନୀ କାର୍ଯ୍ୟକ୍ରମରେ RGH ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ କୁମାର ସ୍ୱାଇଁ, ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ଜଗଦ୍ଦୀଶ ଚନ୍ଦ୍ର ବାରିକଙ୍କ ସହ ବହୁ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ରହିଥିଲେ ।

ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.