ETV Bharat / city

ଫନି ପାଇଁ ଫସିଲେ ତୀର୍ଥଯାତ୍ରୀ, ଅଧାରେ ରହିଲା ଜଗନ୍ନାଥ ଦର୍ଶନ - ରାଉରକେଲା

ଫନି ପାଇଁ ହରଡଘଣାରେ ତୀର୍ଥଯାତ୍ରୀ । ଓଡିଶାରେ ଫସି ରହିଛନ୍ତି ୟୁପି ଓ ଦେଶ ବାହାରୁ ଆସିଥିବା ଅନେକ ଯାତ୍ରୀ । ପୁରୀରେ ଜଗନ୍ନାଥ ମହାପ୍ରଭୁଙ୍କୁ ଦେଖିବାକୁ ଆସିଥିଲେ କିନ୍ତୁ ଫନି ଯୋଗୁଁ ରାଉରକେଲା ଷ୍ଟେସନରେ ଅଟକି ରହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : May 3, 2019, 8:57 PM IST

ରାଉରକେଲା: ଫନି ପାଇଁ ହରଡଘଣାରେ ତୀର୍ଥଯାତ୍ରୀ । ଯାହାଫଳରେ ଓଡିଶାରେ ଫସି ରହିଛନ୍ତି ୟୁପି ଓ ଦେଶ ବାହାରୁ ଆସିଥିବା ଅନେକ ଯାତ୍ରୀ । ଏମାନେ ପୁରୀ ପାଇଁ ତୀର୍ଥଯାତ୍ରାରେ ଆସିଥିଲେ କିନ୍ତୁ ଫନି ଯୋଗୁଁ ରାଉରକେଲା ଷ୍ଟେସନରେ ଅଟକି ରହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଫସି ରହିଥିବା ତୀର୍ଥଯାତ୍ରୀଙ୍କ ପାଇଁ ରେଳ ବିଭାଗ ତରଫରୁ କୌଣସି ବ୍ୟବସ୍ଥା କରାଯାଇନାହିଁ। ଏହାସହ ବାତ୍ୟା ବିଷୟରେ କୌଣସି ଖବର ତାଙ୍କ ପାଖରେ ନଥିବା ଯାତ୍ରୀମାନେ ପ୍ରକାଶ କରିଛନ୍ତି।

ସୂଚନା ଅନୁସାରେ, ରାତିରେ ଉତ୍କଳ ଏକ୍ସପ୍ରେସରେ ରାଉରକେଲା ଆସିବାପରେ ଘୋଷଣା କରାଯାଇଥିଲା କି ପୁରୀ ରେ ପ୍ରଳୟଙ୍କରୀ ବାତ୍ୟା ଫନି ଯୋଗୁଁ ଟ୍ରେନ ସେବାକୁ ବାତିଲ କରାଯାଇଛି।

ଏହାପରେ ରାତିରୁ ଶତାଧିକ ମହିଳା ପୁରୁଷ ଷ୍ଟେସନରେ ବର୍ଷା,ଶୀତରେ ପଡି ରହିଛନ୍ତି। ପୁରୀରୁ ଅନ୍ୟ ଟ୍ରେନରେ ମଧ୍ୟ ଟିକେଟ କରିଛନ୍ତି କିନ୍ତୁ ରେଲୱେ କିଛି ସହାୟତା କରୁନଥିବାରୁ ଟିକେଟ ଥାଇ ମଧ୍ୟ ଯାତ୍ରୀ କଷ୍ଟ ଭୋଗୁଛନ୍ତି।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ଆସନ୍ତାକାଲି ସକାଳେ ଓଡିଶା ଛାଡିବ ଫୋନି। ଏବେ ଓଡ଼ିଶାର କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାରେ ଫୋନିର ପ୍ରଭାବ ରହିଛି। ପରେ ଏହା ପଶ୍ଚିମବଙ୍ଗ ଆଡକୁ କ୍ରମଶଃ ଗତି କରିବ। ଆଇଏମଡି ଆକଳନ ଅନୁସାରେ
ସକାଳ 8ରୁ10ଟା ଭିତରେ ସୃଷ୍ଟି ଝଡ ର 175 କିମି ଥିଲା। ସର୍ବାଧିକ 200କିମି ଘଣ୍ଟା ପ୍ରତି ବେଗ ରହିଥିଲା। ପୁରୀ ପରେ ଖୋର୍ଦ୍ଧା, ଭୁବନେଶ୍ୱର ରୁ କଟକ ଗତି କରିଥିଲା। ଏସବୁ ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। ରାସ୍ତା ଉପରେ ଗଛ ଭଙ୍ଗିଛି। କଚ୍ଛ ଘର, ପୁରୁଣା ଘର ଭାଙ୍ଗି ଯାଇଛି। ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଛି। ଏହାକୁ ତ୍ବରାନ୍ବିତ କରାଯାଉଛି। ଟେଲିକମ ଟାୱାର ଖରାପ, ପୁରୀରେ କାମ କରୁନି। ରବି ଫସଲ ପ୍ରଭାବିତ ହୋଇଛି। ଜିଲ୍ଲାପାଳ ଙ୍କୁ ରିପୋର୍ଟ ମାଗିଛୁ। କାଜୁଆଳିଟି ରିପୋର୍ଟ ମିଳିନି। ସାଇକ୍ଲୋନ ଶେଲ୍ଟେରରେ ଜଣେ ବୃଦ୍ଧାଞ୍ଜ ହୃଦ୍ଘାଟରେ ମୃତ୍ୟୁ ହୋଇଛି। ଅନେକ ପଦକ୍ଷେପ ନେଇଥିଲୁ। 11.59 ଲକ୍ଷ ଲୋକ ସୁରକ୍ଷିତ ରହିଥିଲେ। ଭୁବନେଶ୍ୱର ରେ ପବନର ବେଗ ମପଯାଇପାରି ନାହିଁ। ଚନ୍ଦ୍ରଭାଗରୁ ପୁରୀ ମଧ୍ୟରେ ଲାଣ୍ଡଫଲ କରିଛି। 

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.