ETV Bharat / city

ଶହୀଦ ଦିବସକୁ ନିର୍ମଳ ମୁଣ୍ଡା ଜୟନ୍ତୀ ଭାବେ ପାଳିବ ରାଉରକେଲା ଇସ୍ପାତ କାରଖାନା

ପ୍ରତିବର୍ଷ ଏପ୍ରିଲ 25କୁ ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ ଜିଲ୍ଲା ଶହୀଦ ଦିବସ ରୂପେ ପାଳନ କରୁଥିବା ବେଳେ ରାଉରକେଲା ଇସ୍ପାତ କାରଖାନା ଏହି ଦିବସକୁ ନିର୍ମଳ ମୁଣ୍ଡା ଜୟନ୍ତୀ ରୂପେ ପାଳନ କରିବାକୁ ସୀମିତ ଛୁଟିଦିନ ସୂଚୀରେ ରଖିଛି ।

author img

By

Published : Mar 9, 2020, 9:33 PM IST

complain against rourkela steel plant
ସହିଦ ଦିବସକୁ ନିର୍ମଳ ମୁଣ୍ଡା ଜୟନ୍ତୀ ରୂପେ ପାଳିବ ରାଉରକେଲା ଇସ୍ପାତ କାରଖାନା

ରାଉରକେଲା: ଶହୀଦ ଦିବସକୁ ନିର୍ମଳ ମୁଣ୍ଡା ଜୟନ୍ତୀ ରୂପେ ପାଳିବ ରାଉରକେଲା ଇସ୍ପାତ କାରଖାନା । ପ୍ରତିବର୍ଷ ଏପ୍ରିଲ 25କୁ ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ ଜିଲ୍ଲା ଶହୀଦ ଦିବସ ରୂପେ ପାଳନ କରୁଥିବା ବେଳେ ରାଉରକେଲା ଇସ୍ପାତ କାରଖାନା ଏହି ଦିବସକୁ ନିର୍ମଳ ମୁଣ୍ଡା ଜୟନ୍ତୀ ରୂପେ ପାଳନ କରିବାକୁ ସୀମିତ ଛୁଟିଦିନ ସୂଚୀରେ ରଖିଛି ।

ସୂଚନା ଅନୁଯାୟୀ, ଓଡିଶାର ଦ୍ଵିତୀୟ ଜାଲିୱାନାବାଗ ସୁନ୍ଦରଗଡ଼ ଜିଲ୍ଲାର ସିମକୋରେ ରହିଛି। ଏହି ଗୁଳିକାଣ୍ଡରେ ମୃତ୍ୟୁବରଣ କରିଥିବା ଲୋକଙ୍କୁ ଏପର୍ଯ୍ୟନ୍ତ ସ୍ବାଧୀନତା ସଂଗ୍ରାମୀ ମାନ୍ୟତା ମିଳିନଥିବା ବେଳେ ରାଉରକେଲା ଇସ୍ପାତ କାରଖାନା ଏହି ଦିବସକୁ ନିର୍ମଳ ମୁଣ୍ଡା ଜୟନ୍ତୀ ରୂପେ ପାଳନ କରିବାକୁ ସୀମିତ ଛୁଟିଦିନ ସୂଚୀରେ ରଖିଛି ।

ତେବେ ଗତ 1939 ମସିହା ଏପ୍ରିଲ 25ରେ ହୋଇଥିବା ଏହି ଗୁଳିକାଣ୍ଡରେ ନିର୍ମଳ ମୁଣ୍ଡାଙ୍କୁ ଗିରଫ କରାଯାଇଥିଲା ଓ ସ୍ବାଧୀନତା ପରେ ତାଙ୍କୁ ଜେଲରୁ ଛଡାଯାଇଥିଲା। ପରେ ସେ ବିଶ୍ରା ନିର୍ବାଚନ ମଣ୍ଡଳୀରୁ ଝାଡଖଣ୍ଡ ପାର୍ଟିର ବିଧାୟକ ହୋଇଥିଲେ।

ତେବେ ଇସ୍ପାତ କାରଖାନା ଏହାକୁ ନିର୍ମଳ ମୁଣ୍ଡା ଜୟନ୍ତୀ ବୋଲି ମାନିବା ଆଦିବାସୀ ସ୍ବାଧୀନତା ସଂଗ୍ରାମୀ ପ୍ରତି ଅପମାନ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.