ETV Bharat / city

ରାସ୍ତା ଜାମ ଯୋଗୁଁ ଚାଲିଗଲା ନିରୀହ ଶିଶୁର ଜୀବନ - ଚାଲିଗଲା ନିରୀହ ଶିଶୁର ଜୀବନ

ସୁନ୍ଦରଗଡର କେବଲାଙ୍ଗ ଥାନା ଅନ୍ତର୍ଗତ ଗଗନାପୋଷ ଗ୍ରାମରେ ରାସ୍ତା ଜାମ୍‌ ପାଇଁ ଚାଲିଗଲା ନିରୀହ ଶିଶୁର ଜୀବନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Aug 9, 2019, 2:53 PM IST

ରାଉରକେଲା: ରାସ୍ତା ଜାମ୍‌ ପାଇଁ ଚାଲିଗଲା ନିରୀହ ଶିଶୁର ଜୀବନ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡର କେବଲାଙ୍ଗ ଥାନା ଅନ୍ତର୍ଗତ ଗଗନାପୋଷ ଗ୍ରାମରେ । କେବଲାଙ୍ଗ ପୋଲିସ ଡାକ୍ତରଖାନା ପହଞ୍ଚି ଶବ ଜବତ କରିବା ସହ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛି ।

ଆଦିବାସୀ ଅଧ୍ୟୁଷିତ ଗଗନାପୋଷ ଗ୍ରାମରୁ ଲହୁଣୀପଡା ଆସିବା ପାଇଁ ହେଲେ କଲେଇପୋଷରୁ ବରସୁଆଁକୁ ସଂଯୋଗ କରୁଥିବା ରାସ୍ତାହିଁ ଏକମାତ୍ର ସାହା ଭରସା । ହେଲେ ଗତକାଲି ରାସ୍ତା ଜାମ ପାଇଁ ଏକ ନିରୀହ ଶିଶୁର ଜୀବନ ଦୀପ ଲିଭିଯାଇଥିବା ଜଣାପଡିଛି ।

ଗତକାଲି ଗଗନାପୋଷ ଗ୍ରାମର ଉପେନ୍ଦ୍ର ମୁଣ୍ତାଙ୍କ ପୁଅ ରୋହନ ମୁଣ୍ଡାକୁ (5) ଏକ ଚିତି ସାପ କାମୁଡି ଦେଇଥିଲା । ଫଳରେ ଘର ଲୋକ ଏକ ଅଟୋ କରି ଲହୁଣୀପଡା ଡାକ୍ତରଖାନାକୁ ନେବା ପାଇଁ ବାହାରିଥିଲେ । ରାସ୍ତାରେ ଭାରି ଯାନ ପାଇଁ ଜାମ ଥିବାରୁ ଡାକ୍ତରଖାନାରେ ପହଞ୍ଚିବା ପାଇଁ ବିଳମ୍ବ ହୋଇଥିଲା । ଫଳରେ ଡାକ୍ତରଖାନା ପହଞ୍ଚିବା ଆଗରୁ ରୋହନର ମୁତ୍ୟୁ ହୋଇଥିଲା।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାସ୍ତା ଜାମ ଯୋଗୁଁ ଚାଲିଗଲା ନିରୀହ ଶିଶୁ ର ଜୀବନ। ରାଉରକେଲା- ସୁନ୍ଦରଗଡ ଜିଲ୍ଲା କେବଲାଙ୍ଗ ଥାନା ଅନ୍ତର୍ଗତ ଗଗନାପୋଷ ଗ୍ରାମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ବେଶ ପରିଚିତ । ଗମନା ଗମନର ଦୃଷ୍ଟିକୁ ବିଚାରକୁ ନେଲେ ଗଗନାପୋଷ ଗ୍ରାମରୁ ଲହୁଣୀପଡା ଆସିବା ପାଇଁ ହେଲେ କଲେଇପୋଷ ରୁ ବରସୁଆଁକୁ ସଂଯୋଗ କରୁଥିବା ରାସ୍ତାହିଁ ଏକମାତ୍ର ଭରସା । ହେଲେ ଗତକାଲି ରାସ୍ତା ଜାମ ପାଇଁ ଏକ ନିରୀହ ଶିଶୁର ଜୀବନ ଦୀପ ଲିଭିଯାଇଥିବା ଜଣାପଡିଛି। Body:ଗତ କାଲି ଗଗନା ପୋଷ ଗ୍ରାମର ରୋହନ ମୁଣ୍ଡା (5) ପିତା ଉପେନ୍ଦ୍ର ମୁଣ୍ତାକୁ ଏକ ଚିତି ସାପ କାମୁଡି ଦେବାରୁ ଘର ଲୋକ ଏକ ଅଟୋ ଭଡା କରି ଲହୁଣୀପଡା ଡାକ୍ତରଖାନା କୁ ନେବା ପାଇଁ ବାହାରି ଥିଲେ କିନ୍ତୁ ରାସ୍ତାରେ ଭାରୀଯାନ ପାଇଁ ରାସ୍ତା ଜାମ ହୋଇଥିବାରୁ ଡାକ୍ତର ଖାନାରେ ପହଂଚିବା ପାଇଁ ଅତ୍ୟଧିକ ଡେରି ହୋଇଥିବାରୁ ବାଳକର ଡାକ୍ତର ଖାନା ପହଞ୍ଚି ବା ଆଗରୁ ମୁତ୍ୟୁ ହୋଇଥିବାର ଡାକ୍ତର କହିଛନ୍ତି।Conclusion:
କେବଲାଙ୍ଗ ପୋଲିସ ଡାକ୍ତର ଖାନା ପହଞ୍ଚି ଶବ ଜବତ କରିବା ସହ ଏକ ଅପମୂର୍ତ୍ୟୁ ମାମଲା ରୁଜ୍ଜୁ କରିଥିବା ଜଣାପଡିଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.