ETV Bharat / city

ଖଟିଆରେ 7 କିଲୋମିଟର ବୁହାହେଲା ଅସୁସ୍ଥ ଶିଶୁ - ଖଟିଆରେ ବୁହାହେଲେ ରୋଗୀ

ପୁଣି ଖଟିଆରେ ବୁହାହେଲେ ରୋଗୀ । ଏହି ଘଟଣାର ପୁନରାବୃତ୍ତି ଘଟିଛି ରାଉରକେଲାରେ । ଆଗକୁ ପଢନ୍ତୁ...

ଖଟିଆରେ 7 କିଲୋମିଟର ବୁହାହେଲା ଅସୁସ୍ଥ ଶିଶୁ
author img

By

Published : Nov 17, 2019, 9:31 PM IST

ରାଉରକେଲା: ପୁଣି ଖଟିଆରେ ବୁହାହେଲେ ରୋଗୀ । ଗର୍ଭବତୀ କିମ୍ବା ବୃଦ୍ଧା ନୁହନ୍ତି ଏଥର ଖଟିଆରେ ଏକ ଦଶ ବର୍ଷର ଶିଶୁକୁ 7 କିଲୋମିଟର ପର୍ଯ୍ୟନ୍ତ ବୋହି ହସ୍ପିଟାଲ ଆଣିଛନ୍ତି ତାଙ୍କ ପରିବାର । ରାଉରକେଲା ନିକଟ ନୂଆଗାଁ ବ୍ଲକର କୋକେରମା ପଞ୍ଚାୟତରେ ଥିବା ବେନ୍ତା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ଖଟିଆରେ 7 କିଲୋମିଟର ବୁହାହେଲା ଅସୁସ୍ଥ ଶିଶୁ

ସରକାର ବିକାଶର ଡିଣ୍ଡିମ ପିଟୁଥିବା ବେଳେ ଏଭଳି ଦୃଶ୍ୟ ସତେ ଲଜ୍ଜାର ବିଷୟ । ସୂଚନା ଅନୁସାରେ, ରବିବାର ଦିନ ପିଲାଟି ଅସୁସ୍ଥ ହୋଇ ପଡିବାରୁ ପରିବାର ଲୋକ ଡାକ୍ତରଖାନା ନେବାକୁ ଚିନ୍ତା କରିଥିଲେ। ମାତ୍ର ଗାଁ ଭିତରକୁ ଆମ୍ବୁଲାନ୍ସ କିମ୍ବା ଅନ୍ୟ କୌଣସି ଗାଡି ଯାଇ ପାରିନଥିଲା। 7 କିଲୋମିଟର ପର୍ଯ୍ୟନ୍ତ ହାତୀବାରୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଶିଶୁକୁ ଖଟିଆରେ ବୁହା ହୋଇ ନିଆଯାଇଛି ।

ଗତ ଅଗଷ୍ଟ ମାସରେ ଭୀଷଣ ବର୍ଷା ଯୋଗୁଁ କୋକେରମା ପଞ୍ଚାୟତକୁ ସଂଯୋଗ କରୁଥିବା ପୋଲର ଆପ୍ରୋଚିଂ ରୋଡ଼ ଭାସି ଯାଇଥିବାରୁ କୌଣସି ଗାଡି ବାହାରୁ ଗାଁ ଭିତରକୁ ଯାଇ ପାରୁନାହିଁ । ଫଳରେ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଜିଲ୍ଲାପାଳ, ବିଧାୟକ, ସାଂସଦଙ୍କ ଠାରୁ ଆରମ୍ଭ କରି ସମସ୍ତ ବ୍ଲକ ଅଧିକାରୀଙ୍କୁ ଏ ବାବଦରେ ଅବଗତ କରାଯାଇଥିଲେ ମଧ୍ୟ କାମ ହୋଇପାରିନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର,ଇଟିଭି ଭାରତ

Intro:ରାଉରକେଲା- ଓଡିଶା ପାଇଁ ଏହା ନୂଆ କଥା ନୁହେଁ। ରାଜ୍ୟ ର ନେତା ତଥା ପ୍ରଶାସନିକ ଲୋକଙ୍କୁ ଆଉ ଚିନ୍ତା ନାହିଁ। କିନ୍ତୁ ରାଜ୍ୟ ର ଛବି ଏହା ଦ୍ୱାରା ଖରାପ ହେଉଛି। 5ଟି କଥା ହେଉ କିମ୍ବା ସରକାର ବିକାଶ ର ଦିମିଡ଼ିମି ପିଟାନ୍ତୁ ତାହା ଆଉ ଲୋକ ବିଶ୍ୱାସ ନ କରି ପାରନ୍ତି। ପୁଣି ଖଟିଆ ରେ ବୁହା ହେଲେ ରୋଗୀ । ଏଥର ବୁଢା ବୁଢ଼ୀ ନୁହନ୍ତି ଜଣେ ଦଶ ବର୍ଷର ବାଳକ ।

Body:ରାଉରକେଲା ନିକଟ ନୂଆଗାଁ ବ୍ଲକ ର କୋକେରମା ପଞ୍ଚାୟତରେ ଥିବା ବେନ୍ତା ଗ୍ରାମର ଦଶ ବର୍ଷର ବାଳକ ରବିବାର ଦିନ ଅସୁସ୍ଥ ହୋଇ ପଡିବାରୁ ଡାକ୍ତରଖାନା ନେବାର ଆବଶ୍ୟକତା ପଡିଲା । ମାତ୍ର ଉକ୍ତ ଗ୍ରାମକୁ ଆମ୍ବୁଲାନ୍ସ କିମ୍ବା ଅନ୍ୟ କୌଣସି ଗାଡି ଯାଇ ପାରିନଥିବାରୁ ଉକ୍ତ ବାଳକ କୁ 7 କିଲୋମିଟର ଦୂର ହାତୀବାରୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଖଟିଆ ରେ ବୁହା ହୋଇ ନିଆ ଗଲା । ଗତ ଅଗଷ୍ଟ ମାସରେ ଭୀଷଣ ବର୍ଷା ଯୋଗୁଁ କୋକେରମା ପଞ୍ଚାୟତ କୁ ସଂଯୋଗ କରୁଥିବା ପୋଲ ର approaching ରୋଡ଼ ଭାସି ଯାଇଥିବାରୁ କୌଣସି ଗାଡି ବାହାରୁ ଯାଇ ପାରୁନାହିଁ ।

Conclusion:ଫଳରେ ଲୋକ ମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଜିଲ୍ଲାପାଳ , ଏମ ପି , ଏମ ଏଲ ଏ ଙ୍କ ଠାରୁ ଆରମ୍ଭ କରି ସମସ୍ତ ବ୍ଲକ ଅଧିକାରୀଙ୍କୁ ଏ ବାବଦରେ ଅବଗତ କରାଯାଇଥିଲେ ମଧ୍ୟ କାମ ହୋଇପାରିନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।
ବାଇଟ-3 ଗ୍ରାମବାସୀ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.