ETV Bharat / city

ତାଲା ଭାଙ୍ଗି ଲ୍ୟାମ୍ପସରୁ 3 ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ରାଉରକେଲା-ନୂଆଗାଁ ବ୍ଲକ ସୋରଡା ହାତୀବାରୀ ଲ୍ୟାମ୍ପସରୁ ଲୁଟ । ଏହି ଅଞ୍ଚଳ ଓଡିଶା ଝାଡଖଣ୍ଡ ସୀମାରେ ଥିବାରୁ ଚୋରି ଘଟଣାରେ ପଡୋଶୀ ଝାଡଖଣ୍ଡ ଅପରାଧୀଙ୍କ ହାତଥିବା ସନ୍ଦେହ କରାଯାଉଛି l ଅଧିକ ପଢନ୍ତୁ...

author img

By

Published : Jul 11, 2020, 2:27 PM IST

Updated : Jul 11, 2020, 2:34 PM IST

ତାଲା ଭାଙ୍ଗି ଲ୍ୟାମ୍ପସରୁ 3 ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
ତାଲା ଭାଙ୍ଗି ଲ୍ୟାମ୍ପସରୁ 3 ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ରାଉରକେଲା: ରାଉରକେଲା-ନୂଆଗାଁ ବ୍ଲକ ସୋରଡା ହାତୀବାରୀ ଲ୍ୟାମ୍ପସରୁ ଲୁଟ । ତାଲା ଭାଙ୍ଗି 3 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ l ଶୁକ୍ରବାର ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ଲ୍ୟାମ୍ପସର ଗେଟ ଭାଙ୍ଗି ଭିତରକୁ ପଶିଥିଲେ l ପରେ ଅଫିସ ଭିତରେ ଥିବା ଆଲମିରା ତାଲା ଭାଙ୍ଗି ଲକର ରେ ଥିବା 3 ଲକ୍ଷ 61 ହଜାର ଟଙ୍କା ଚୋରି କରି ଫେରାର ହୋଇଯାଇଛନ୍ତି ।

ଆଜି ସକାଳେ ଲ୍ୟାମ୍ପସର ପରିଚାଳନା ନିର୍ଦ୍ଦେଶିକା ପ୍ରିୟଙ୍କା ସାହୁ ଅଫିସ ଆଲମିରା ଭଙ୍ଗା ଯାଇଥିବା ଦେଖି ବିଶ୍ରା ଥାନାକୁ ସୂଚନା ଦେଇଥିଲେ l ବିଶ୍ରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ସ୍ଥାନୀୟ ଅଞ୍ଚଳର ଦୁଇ ଜଣଙ୍କୁ ଥାନାରେ ଅଟକ ରଖିଛି l ଏହି ଅଞ୍ଚଳ ଓଡିଶା ଝାଡଖଣ୍ଡ ସୀମାରେ ଥିବାରୁ ଚୋରି ଘଟଣାରେ ପଡୋଶୀ ଝାଡଖଣ୍ଡ ଅପରାଧୀଙ୍କ ହାତଥିବା ସନ୍ଦେହ କରାଯାଉଛି l

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Last Updated : Jul 11, 2020, 2:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.