ETV Bharat / city

ବୋମାମାଡ଼ ଘଟଣାରେ 4 ଅଭିଯୁକ୍ତ ଗିରଫ - bombing case in raourkela

ରାଉରକେଲାରେ ହୋଇଥିବା ବୋମାମାଡ଼ ଘଟଣାରେ 4 ଅଭିଯୁକ୍ତ ଗିରଫ ହୋଇଛନ୍ତି ।

bombing case in raourkela
ରାଉରକେଲା ବୋମାମାଡ଼ ଘଟଣା
author img

By

Published : Feb 12, 2020, 9:06 PM IST

ରାଉରକେଲା: ପୂର୍ବତନ ବିଧାୟକ ବ୍ରଜ କିଶୋର ମହାନ୍ତିଙ୍କ ପୁଅ ବୁଲୁ ମହାନ୍ତିଙ୍କ ଉପରେ ହୋଇଥିବା ବୋମା ମାଡ଼ ଘଟଣାରେ ରାଉରକେଲା ପୋଲିସ 4 ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଛନ୍ତି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ବୋମା ପ୍ରସ୍ତୁତ କରିଥିବା ବ୍ୟକ୍ତି ସାମିଲ ଅଛନ୍ତି ।

ବୁଲୁ ମହାନ୍ତିଙ୍କୁ ହତ୍ୟା କରିବା ଲାଗି ବ୍ୟବହୃତ ହେଉଥିବା ବିସ୍ଫୋରକ ସାମଗ୍ରୀକୁ ଏକ ମାଲ ଗୋଦାମ ଘରୁ ଜବତ କରାଯାଇଛି। ରେଳବାଇ ସାଇଡିଂରେ ଲୋଡିଂ ଏବଂ ଅନଲୋଡିଂ କ୍ଷେତ୍ରରେ ନିଜ ଦବଦବା ଜାରି ରଖିବାକୁ ଏହି ଆକ୍ରମଣ ହୋଇଥିବା ପୋଲିସ ତଦନ୍ତରୁ ଜଣାପଡିଛି ।

ରାଉରକେଲା ବୋମାମାଡ଼ ଘଟଣା

ଅନମୋଲ୍‌ ସିଂହ ଗୁଳିକାଣ୍ଡ ପରେ ଜେଲରୁ ବାହାରି ମୁସ୍ତାକ ରେଳ ସାଇଡିଂ ଉପରେ ପତିଆରା ବିସ୍ତାର ପାଇଁ ବୁଲୁକୁ ମାରିବା ପାଇଁ ଉଦ୍ୟମ କରିଥିବା ପୋଲିସ ପକ୍ଷରୁ କୁହାଯାଇଛି। ଗତ 6 ତାରିଖରେ ବୁଲୁ ମହାନ୍ତିଙ୍କ ଉପରେ ବୋମା ମାଡ଼ ହୋଇଥିଲା।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ମିଶ୍ର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.