ରାଉରକେଲା: ପୁଅକୁ ପୋଲିସ ମାଡ ମାରିବାରୁ ପ୍ରତିବାଦରେ ବିଧାୟକଙ୍କ ଧାରଣା । ରାତିସାରା ଧାରଣା ଦେବା ପରେ ସକାଳେ ଧାରଣା ପ୍ରତ୍ୟାହୃତ କରିଛନ୍ତି ବିରମିତ୍ରପୁର ବିଧାୟକ । ଏଭଳି ଘଟଣା ଘଟିଛି ସୁନ୍ଦରଗଡର ରଘୁନାଥପଲ୍ଲୀ ଥାନା ଅଞ୍ଚଳରେ ।
ଗତ ସୋମବାର ରାତିରେ ବିରମିତ୍ରପୁର ବିଧାୟକଙ୍କ ପୁଅ ଏକ ବିବାହରେ ନିଜ ସାଙ୍ଗ ମାନଙ୍କ ସହ ଯୋଗ ଦେଇଥିଲେ । ଏତିକି ବେଳେ ହଠାତ୍ ପୋଲିସ ପହଞ୍ଚି ସେମାନଙ୍କୁ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି । ଯାହାର ପ୍ରତିବାଦରେ ବିଧାୟକ ରାତିସାରା ରଘୁନାଥପଲ୍ଲୀ ଥାନା ସମ୍ମୁଖରେ ଧାରଣା ଦେଇଥିଲେ ।
ଖବର ପାଇ ସକାଳେ ଏସଡିପିଓ ଅସୀମ ପଣ୍ଡା ପହଞ୍ଚି ଘଟଣାର ତଦନ୍ତ ପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି । ସେପଟେ ବିଧାୟକଙ୍କୁ ସମର୍ଥନ ଜଣାଇ ବିଜେପି ସମର୍ଥକ ମାନେ ଧାରଣାରେ ସାମିଲ ହୋଇଥିଲେ ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ