ETV Bharat / city

ନୂୂଆ ରୂପ ପାଇବ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ

ଅତ୍ୟାଧୁନିକ କ୍ରୀଡା ଭିତ୍ତି ଭୂମିରେ ଯୋଡି ହେବାକୁ ଯାଉଛି ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ । 1.5 କୋଟି ଟଙ୍କା ବ୍ୟୟରେ ଚାଲିଛି ପ୍ରକଳ୍ପ କାମ । ଅଧିକ ପଢନ୍ତୁ...

author img

By

Published : Jul 15, 2021, 8:23 AM IST

ନୂୂଆ ରୂପ ପାଇବ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ
ନୂୂଆ ରୂପ ପାଇବ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ

ସୁନ୍ଦରଗଡ: ଓଡିଶାରେ କ୍ରୀଡାର ସହର ହେବାକୁ ଯାଉଛି ରାଉରକେଲା । ଅତ୍ୟାଧୁନିକ କ୍ରୀଡା ଭିତ୍ତି ଭୂମିରେ ଯୋଡି ହେବାକୁ ଯାଉଛି ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ । 1.5 କୋଟି ଟଙ୍କାର ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଶେଷ କରିବାକୁ ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ ।

ସ୍ମାର୍ଟସିଟି ରାଉରକେଲାରେ ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମିର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ୨୦୨୩ରେ ହେବାକୁ ଥିବା ପୁରୁଷ ହକି ବିଶ୍ବକପ୍ ଲାଗି ବିପିୟୁଟି କ୍ୟାମ୍ପସରେ ସହିଦ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ନିର୍ମାଣ କରାଯାଉଛି । ସେହିପରି ବ୍ୟାଡମିଣ୍ଟନ ଓ ଲନ୍ ଟେନିସ ଖେଳ ଲାଗି ରାଉରକେଲା ସ୍ମାର୍ଟସିଟି ପ୍ରକଳ୍ପ ଅଧୀନରେ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଚାଲିଛି । ଖୁବଶୀଘ୍ର ଏହି ଷ୍ଟାଡିୟମ ପ୍ରସ୍ତୁତ ହେବାକୁ ଯାଉଛି । ରାଉରକେଲା ସ୍ମାର୍ଟସିଟି ଅଧୀନରେ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଭିତରୁ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ହେଉଛି ଏକ ପ୍ରମୁଖ ପ୍ରକଳ୍ପ । ଏହା କାର୍ଯ୍ୟକ୍ଷମ ହେଲେ ସ୍ମାର୍ଟସିଟି ରାଉରକେଲା ରାଜ୍ୟର କ୍ରୀଡ଼ା ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ପାଇବ ।

କିଛି ମାସ ମଧ୍ୟରେ ଏହି ଆଧୁନିକ କ୍ରୀଡ଼ା ଭିତ୍ତିଭୂମି ପ୍ରସ୍ତୁତ ହେବାକୁ ଯାଉଛି । ଖେଳାଳିମାନଙ୍କ ପାଇଁ ଏହି ଷ୍ଟାଡିୟମରେ ଅନ୍ତର୍ଜାତୀୟ ମାନର ବ୍ୟବସ୍ଥା କରାଯାଉଛି । ପାନପୋଷଠାରେ ପ୍ରାୟ ଅଢ଼େଇ ଏକର ଜମିରେ ଏହି ଷ୍ଟାଡିୟମ ନିର୍ମାଣ କରାଯାଉଥିବା ସୂଚନା ଦେଇଛନ୍ତି ରାଉରକେଲା ମହାନଗର ନିଗମର କମିଶନର ଦିବ୍ୟଜ୍ୟୋତି ପରିଡା । ଷ୍ଟାଡିୟମ କାର୍ଯ୍ୟକ୍ଷମ ହେଲେ ଏଠାରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ବ୍ୟାଡମିଣ୍ଟନ ଓ ଇନ୍ ଟେନିସ ମ୍ୟାଚ ଆୟୋଜନ ହେବ ।

ରାଉରକେଲା ସ୍ମାର୍ଟସିଟି ସିଇଓ ତଥା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା । ପାନପୋଷଠାରେ ପ୍ରାୟ ଅଢ଼େଇ ଏକର ଜମିରେ ଏହି ଷ୍ଟାଡିୟମ ନିର୍ମାଣ କରାଯାଉଛି। ଏହା କାର୍ଯ୍ୟକ୍ଷମ ହେଲେ ଏଠାରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ବ୍ୟାଡମିଣ୍ଟନ ଓ ଲନ୍ ଟେନିସ୍ ମ୍ୟାଚ ଆୟୋଜନ କରାଯାଇପାରିବ । ଏହା ସହିତ ସ୍ଥାନୀୟ ଯୁବପିଢ଼ି ଓ ଖେଳାଳିମାନେ ଏଠାରେ ଅଭ୍ୟାସ କରିବାର ସୁଯୋଗ ପାଇବେ । ଏହି ଷ୍ଟାଡିୟମରେ ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନ ମାନର ତିନୋଟି ଇନଡୋର ବ୍ୟାଡମିଣ୍ଟନ କୋର୍ଟ କରାଯାଉଛି । ସେହିପରି ଆଉଟଡୋର ଲନ୍ ଟେନିସ୍ କୋର୍ଟ ମଧ୍ୟ ନିର୍ମାଣ କରାଯାଉଛି ।

ଷ୍ଟାଡିୟମରେ ଏକା ସାଙ୍ଗରେ ୩୫୦ ଜଣ ଦର୍ଶକ ବସି ଖେଳ ଉପଭୋଗ କରିବାର ସୁବିଧା ରହିବ । ଖେଳାଳିମାନଙ୍କ ସହିତ ଅମ୍ପାୟାର ଏବଂ ଅନ୍ୟ ଅଧିକାରୀମାନଙ୍କ ଲାଗି ଏଠାରେ ସ୍ବତନ୍ତ୍ର କୋଠରୀର ବ୍ୟବସ୍ଥା କରାଯାଉଛି । ସ୍ଥାନୀୟ ଖେଳାଳି ,ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଖେଳାଳିମାନଙ୍କ ଫିଟନେସ ପାଇଁ ଏଠାରେ ଏକ ଅତ୍ୟାଧୁନିକ ଜିମ୍ନାସିୟମ୍ କରାଯାଉଛି । ଏହି ଜିମ୍ନାସିୟମକୁ ସ୍ଥାନୀୟ କ୍ରୀଡ଼ାବିତମାନେ ମଧ୍ୟ ବ୍ୟବହାର କରିପାରିବେ ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.