ETV Bharat / city

ବଗଲା ଧର୍ମଶାଳା ମାମଲା; ରାଉରକେଲାରେ ବିଜେପିର ଡିଜିଟାଲ ଦସ୍ତଖତ ଅଭିଯାନ ଆରମ୍ଭ

author img

By

Published : Sep 3, 2020, 2:09 PM IST

ପୁରୀ ବଗଲା ଧର୍ମଶାଳା ମାମଲାରେ ରାଉରକେଲାରେ ଡିଜିଟାଲ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ବଗଲା ଧର୍ମଶାଳା ମାମଲା; ରାଉରକେଲାରେ ବିଜେପିର ଡିଜିଟାଲ ଦସ୍ତଖତ ଅଭିଯାନ ଆରମ୍ଭ
ବଗଲା ଧର୍ମଶାଳା ମାମଲା; ରାଉରକେଲାରେ ବିଜେପିର ଡିଜିଟାଲ ଦସ୍ତଖତ ଅଭିଯାନ ଆରମ୍ଭ

ରାଉରକେଲା: ପୁରୀ ବଗଲା ଧର୍ମଶାଳା ମାମଲାରେ ବିଜେପି ସାରା ରାଜ୍ୟରେ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଛି । ଆଜିଠାରୁ ସାମାଜିକ ଗଣମାଧ୍ୟମରେ ସଚେତନତା କରିବା ସହ ଇ-ପିଟିସନ ଦାଖଲ କରୁଛି । ଯାହାକୁ ଆଜି ରାଜ୍ୟ ସଭାପତି ସମୀର ମହାନ୍ତି ଉଦଘାଟନ କରିଛନ୍ତି ।

ଏପଟେ ରାଉରକେଲାରେ ମଧ୍ୟ ସରକାରଙ୍କୁ ବିରୋଧ କରାଯାଇ ଆଜି ଦିନ 11ଟାରୁ ଡିଜିଟାଲ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଛି । ସେକ୍ଟର-3 ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦୀପ ପ୍ରଜ୍ବଳନ କରି ଏହାକୁ ରାଜ୍ୟ ବିଜେପି ପ୍ରବକ୍ତା ଧୀରେନ ସେନାପତି ଆରମ୍ଭ କରିଛନ୍ତି ।

ଧୀରେନ ସେନାପତିଙ୍କ ନେତୃତ୍ବରେ ଅନେକ ସଂଖ୍ୟାରେ ବିଜେପି କର୍ମୀ ଏଠାରେ ଉପସ୍ଥିତ ରହି ଦସ୍ତଖତ କରିଥିବା ଦେଖିବାକୁ ମିଳିଛି । ଏହି ଧର୍ମଶାଳାକୁ ଗରିବ ଭକ୍ତଙ୍କ ଉଦ୍ଦେଶ୍ୟରେ ରଖିବାକୁ ଏହି ଅବସରରେ ଦାବି କରାଯାଇଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.