ରାଉରକେଲା: ବୀରମିତ୍ରପୁରରେ ହେବ ବିଧାନସଭା ଡେଭଲପମେଣ୍ଟ କମିଟିର ବୈଠକ । ବୀରମିତ୍ରପୁରର ନୂଆ କଲ୍ୟାଣ ମଣ୍ଡପରେ ଆସନ୍ତାକାଲି(ବୁଧବାର) ହେବାକୁ ଥିବା ଏହି ବୈଠକରେ ବିଧାନସଭା କ୍ଷେତ୍ରର ବିକାଶ କାର୍ଯ୍ୟକୁ ନେଇ ଚର୍ଚ୍ଚା ହେବ ।
ବୈଠକରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲାର ସବୁ ବିଭାଗର ଅଫିସର ମାନେ ଉପସ୍ଥିତ ରହିବେ । ଏହି ବୈଠକ ବିଧାନସଭା କ୍ଷେତ୍ରର ଉନ୍ନତୀ ପାଇଁ ଖସଡା ପ୍ରସ୍ତୁତ କରିବାକୁ ଥିବାବେଳେ ଏହା କେବେବି ଏଠାରେ ହୁଏ ନାହିଁ । 2005 ମସିହାରୁ ଏହା ଗଠନ ହୋଇଥିଲେ ବି ବିଧାୟକମାନେ ଏଥିପ୍ରତି ଗୁରୁତ୍ବ ଦେଉନଥିବାରୁ ବିଧାନସଭା କ୍ଷେତ୍ରର ଉନ୍ନତୀରେ ବାଧା ସୃଷ୍ଟି ହେଉଥିବା କହିଛନ୍ତି ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ।
ସେହିପରି ପ୍ରଥମ ଥର ଏଭଳି ବୈଠକ ବୀରମିତ୍ରପୁରରେ ବସିବାକୁ ଥିବାରୁ ଏହା ଅଞ୍ଚଳର ବିକାଶ କରିବା ଦିଗରେ ସମ୍ଭବ ହୋଇପାରିବ ବୋଲି ବିଧାୟକ କହିଛନ୍ତି ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ