ETV Bharat / city

ରାଉରକେଲା ସ୍ୱତନ୍ତ୍ର ଜେଲରେ ପୁଣି 54 ଅନ୍ତେବାସୀ କୋରୋନା ଆକ୍ରାନ୍ତ

ରାଉରକେଲା ସ୍ୱତନ୍ତ୍ର ଜେଲରେ ଶୁକ୍ରବାର ପୁଣି 54 ଜଣ ଅନ୍ତେବାସୀ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ରାଉରକେଲା ସ୍ୱତନ୍ତ୍ର ଜେଲରେ ପୁଣି 54 ଅନ୍ତେବାସୀ କୋରୋନା ଆକ୍ରାନ୍ତ
ରାଉରକେଲା ସ୍ୱତନ୍ତ୍ର ଜେଲରେ ପୁଣି 54 ଅନ୍ତେବାସୀ କୋରୋନା ଆକ୍ରାନ୍ତ
author img

By

Published : Aug 14, 2020, 10:19 PM IST

ରାଉରକେଲା: ରାଉରକେଲା ସ୍ୱତନ୍ତ୍ର ଜେଲରେ ଶୁକ୍ରବାର ପୁଣି 54 ଜଣ ଅନ୍ତେବାସୀ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ମଙ୍ଗଳବାର 20 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବୁଧବାର ଦିନ 25 ଜଣ ଚିହ୍ନଟ ହୋଇଥିଲେ । ପୂର୍ବରୁ ମଧ୍ୟ ଏହି ଜେଲରେ 23 ଜଣ ଅନ୍ତେବାସୀ କୋରୋନାରେ ଆକ୍ରାନ୍ତ ହୋଇଥିଲେ ।

ରାଉରକେଲା ସ୍ୱତନ୍ତ୍ର ଜେଲରେ ପୁଣି 54 ଅନ୍ତେବାସୀ କୋରୋନା ଆକ୍ରାନ୍ତ
ରାଉରକେଲା ସ୍ୱତନ୍ତ୍ର ଜେଲରେ ପୁଣି 54 ଅନ୍ତେବାସୀ କୋରୋନା ଆକ୍ରାନ୍ତ

ଶୁକ୍ରବାରର 54 ଜଣଙ୍କୁ ମିଶାଇ ରାଉରକେଲା ସ୍ୱତନ୍ତ୍ର ଜେଲରେ ଏପର୍ଯ୍ୟନ୍ତ 122 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇସାରିଲେଣି । କୋରୋନା ଆକ୍ରାନ୍ତଙ୍କୁ ଜେଲ ମଧ୍ୟରେ ଆଇସୋଲେସନରେ ରଖାଯାଇ ଚିକିତ୍ସା କରାଯାଉଛି ।

ରାଉରକେଲା ସ୍ୱତନ୍ତ୍ର ଜେଲରୁ ଏତେ ସଂଖ୍ୟକ ଅନ୍ତେବାସୀ କୋରୋନାରେ ଆକ୍ରାନ୍ତ ହେଉଥିବାରୁ ଜେଲ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢିଯାଇଛି । ଏବେ ନିୟମିତ ଭାବେ ଜେଲରେ ବିଶୋଧନ କାର୍ଯ୍ୟ ଚାଲିଛି । 54 ଜଣ ଅନ୍ତେବାସୀ କୋରୋନା ଚିହ୍ନଟ ହୋଇଥିବା ନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ଟୁଇଟ ମାଧ୍ୟମରେ ମଧ୍ୟ ସୂଚନା ଦେଇଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.