ETV Bharat / city

ସୁନ୍ଦରଗଡରେ ଜୋର ଧରିଲା ଦ୍ୱିତୀୟ AIIMS ପ୍ରତିଷ୍ଠା ଦାବି, ବସିଲା ସର୍ବଦଳୀୟ ବୈଠକ

ସୁନ୍ଦରଗଡ ଜିଲ୍ଲାରେ ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ଦାବି ଜୋର ଧରିଛି । ଏନେଇ ବସିଥିଲା ସର୍ବଦଳୀୟ କମିଟିର ଜରୁରୀ ବୈଠକ । ଅଧିକ ପଢନ୍ତୁ...

ସୁନ୍ଦରଗଡରେ ଦ୍ୱିତୀୟ  AIIMS ପ୍ରତିଷ୍ଠା ଦାବି ନେଇ ବୈଠକ

author img

By

Published : Aug 27, 2021, 9:34 AM IST

ସୁନ୍ଦରଗଡ: ଜିଲ୍ଲାରେ ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ଦାବି ଜୋର ଧରିଛି । ଏନେଇ ସର୍ବଦଳୀୟ କମିଟିର ଜରୁରୀ ବୈଠକ ବସିଥିଲା । ସମସ୍ତ ସ୍ବାର୍ଥର ଊର୍ଦ୍ଧ୍ବରେ ରହି ଏମ୍ସ ପାଇଁ କାମ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।

ସୁନ୍ଦରଗଡରେ ଦ୍ୱିତୀୟ AIIMS ପ୍ରତିଷ୍ଠା ଦାବି ନେଇ ବୈଠକ

ସୁନ୍ଦରଗଡରେ ସମସ୍ତ ଭିତ୍ତିଭୂମି ଥାଇ ମଧ୍ୟ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏବଂ ଅମଲାତନ୍ତ୍ର (ବ୍ୟୁରୋକ୍ରାଟସଙ୍କ)ର ଟାଳଟୁଳ ନୀତି ପାଇଁ ଏମ୍ସ ପ୍ରତିଷ୍ଠା ହୋଇପାରିନାହିଁ । ଏ ନେଇ ସୁନ୍ଦରଗଡର ପ୍ରଗତି ମଣ୍ଡପ ପରିସରରେ ସର୍ବଦଳୀୟ କମିଟିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ବିକାଶ ତଥା ସୁନ୍ଦରଗଡରେ ଏମ୍ସ ପ୍ରତିଷ୍ଠା ନେଇ ଏହି ବୈଠକରେ ଆଲୋଚନା ହୋଇଛି ।

ବୈଠକରେ ସମସ୍ତ ରାଜନୈତିକ ଦଳର ନେତା, ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରମୁଖ ଅଧିକାରୀ, ସାଧାରଣ ନାଗରିକ, ଅବସର ପ୍ରାପ୍ତ ଡାକ୍ତର, ଆଇନଜୀବୀ, ବିଧାୟିକା, ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ପ୍ରମୁଖ ଯୋଗ ଦେଇଥିଲେ । ତେବେ ଏହି ଅଭିଯାନ ପାଇଁ ସୁନ୍ଦରଗଡର ସମସ୍ତ ବିଧାୟକ, ବିଧାୟିକା ଓ ସାଂସଦମାନେ ଏକତ୍ର ହୋଇ ରାଜ୍ୟ ଓ କେନ୍ଦ୍ରରେ ଚାପ ପକାଇବା ସହ ଉଦ୍ୟମ ଜାରି ରଖିବାକୁ କମିଟିରେ ଅନୁରୋଧ କରିଛି ।

ଏହା ସହ ସମସ୍ତେ ମିଶି ପୋଷ୍ଟକାର୍ଡ ଆଭିଯାନ ଆରମ୍ଭ କରିବା ସହ କେନ୍ଦ୍ର ସରକାରଙ୍କୁ ଏ ନେଇ ଚାପ ପକାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ଏମ୍ସ ପ୍ରତିଷ୍ଠା ନେଇ ପ୍ରତ୍ୟେକ ସ୍ତରର କାର୍ଯ୍ୟକଳାପକୁ ଅବିରାମ ଭାବେ ଫଲୋଅପ କରାଗଲେ ଏହା ସମ୍ଭବ ହେବ ବୋଲି ନିର୍ଯ୍ୟାସ ବାହାରିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.