ETV Bharat / city

ସୁନ୍ଦରଗଡରେ ମହାମିଳନ, ଘର ବାହୁଡିଲେ ମାନସିକ ଅନଗ୍ରସର କେରଳ ଯୁବକ

କେମିତି କେରଳ ଯୁବକ ଜଣକ ସୁନ୍ଦରଗଡରେ ପହଞ୍ଚିଲେ ? ପରେ କିପରି ନିଜ ପରିବାରକୁ ଫେରି ପାଇଲେ ସେ? ସମ୍ପୂର୍ଣ୍ଣ ଘଟଣାକ୍ରମ ଥିଲା କିଛି ଏଭଳି ...

author img

By

Published : Jan 27, 2020, 7:54 PM IST

Updated : Jan 27, 2020, 11:55 PM IST

rourkela
ଘର ବାହୁଡିଲେ ମାନସିକ ଅନଗ୍ରସର କେରଳ ଯୁବକ

ରାଉରକେଲା: ମାନସିକ ସନ୍ତୁଳନ ହରାଇ ନିଖୋଜ ହୋଇଯାଇଥିଲେ ଯୁବକ । 8ବର୍ଷ ପରେ ନିଜ ପରିବାର ଲୋକଙ୍କୁ ପାଖରେ ପାଇଛନ୍ତି ସେ । ଏପଟେ ନିଜ ହଜିଲା ଭାଇକୁ ପାଇ ଭାବବିହ୍ବଳ ହୋଇଯାଇଥିଲେ ଆତ୍ମୀୟ । 8 ବର୍ଷ ତଳେ କେରଳର ଏହି ଯୁବକ ଘରୁ ଚାଲିଆସିଥିଲେ । ଏବେ ତାଙ୍କୁ ସୁନ୍ଦରଗଡ ଜିଲ୍ଲାରୁ ଉଦ୍ଧାର କରାଯିବା ପରେ ପରିବାରକୁ ଖବର ଦିଆଯାଇଥିଲା । ଯାହାପରେ କେରଳରୁ ତାଙ୍କ ପରିବାର ଆସି ସୁନ୍ଦରଗଡରେ ପହଞ୍ଚିଛନ୍ତି ।

ସୁନ୍ଦରଗଡରେ ମହାମିଳନ, ଘର ବାହୁଡିଲେ ମାନସିକ ଅନଗ୍ରସର କେରଳ ଯୁବକ

କେମିତି କେରଳ ଯୁବକ ଜଣକ ସୁନ୍ଦରଗଡରେ ପହଞ୍ଚିଲେ ? ପରେ କିପରି ନିଜ ପରିବାରକୁ ଫେରି ପାଇଲେ ସେ? ସମ୍ପୂର୍ଣ୍ଣ ଘଟଣାକ୍ରମ ଥିଲା କିଛି ଏଭଳି ...

ସୁନ୍ଦରଗଡରୁ ଉଦ୍ଧାର ହୋଇଥିବା ଯୁବକ ଜଣକ ହେଲେ ଉମ୍ମେର କୋୟା । ତାଙ୍କ ଘର କେରଳର କାଲିକଟ ଜିଲ୍ଲା ପାନୀୟଙ୍କରା ଗ୍ରାମରେ । ସେ ଦୀର୍ଘ 8 ବର୍ଷ ଧରି ସୁନ୍ଦରଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ଘୁରି ବୁଲୁଥିଲେ । କେତେବେଳେ କିଏ ଖାଇବାକୁ ଦିଅନ୍ତି ତ ଆଉ କେତେବେଳେ କିଏ ମାଡ ମାରନ୍ତି । ସେ ଅଲଗା ଭାଷାରେ କଥା ହେଉଥିବାରୁ ତାଙ୍କ କଥା କେହି ବୁଝିପାରୁ ନଥିଲେ ।

ତେବେ ଏସବୁ ଶିଜୁ ଥୋମାସଙ୍କ ଆଗରେ ପଡିବା ପରେ ଯୁବକ ଜଣକ କେରଳର ବୋଲି ଜାଣିପାରିଥିଲେ । ଆଉ ଯୁବକ ଜଣକ ନିଜ ସ୍ମରଣ ଶକ୍ତି ହରାଇଥିବା ଜାଣିପାରି ତାଙ୍କୁ ପରିବାର ସହ ମିଶାଇବାକୁ ଉଦ୍ୟମ ଆରମ୍ଭ କରିଦେଇଇଥିଲେ ଶିଜୁ।

ଏହାପରେ ଅଗଷ୍ଟ ମାସରେ ସେ ବିଭିନ୍ନ ସୋସିଆଲ ମିଡିଆ ସହ କେରଳ ଖବର କାଗଜରେ ମଧ୍ୟ ଯୁବକଙ୍କ ବିଷୟରେ ଖବର ଦେଇଥିଲେ । ଶେଷରେ ଡିସେମ୍ବରରେ ନିରୁପାୟ ହୋଇ ଥୋମାସ ରାଉରକେଲାରେ ଥିବା ଏକ NGO ସହ ଯୋଗାଯୋଗ କରିଥିଲେ । ପରେ ସେହି NGO ଅଧ୍ୟକ୍ଷଙ୍କ ସହାୟତାରେ ଉକ୍ତ ଯୁବକକୁ ଆଣି ରାଉରକେଲାର ଘରୋଇ ମେଣ୍ଟାଲ ହସପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ । ପ୍ରାୟ ଏକ ମାସ ଧରି ଯୁବକଙ୍କ ଚିକିତ୍ସା କରାଯିବା ପରେ ନିଜ ସ୍ମୃତିଶକ୍ତି କିଛିଟା ଫେରି ପାଇଥିଲେ ଉମ୍ମେର । ଆଉ କୋୟାଙ୍କୁ ନେବାପାଇଁ ଆଜି ତାଙ୍କ ପରିବାର ଏଠାରେ ପହଞ୍ଚିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା_ ବର୍ଷ ହେଲା ନିଖୋଜ ଥିବା ଭାଇ କୁ ପାଇବା ର ସମସ୍ତ ଆଶା ଛାଡ଼ିଦେଇଥିଲେ କେରଳ ରେ ରହୁଥିବା ନିଖୋଜ ଯୁବକ ର ଭାଇମାନେ । କିନ୍ତୁ ପାଇଥିଲେ ସୁନ୍ଦରଗଡ଼ ଜିଲ୍ଲାରେ । ନିଖୋଜ ଥିବା ଭାଇକୁ ପାଇବା ପରେ ଖୁସିର ସୀମା ନଥିଲା କେରଳ ରୁ ନେବାକୁ ଆସିଥିବା ଦୁଇଭାଇଙ୍କର ।

Body: ଘଟଣାକ୍ରମ ଏହିପରି । ସୁନ୍ଦରଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ଆଠ ବର୍ଷ ହେଲା ଜଣେ ଯୁବକ ବୁଲୁଥିଲା । ବେଶଭୁଷା ରୁ ଲାଗୁଥିଲା ମାନସିକ ବିକୃତି ଥିବାପରି। କିଏ କେତେବେଳେ ଖାଇବାକୁ ଦେଉଥିଲା ତ କିଏ କେତେବେଳେ ପିଟୁଥିଲା । ଏହିପରି ଭାବେ ସେ ଘୁରିବୁଲୁଥିଲା ସୁନ୍ଦରଗଡ଼ ସହରର ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ।ସେଇଠି ବସୁ ଥାଏ । ଲାଗିଥିବା water ଫିଲଟର ପାଣିପିଏ । କିଏ ଦେଲେ ଖାଇଦିଏ , ନହେଲେ ନାହିଁ । ତାର ଭାଷା କେରଳି ବୋଲି ବୁଝିପାରି ଶିଜୁ ଥୋମାସ ନାମକ ଜଣେ ଯୁବକ ତାର ପରିଚୟ ଜାଣିବା ଲାଗି ତା ସଙ୍ଗେ କଥା ହେବାକୁ ଉଦ୍ୟମ କଲା । ସହାନୁଭୂତି ଦେଖାଇବାକୁ ଚେଷ୍ଟାକଲା । ଶିଜୁ ଥୋମାସ ଏକ ଘରୋଇ କମ୍ପାନୀରେ କାମ କରନ୍ତି ଏବଂ ସେ କେରଳ ଅଞ୍ଚଳ ରହୋଇଥିବାର ତାର ଭାଷା ବୁଝିପାରି ତାକୁ କେରଳି ଭାଷା ରେ ବୁଝାଉଥିଲେ । ମାତ୍ର ପରିଚୟ ପାଇବାରେ ବିଫଳ ହୋଇଥିଲେ । ବୋଧହୁଏ ପାଗଳ ଭଳି ବୁଲୁଥିବା ଯୁବକ ଜଣଙ୍କ ନିଜର ସ୍ମରଣ ଶକ୍ତି ହରାଇଥିଲା । ଏହା ପରେ ଥୋମାସ କେରଳର ଏକ ଟିଭି ଚେନେଲ ସହ ଯୋଗାଯୋଗ କରି news କରିଥିଲେ କିନ୍ତୁ ଚିହ୍ନଟ କରିବାରେ ବିଫଳ ହୋଇଥିଲେ । ପରେ ସୋସିଆଲ ମିଡିଆ , କେରଳ ଖବର କାଗଜରେ ମଧ୍ୟ news କରି ଚିହ୍ନଟ କରିବାକୁ ଉଦ୍ୟମ କରିଥିଲେ । ଗତ ଅଗଷ୍ଟ ମାସରୁ ଥୋମାସ ଏହି କାମରେ ଲାଗିଥିଲେ । ସମୟ ଗଡି ଚାଲିଥାଏ । ଡିସେମ୍ବର ମାସରେ ନିରୁପାୟ ହୋଇ ଥୋମାସ ରାଉରକେଲା ରେ ଥିବା ଏକ NGO ଅଶାଦୀପ ସହ ଯୋଗାଯୋଗ କରିଥିଲେ । ଅଶାଦୀପ ର ଅଧ୍ୟକ୍ଷ ଉକ୍ତ ପାଗଳ ପରି ଦେଖାଯାଉଥିବା ଯୁବକ କୁ ଆଣି ରାଉରକେଲା ର ଘରୋଇ ମେଣ୍ଟାଲ ହସପିଟାଲ ପ୍ରଶାନ୍ତି ରେ ଭର୍ତ୍ତି କରି ଚିକିତ୍ସା କଲେ ଏବଂ ପ୍ରାୟ ଏକ ମାସ କାଳ ଚିକିତ୍ସା ରେ ଯୁବକ ଜଣକ ନିଜ ମେମୋରୀ କିଛି ପରିମାଣରେ ପାଇଥିଲେ ।
ସ୍ମରଣଶକ୍ତି ଫେରି ପାଇବା ପରେ କୌଣସି ମତେ ଯୁବକ ଠାରୁ ଠିକଣା ନେଇ ଥୋମାସ କେରଳ ରେ ଥିବା ପରିଚିତ ଲୋକଙ୍କ ସହ ଯୋଗାଯୋଗ କରିଥିଲେ । ବହୁ ଉଦ୍ୟମ ପରେ ଯୁବକଙ୍କ ଘର ଠିକଣା ମିଳିଲା , ଏବଂ ସେ କେରଳ ର କାଲିକଟ ଜିଲ୍ଲାର ପାନୀୟଙ୍କରା ଗ୍ରାମର ଜଣା ପଡିଥିଲା । ତାଙ୍କ ନାମ ଉମ୍ମେର କୋୟା ବୋଲି ମଧ୍ୟ ଜଣା ପଡିଥିଲା । ଏହାପରେ ଘର ଲୋକଙ୍କୁ ଖବର ଦିଆଯାଇଥିଲା । ଉମ୍ମେର ଙ୍କ ଦୁଇଭାଇ ମୁସ୍ତାଫା ଏବଂ ଶାମ ସୁଦ୍ଦିନ 26 ଜାନୁଆରୀ ସକାଳେ ଆସି ରାଉରକେଲା ରେ ପହଞ୍ଚିଥିଲେ । ଭାଇ ସହିତ ହସ୍ପିଟାଲରେ ଦେଖା ହେବା ପରେ ଉଭୟ ବହୁତ ଖୁସି ହୋଇଯାଇଥିଲେ । 2012 ମସିହାରେ ଦରଘା ଯିବାକୁ କହି ଉମ୍ମେର ଘରୁ ଆସି ନିଖୋଜ ହୋଇଯାଇଥିଲେ ବୋଲି କହିଛନ୍ତି ତାଙ୍କ ଭାଇ ।
Conclusion:ଆଠ ବର୍ଷ ପରେ ନିଜର ସ୍ମରଣ ଶକ୍ତି ଫେରି ପାଇବା ଏବଂ ନିଜ ପରିବାର ସହ ମିଶିବା ର ଶ୍ରେୟ ନିଶ୍ଚିତ ଭାବେ ନିରନ୍ତର ଭାବେ ଯୁବକଟିକୁ ସାହାଯ୍ୟ କରିଥିବା ଶିଜୁ ଥୋମାସ କୁ ଯାଉଛି । କିନ୍ତୁ ଏକ ସନ୍ଦେଶ ଏହା ସମାଜ କୁ ଯାଉଛି ଯେ ପାଗଳ ଙ୍କୁ ପରିହାସ ନକରି ସେମାନଙ୍କ ଚିକିତ୍ସା କଲେ ସେମାନଙ୍କ ଭଲ ହେବାର ସମ୍ଭାବନା ରହିଛି।
Last Updated : Jan 27, 2020, 11:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.