ରାଉରକେଲା: ଆଦିବାସୀ ମୂଳବାସୀଙ୍କ ଉପରେ ଅତ୍ୟାଚାର । ଜଙ୍ଗଲ ଜମି ଅଧିକାର ଆଇନକୁ ନ ମାନିବା ପ୍ରତିବାଦରେ ଶୋଭାଯାତ୍ରା କରିଛନ୍ତି ଆଦିବାସୀ ମୂଳବାସି ଅଧିକାର ମଞ୍ଚ । ଏନେଇ ମ଼ଞ୍ଚ ପକ୍ଷରୁ ପାନପୋଷ ଉପଜିଲ୍ଲାପାଳ କାର୍ଯଳୟକୁ ଘେରାଓ କରାଯିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ଆଇନକୁ ଅଣଦେଖା କରି ବେଆଇନ ଭାବେ ଆଦିବାସୀଙ୍କୁ ନୋଟିସ ଦିଆଯାଇଛି । ଜଙ୍ଗଲଜମି ପାଇଁ ଦରଖାସ୍ତକାରୀ ତଥା ସେଠାରେ ରହୁ ଥିବା ଲୋକଙ୍କୁ ଏହା ଉପହାସ କରାଯାଉଥିବା ଅଭିଯୋଗ ହୋଇଛି । ଏହି ଅଧିକାର ଗ୍ରାମସଭା ପାଖରେ ଥିବା ବେଳେ ଏହାର ଉଲ୍ଲଂଘନ କରାଯାଉଛି ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ