ETV Bharat / city

ସଡ଼କ ଦୁର୍ଘଟଣାରେ ଦୁଇ ଏନଟିପିସି କର୍ମଚାରୀ ମୃତ

ଟ୍ରକ ଦୁର୍ଘଟଣାରେ ଦରଲୀପଲି ଏନଟିପିସିର ଦୁଇ କର୍ମଚାରୀ ମୃତ । ଏ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ରାଉରକେଲା
author img

By

Published : Sep 3, 2019, 5:06 PM IST

ରାଉରକେଲା: ସୁନ୍ଦରଗଡ଼ ସଦର ଥାନା ନିକଟରେ ସଡ଼କ ଦୁର୍ଘଟଣା। ସ୍କୁଟିକୁ ଧକ୍କା ଦେଲା ଟ୍ରକ। ଏଥିରେ ଦରଲୀପଲି ଏନଟିପିସି ପାୱାର ପ୍ଲାଣ୍ଟ ଏବଂ ଡୁଲିଙ୍ଗା ଏନଟିପିସି କୋଇଲା ଖଣିର ୨ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।

ମୃତକ ଦୁଇଜଣ ହେଲେ ସସ୍ମିତା କବିରାଜ ଏବଂ ସୂର୍ଯ୍ୟକାନ୍ତ । କୌଣସି କାମ ପାଇଁ ସୁନ୍ଦରଗଡ଼ ଆସି ଏକ ଆକ୍ଟିଭାରେ ଦରଲୀପଲି ଅଭିମୁଖେ ଯାଉ ଥିବା ବେଳେ ସୁନ୍ଦରଗଡ଼ ଏମସିଏଲ ନିକଟ ବାଲିଜୋରି ଛକରେ ୧୨ ଚକିଆ ଟ୍ରକ ସହିତ ଧକ୍କା ହୋଇଥିଲା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ରାଉରକେଲା

ଏହି ଧକ୍କାରେ ଭାରସାମ୍ୟ ହରାଇ ଦୁହେଁ ପଡିଯାଇଥିଲେ ଏବଂ ଟ୍ରକଟି ଦୁଇ ଜଣଙ୍କ ଉପରେ ଚଢିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ମୃତଦେହକୁ ଉଦ୍ଧାର କରି ମେଡିକାଲକୁ ପଠାଇଛି । ଦୁର୍ଘଟଣା ଘଟାଇଥିବା ଟ୍ରକକୁ ପୋଲିସ ଜବତ କରିଥିବା ବେଳେ ଏହାର ଡ୍ରାଇଭର ଫେରାର ହୋଇଯାଇଛି।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ସଡ଼କ ଦୁର୍ଘଟଣା ରେ ଦୁଇ ଏନଟିପିସି କର୍ମଚାରୀ ମୃତ
ରାଉରକେଲା- ସୁନ୍ଦରଗଡ଼ ସଦର ଥାନା ନିକଟ ଛକ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦରଲୀପଲି ଏନଟିପିସି ପାୱାର ପ୍ଲାଣ୍ଟ ଏବଂ ଡୁଲିଂଙ୍ଗା ଏନ ଟିପିସି କୋଇଲା ଖଣି ର ୨ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ।
Body:ମୃତ ଦୁଇଜଣ ହେଲେ ସଶ୍ମିତା କବିରାଜ ଏବଂ ସୂର୍ଯ୍ୟକାନ୍ତ । ମିଳିଥିବା ସୂଚନା ଅନୁସାରେ କୌଣସି କାମ ପାଇଁ ସୁନ୍ଦରଗଡ଼ ଆସି ଏକ ଆକ୍ଟିଭା ରେ ଦରଲୀପଲି ଅଭିମୁଖେ ଯାଉ ଥିବା ବେଳେ ସୁନ୍ଦରଗଡ଼ ଏମ ସି ଏଲ ରାସ୍ତା ର ସଦର ଥାନା ନିକଟ ବାଲିଜୋରି ଛକ ଠାରେ ଏକ ୧୨ ଚକିଆ ଟ୍ରକ ସହିତ ଧକ୍କା ହୋଇଥିଲା । Conclusion:ଏହି ଧକ୍କା ରେ ଭାରସାମ୍ୟ ହରାଇ ଦୁହି ଜଣ ପଡିଯାଇଥିଲେ ଏବଂ ଟ୍ରକଟି ପଛ ପଟ ଛକ ତାଙ୍କ ଉପରେ ଚଢିଯାଇଥିଲା। ଫଳରେ ଘଟଣାସ୍ଥଳ ରେ ହି ତାଙ୍କର ମୃତ୍ୟୁ ଘଟିଥିଲା। ସୂଚନା ପାଇ ସଦର ଥାନା ପୋଲିସ ସେଠାରେ ପହଁଚି ତଦନ୍ତ ଆରମ୍ଭ କରିବା ସହିତ ମୃତ ଦେହକୁ ଉଦ୍ଧାର କରି ମେଡିକାଲ କୁ ପଠାଇଛି । ଟ୍ରକଟିକୁ ପୋଲିସ ଜବତ କରିଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.