ରାଉରକେଲା: ମୁକୁଳା ଡ୍ରେନ ପାଇଁ ଚାଲିଗଲା ନୀରିହ ଶିଶୁର ଜୀବନ । ଘଟଣାଟି ରାଉରକେଲା ସେକ୍ଟର 3 ଥାନା ଅଟୋ କଲୋନୀର । କଳାକାର ସାହୁଙ୍କ 3 ବର୍ଷର ପୁଅ ହିମାଂଶୁ ସାହୁ ସକାଳୁ ବହୁ ସମୟ ଧରି ନିଖୋଜ ଥିବାବେଳେ ଅପରାହ୍ନରେ ଏକ ଖୋଲା ଡ୍ରେନରୁ ତାର ମୃତଦେହକୁ ଉଦ୍ଧାର କରାଯାଇଛି ।
ଶିଶୁଟିକୁ ପ୍ରଥମେ ଆଇଜିଏଚକୁ ନିଆଯାଇଥିବାବେଳେ ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ଡାକ୍ତର । ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶିଶୁ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଶିଶୁଟି ନିଜେ ଖସି ପଡିଥିଲା କି ମୃତ୍ୟୁ ପଛରେ ଅନ୍ୟ କିଛି ରହସ୍ୟ ରହିଛି ସେନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି ।
ଅନ୍ୟପଟେ ବାରମ୍ବାର ମୁକୁଳା ପଡିଥିବା ଡ୍ରେନକୁ ନେଇ ସ୍ଥାନୀୟବାସିନ୍ଦା ଅଭିଯୋଗ କରିଥିଲେ ମଧ୍ୟ କେହି ଗୁରୁତ୍ବ ଦେଉନଥିବା ଅଭିଯୋଗ ହୋଇଛି।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ