ETV Bharat / city

ଟ୍ରାଫିକ ପୋଲିସଙ୍କୁ ଦୁର୍ବ୍ୟବହାର, 3 ଅଟକ

ଟ୍ରାଫିକ ପୋଲିସକୁ ଦୁର୍ବ୍ୟବହାର ଅଭିଯୋଗରେ 3 ଅଟକ । ରାଉରକେଲା ବିଶ୍ରା ରୋଡ଼ରେ ଭୁଲ ରୁଟରେ ଗାଡି ନେଉଥିବାବେଳେ ଟ୍ରାଫିକ ପୋଲିସ ଅଟକାଇଥିଲେ । ଏହାକୁ ବିରୋଧ କରି 3 ଜଣ ତାଙ୍କୁ ଦୁର୍ବ୍ୟବହାର କରିଥିଲେ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ରାଉରକେଲା
author img

By

Published : Apr 30, 2019, 3:05 PM IST

ରାଉରକେଲା: ଟ୍ରାଫିକ ପୋଲିସକୁ ଦୁର୍ବ୍ୟବହାର ଅଭିଯୋଗରେ 3 ଅଟକ । ରାଉରକେଲା ବିଶ୍ରା ରୋଡ଼ରେ ଭୁଲ ରୁଟରେ ଗାଡି ନେଉଥିବାବେଳେ ଟ୍ରାଫିକ ପୋଲିସ ଅଟକାଇଥିଲେ । ଏହାକୁ ବିରୋଧ କରି 3 ଜଣ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ଏ ନେଇ ଅଭିଯୋଗ ପରେ ପ୍ଲାଣ୍ଟସାଇଟ ପୋଲିସ ଉକ୍ତ 3 ଅଭିଯୁକ୍ତଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ରାଉରକେଲା

ରାଉରକେଲା ବିଶ୍ରା ରୋଡ଼ରେ ଭୁଲ ରୁଟ ଅର୍ଥାତ ପ୍ରବେଶ ନିଷେଧ ଅଞ୍ଚଳରେ କାର ନେଇ ଯାଉଥିବାବେଳେ ସେଠାରେ କାର୍ଯ୍ୟରତ ଟ୍ରାଫିକ ପୋଲିସ ଚାଳକକୁ ଅଟକାଇ ଥିଲେ । ଏ ନେଇ କାର ଚାଳକ ଏବଂ କାର ଭିତରେ ଥିବା ଦୁଇ ଯାତ୍ରୀଙ୍କ ସହ ଟ୍ରାଫିକ ପୋଲିସର ଯୁକ୍ତି ତର୍କ ହୋଇଥିଲା । ଯୁକ୍ତି ତର୍କ ବଢିବାରୁ ରାସ୍ତାର ଦୁଇ ପାର୍ଶ୍ବରେ ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା । ତେବେ ଟ୍ରାଫିକ ପୋଲିସଙ୍କୁ ତାଙ୍କ କାର୍ଯ୍ୟରେ ବାଧା ଦେବା ସହ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ଆଣିଛନ୍ତି ।

ଏହାକୁ ତର୍ଜମା କରି ପ୍ଲାଣ୍ଟସାଇଟ ପୋଲିସ 3 ଅଭିଯୁକ୍ତଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.