ରାଉରକେଲା: ବିଶ୍ରା ଅଞ୍ଚଳରୁ 3ଜଣ ପିଏଲଏଫଆଇ ସଦସ୍ୟ ଗିରଫ । ସେମାନଙ୍କ ଠାରୁ 2ଟି ପିସ୍ତଲ ସହ ଗୁଳି ଜବତ କରିଛି ରାଉରକେଲା ପୋଲିସ । ଏମାନେ ହେଲେ ପବନ ଟାଣି ବେଡିଙ୍ଗ, ସମୁଏଲ ସୋଏ ମୁର୍ମୁ, ରାଜେଶ ବିରୁଆ । ଝାଡଖଣ୍ଡର ଖୁଣ୍ଟି ତଥା ଚକ୍ରଧରପୁର ଅଞ୍ଚଳରେ ହତ୍ୟା ସହ ବିଭିନ୍ନ ଅପରାଧରେ କାର୍ଯ୍ୟରେ ଜଡିତ ଥିଲେ ଏହି ଅପରାଧି ।
ଏହି ଅଭିଯୁକ୍ତମାନେ ବିଶ୍ରା ପେଟ୍ରୋଲ ପମ୍ପରେ ଅନ୍ୟ ତିନିଜଣ ସହଯୋଗୀଙ୍କ ସହ ଡକାୟତି କରିବାକୁ ଯୋଜନା କରୁଥିଲେ । ଯାହାର ଖବର ପାଇ ପୋଲିସ ଚଢାଉ କରିଥିଲା । ଯେଉଁଥିରେ 3 ଜଣକୁ ଧରାପଡିଥିବାବେଳେ ଅନ୍ୟ ତିନି ଜଣ ଫେରାର ହୋଇଯାଇଛନ୍ତି । ତେବେ ଫେରାର ଅଭିଯୁକ୍ତଙ୍କୁ ଧରିବା ନେଇ ପୋଲିସ ପକ୍ଷରୁ ଉଦ୍ୟମ ଚାଲିଛି ବୋଲି ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଳାନ, ଏସପିକେ ଶିବା ସୁବ୍ରମଣୀ ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ