ETV Bharat / city

ଦୁର୍ଘଟଣାଗ୍ରସ୍ତ ଟ୍ରକ ସହ ପିଟିହୋଇ ୩ ଯୁବକ ମୃତ - sabdega accident

ସୁନ୍ଦରଗଡ଼ର ତଳସରା ଥାନା ଅଧିନସ୍ଥ ସବଡେଗା-ବାଲିଶଙ୍କରା ରାସ୍ତାର ସବଡେଗା ନିକଟସ୍ଥ କୂଳହିଆଯୋର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟ୍ରକ ସହ ପିଟି ହେବାରୁ 3 ଜଣ ଯୁବକଙ୍କ ମୃତ୍ୟୁ ଘଟିଛି।

accident
ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Dec 13, 2019, 2:32 PM IST

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ତଳସରା ଥାନା ଅଧିନସ୍ଥ ସବଡେଗା-ବାଲିଶଙ୍କରା ରାସ୍ତାର କୂଳହିଆଯୋର ନିକଟରେ ଏକ ଦୁର୍ଘଟଣାଗ୍ରସ୍ତ ଟ୍ରକ ସହ ପିଟି ହେବାରୁ 3 ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ଗତ ଗୁରୁବାର ସବଡେଗା ଅଞ୍ଚଳର ତିନି ସାଙ୍ଗ ଏକ ବାଇକରେ ବାଲିଶଙ୍କରାକୁ ଭୋଜି ଖାଇବାକୁ ଯାଇଥିଲେ। ବିଳମ୍ବିତ ରାତିରେ ଫେରୁଥିବା ବେଳେ ଉକ୍ତ ରାସ୍ତାରେ ଦିନରୁ ପଡିରହିଥିବା ଦୁଇଟି ଦୁର୍ଘଟଣାଗ୍ରସ୍ତ ଟ୍ରକ ସହ ପିଟି ହୋଇଥିଲେ। ଯାହାଫଳରେ ତିନି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଶନିବାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହକୁ ଉଦ୍ଧାର କରିଛି। ଦିନ ବେଳା ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ରାସ୍ତା ଉପରେ ଛାଡି ଦିଆଯାଇବାରୁ ଏଭଳି ଦୁର୍ଘଟଣା ଘଟିଛି। ଯେଉଁଥିରେ ପୋଲିସର ଦାୟିତ୍ବହୀନତା ସାମ୍ନାକୁ ଆସିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲାରୁ ରାଜେନ୍ଦ୍ର ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଯୁବକ ମୃତ
ରାଉରକେଲା- ରାସ୍ତା ଉପରେ ପଡ଼ି ରହିଥିବା ଦୁର୍ଘଟଣାଗ୍ରସ୍ତ ଏକ ଟ୍ରକ ରେ ପଛ ପଟୁ ପିଟିହୋଇ ତିନି ଜଣ ଯୁବକଙ୍କ ଘଟଣାସ୍ଥଳ ରେ ମୃତ୍ୟୁ ଘଟିଛି । ଏପରି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ସୁନ୍ଦରଗଡ଼ ତଳସରା ଥାନା ସବଡେଗା-ବାଲିଶଂକରା ରାସ୍ତା ର ସବଡେଗା ନିକଟ କୂଳହିଆଯୋର ନିକଟରେ ।

Body:ସବଡେଗା ଅଞ୍ଚଳର ତିନି ସାଙ୍ଗ ଏକ ବାଇରେ ବାଲିଶଙ୍କରା ଅଞ୍ଚଳକୁ ଭୋଜି ଖାଇବା ପାଇଁ ଯାଇଥିଲେ । ଭୋଜି ଖାଇ ବିଳମ୍ବିତ ରାତିରେ ଫେରୁଥିବା ବେଳେ ଦିନ ବେଳା ଘଟିଥିବା ଦୁର୍ଘଟଣା ରେ ଦୁଇଟି ଟ୍ରକ ଖରାପ ହୋଇ ରାସ୍ତା ଉପରେ ପଡିରହିଥିଲା ଏବଂ ଏମାନେ ତାହା ଦେଖିନପାରି ଟ୍ରକ କୁ ପଛ ପଟୁ ପିଟି ଥିଲେ ଯେଉଁଥିରେ ବାଇକରେ ରେ ଥିବା ତିନି ଜଣ ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଆଜି ସକାଳୁ ଖବର ପାଇ ପୋଲିସ ଘଟଣାସ୍ଥଳ ରେ ପହଁଚି ମୃତ ଦେହ ଗୁଡିକୁ ଉଦ୍ଧାର କରିଛି ।

Conclusion:ତେବେ ଏଠାରେ ପୋଲିସ ଅବହେଳା ସାମ୍ନା କୁ ଆସିଛି ଦିନ ବେଳା ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟ୍ରକ କୁ ରାସ୍ତା ଉପରେ ଛାଡି ଦିଆ ଯାଇଥିଲା । ଯାହା ଫଳରେ ଏହି ଦୁର୍ଘଟଣା ଘଟିଛି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.