ETV Bharat / city

ସୁନ୍ଦରଗଡ଼ରେ ପୁଣି 3 କୋରୋନା ଆକ୍ରାନ୍ତ, ସଂଖ୍ୟା ଛୁଇଁଲା ଛଅ - 3 କୋରୋନା ଆକ୍ରାନ୍ତ

ରବିବାର ଦିନ ଆଉ ତିନୋଟି କୋଭିଡ 19 ରୋଗୀ ଚିହ୍ନଟ ହେବା ପରେ ଜିଲ୍ଲାର କୋଭିଡ 19 ସଂକ୍ରମଣ ସଂଖ୍ୟା ଛଅରେ ପହଞ୍ଚିଛି । ଅଧିକ ପଢନ୍ତୁ...

3-corona-fresh-case-in-sundargarh
3-corona-fresh-case-in-sundargarh
author img

By

Published : Apr 26, 2020, 11:26 AM IST

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ରବିବାର ଦିନ ଆଉ ତିନୋଟି କୋଭିଡ 19 ରୋଗୀ ଚିହ୍ନଟ ହେବା ପରେ ଜିଲ୍ଲାର କୋଭିଡ 19 ସଂକ୍ରମଣ ସଂଖ୍ୟା ଛଅରେ ପହଞ୍ଚିଛି । ଶନିବାର ଦିନ ଜଣେ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଥିବା ବେଳେ ପୂର୍ବରୁ ଦୁଇଜଣ ସୁସ୍ଥ ହୋଇଥିଲେ । ରବିବାର ଦିନ ନାଲା ରୋଡ଼ ଅଞ୍ଚଳର ଜଣେ ଚିହ୍ନଟ ହୋଇଥିବା ବେଳେ ବିଶ୍ରା ଅଞ୍ଚଳରେ ଦୁଇ ଜଣ ଚିହ୍ନଟ ହୋଇଛନ୍ତି ।

ସୁନ୍ଦରଗଡ଼ରେ ପୁଣି 3 କୋରୋନା ଆକ୍ରାନ୍ତ, ସଂଖ୍ୟା ଛୁଇଁଲା ଛଅ

କୋରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ରାଉରକେଲା ଏସପି କେ ଶିବା ସୁବ୍ରମନୀ, ଏଡିଏମ୍ ଅବୋଲି ସୁନୀଲ ନର୍ବାନେ, ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡାଙ୍କ ସହ ବରିଷ୍ଠ ପ୍ରଶାସନିକ ଏବଂ ପୋଲିସ ଅଧିକାରୀ ନାଲାରୋଡ଼ ଏବଂ ବିଶ୍ରା ଅଂଚଳରେ ପହଞ୍ଚି ଉକ୍ତ ଅଞ୍ଚଳ କୁ ସିଲ କରିବାକୁ ନିର୍ଦେଶ ଦେଇଛନ୍ତି ।

ପୂର୍ବରୁ ବିଶ୍ରା ଅଞ୍ଚଳ containment zone ରେ ଥିବାରୁ ନାଲାରୋଡ଼ ଅଞ୍ଚଳକୁ containment zone ଭାବେ ଘୋଷଣା କରାଯାଇଥିଲା । ଏହି ଅଞ୍ଚଳରେ ବ୍ୟାରିକେଡିଂ କରାଯିବା ସହ sanitization କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ପ୍ଲାଣ୍ଟସାଇଟ ଏରିଆ ପାଖରୁ ଆନନ୍ଦ ଭବନ ଲେନ ପର୍ଯ୍ୟନ୍ତ ଅଞ୍ଚଳକୁ ଖାଲି କରାଯାଇ ଲୋକମାନଙ୍କୁ ଘରେ ରହିବାକୁ ନିର୍ଦେଶ ଦିଆଯାଇଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.