ETV Bharat / city

ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ: ମୃତ୍ୟୁ ସଂଖ୍ୟା 4କୁ ବୃଦ୍ଧି

ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ ଘଟଣାରେ ମୃତ୍ୟୁ ସଂଖ୍ୟା 4କୁ ବୃଦ୍ଧି । କେମିକାଲ ଡିପାର୍ଟମେଣ୍ଟରେ ଗ୍ୟାସ ଲିକ୍‌ ହେବାରୁ 10 ଜଣ ଗୁରୁତର । ଅଧିକ ପଢନ୍ତୁ..

author img

By

Published : Jan 6, 2021, 11:45 AM IST

Updated : Jan 6, 2021, 10:29 PM IST

ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ
ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ

ରାଉରକେଲା: ସବୁଦିନ ପରି ଗହଳି ଚହଳି ଲାଗିଥିଲା ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ । ପେଟ ପାଟଣାର ସଂସାର ଚଳାଇବାକୁ ଆଜି ମଧ୍ୟ ନିଜ କାମରେ ଲାଗିପଡିଥିଲେ କର୍ମଚାରୀ । ହେଲେ କିଏ ଜାଣିଥିଲା ବୁଧବାର ସକାଳ ସମୟ ଥିଲା କାଳର ସମୟ । କେହି କିଛି ବୁଝିବା, ଶୁଝିବା ପୂର୍ବରୁ ଷ୍ଟିଲ ପ୍ଲାଣ୍ଟର କୋଲ କେମିକାଲସ୍ ବିଭାଗରେ ଅଚାନକ ହେଲା ଗ୍ୟାସ୍ ଲିକ । ବିଷାକ୍ତ ଗ୍ୟାସ କବଳରେ କାର୍ଯ୍ୟରତ କର୍ମଚାରୀ । ଚାରିଆଡେ ଆର୍ତ୍ତ ଚିତ୍କାର, ହୋ ହାଲ୍ଲା । 4 ନିରୀହ ବିଶାକ୍ତ ଗ୍ୟାସର ବିଷ ଜ୍ଵାଳାରେ ଆଖିବୁଝିଲେ, ଅନ୍ୟ 6 ଜଣ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ଅଶୁଭ ବୁଧବାରରେ ଷ୍ଟିଲ ପ୍ଲାଣ୍ଟରେ ଘଟିଥିଲା ମୃତ୍ୟୁର ତାଣ୍ଡବ ।

ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ: ମୃତ୍ୟୁ ସଂଖ୍ୟା 4କୁ ବୃଦ୍ଧି
ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ: ମୃତ୍ୟୁ ସଂଖ୍ୟା 4କୁ ବୃଦ୍ଧି
2-employees-of-rourkela-steel-plant-died-after-leakage-of-toxic-gas
ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ ; ମୃତ୍ୟୁ ସଂଖ୍ୟା 4କୁ ବୃଦ୍ଧି

ଲିକ୍‌ ଯୋଗୁଁ 10 ଜଣ କର୍ମଚାରୀ ଗୁରୁତର ଅବସ୍ଥାରେ ଆଇଜିଏଚ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ 4 ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ 6 ଗୁରୁତରଙ୍କ ଚିକିତ୍ସା ଜାରି ରହିଛି । ସମସ୍ତ କର୍ମଚାରୀ ଷ୍ଟାର କନଷ୍ଟ୍ରକଶନ କମ୍ପାନୀର ଠିକା କର୍ମଚାରୀ ଭାବେ କାମ କରୁଥିଲେ ।

ସେପଟେ ଏହି ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଗୁରୁତର ହୋଇଥିବା କର୍ମଚାରୀଙ୍କ ଆଶୁ ଆରୋଗ୍ୟ ମଧ୍ୟ କାମନା କରିଛନ୍ତି ।

ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମଧ୍ୟ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ରାଉରକେଲା ଇସ୍ପାତ କାରଖାନାରେ ଦୁର୍ଘଟଣା ଯୋଗୁଁ କର୍ମଚାରୀଙ୍କ ମୃତ୍ୟୁ ହେବା ଖବର ଗଣମାଧ୍ୟମରୁ ଶୁଣି ମୁଁ ଅତ୍ଯନ୍ତ ଦୁଃଖିତ ଏବଂ ମର୍ମାହତ । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ପ୍ରଭୁ ଜଗନ୍ନାଥଙ୍କ ପାଖେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ବୋଲି ଟ୍ବିଟ ଯୋଗେ କହିଲେ ପ୍ରତାପ । ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା, ସମୀର ମହାନ୍ତି, ପ୍ରଦୀପ୍ତ ନାୟକ, ପ୍ରତାପ ଜେନା ମଧ୍ୟ ଏହି ଦୁର୍ଘଟଣାକୁ ନେଇ ମର୍ମାହତ ହୋଇଛନ୍ତି । କର୍ମଚାରୀଙ୍କ ମୃତ୍ୟୁ ହେବା ଖବର ଶୁଣି ଟ୍ବିଟ ଯୋଗେ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇଛନ୍ତି ।

ଅପରପକ୍ଷେ ଟ୍ରେଡ ୟୁନିୟନ ନେତାଙ୍କ ଦାବି ମୁତାବକ ଘଟଣା ପରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ୨ ଡିଜିଏମ୍‌ ନିଲମ୍ବିତ । କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଉଭୟଙ୍କୁ ନିଲମ୍ବନ କଲେ ଷ୍ଟିଲ୍‌ ପ୍ଲାଣ୍ଟ CEO । ନିଳମ୍ବିତ ଦୁଇ ଅଧିକାରୀ ହେଲେ ଇ.ଏମ୍.ଡିର ଜି .ବାରିକ ଓ ସିସିଡିର ଏନ୍.ବାଗ । ଏହା ବ୍ୟତୀତ ଚାରି ମୃତକଙ୍କ ପରିବାରର ଜଣେ ଲେଖାଁଏ ସଦସ୍ୟଙ୍କୁ ଚାକିରି ଦେବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ । ଷ୍ଟିଲ ପ୍ଲାଣ୍ଟର କୋଲ କେମିକାଲ୍ସ ବିଭାଗରେ ଗ୍ୟାସ୍ ଲିକ ଘଟଣାକୁ କେନ୍ଦ୍ର କରି ଆର୍.ଏସ.ପି ସମ୍ମୁଖ ଓ ଆଇ.ଜି.ଏଚ୍ ପରିସରରେରେ ତୀବ୍ର ଉତ୍ତେଜନା ଜାରି ରହିଛି । ମୃତକଙ୍କ ମରଶରୀର ପରିବାର ଲୋକଙ୍କୁ ନଦେଖାଇବାରୁ ବଢିଛି ଏହି ଉତ୍ତେଜନା । ତେବେ ଘଟଣା ନେଇ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରିଛି ଭାରତରୀୟ ଇସ୍ପାତ କର୍ତ୍ତୃପକ୍ଷ । ଏକ ଉଚ୍ଚସ୍ତରୀୟ କମିଟି ଗଠନ ହେଇ ତଦନ୍ତ ଚାଲଛି ବୋଲି କହିଛି ସେଲ୍ । ତେବେ କେଉଁ କାରଣରୁ ଗ୍ୟାସ ଲିକ୍‌ ହୋଇଥିଲା ତାହା ସ୍ପଷ୍ଟ ହୋଇନାହିଁ । ଆଉ ଏହା ପଛରେ ଦାୟୀ କିଏ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ରାଉରକେଲାରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

Last Updated : Jan 6, 2021, 10:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.