ETV Bharat / city

ଉଦ୍ଧାର ପାଇଁ ଝାଡଖଣ୍ଡ ସରକାରଙ୍କୁ 14 ଦାଦନ ଶ୍ରମିକଙ୍କ ଆକୁଳ ନିବେଦନ

ସୁନ୍ଦରଗଡ ଜିଲ୍ଲାରେ କାର୍ଯ୍ୟକରୁଥିବା 14 ଝାରଖଣ୍ଡ ଶ୍ରମିକ ନିଜ ଘରକୁ ନେବା ପାଇଁ ଝାଡଖଣ୍ଡ ସରକାରଙ୍କୁ ମୋବାଇଲ ଭିଡିଓ ମାଧ୍ୟମରେ ଉଦ୍ଧାର କରିବା ପାଇଁ ଆକୁଳ ନିବେଦନ କରିଛନ୍ତି । ବର୍ତ୍ତମାନ ଶ୍ରମିକ ମାନେ ଭୋକ ଉପବାସରେ ପଡି ରହିଥିଲାବେଳେ,ଠିକାଦାର ଫେରାର ହୋଇଯାଇଛନ୍ତି ।

author img

By

Published : Mar 29, 2020, 6:10 PM IST

14-migrant-labour-appealed-to-the-jharkhand-government-for-help
ଉଦ୍ଧାର କରିବା ପାଇଁ ଝାଡଖଣ୍ଡ ସରକାରଙ୍କୁ ଆକୁଳ ନିବେଦନ କଲେ 14 ଦାଦନ ଶ୍ରମିକ

ରାଉରକେଲା: ଲକଡାଉନ ପରେ ପଡିରହିଛନ୍ତି ଝାଡଖଣ୍ଡର ଦାଦନ ଶ୍ରମିକ । ମହାମାରୀ କୋରୋନାକୁ ନେଇ ସାରା ଭାରତକୁ 24 ତାରିଖରୁ ଲକଡାଉନ କରାଯାଇଛି । ସମସ୍ତ ପ୍ରକାରର ଯୋଗାଯୋଗ ଛିନ୍ନ କରାଯାଇଛି । ବର୍ତ୍ତମାନ ସୁନ୍ଦରଗଡ ଜିଲ୍ଲାରେ କାର୍ଯ୍ୟକରୁଥିବା 14 ଝାଡଖଣ୍ଡ ଶ୍ରମିକ ନିଜ ଘରକୁ ନେବା ପାଇଁ ଝାଡଖଣ୍ଡ ସରକାରଙ୍କୁ ମୋବାଇଲ ଭିଡିଓ ମାଧ୍ୟମରେ ଆକୁଳ ନିବେଦନ କରିଛନ୍ତି । ବର୍ତ୍ତମାନ ଶ୍ରମିକ ମାନେ ଭୋକ ଉପବାସରେ ପଡି ରହିଥିଲାବେଳେ, ଠିକାଦାର ଫେରାର ହୋଇଯାଇଛନ୍ତି ।

ଉଦ୍ଧାର ପାଇଁ ଝାଡଖଣ୍ଡ ସରକାରଙ୍କୁ ଆକୁଳ ନିବେଦନ କଲେ 14 ଦାଦନ ଶ୍ରମିକ

ସୂଚନାନୁଯାୟୀ ସୁନ୍ଦରଗଡ଼ ଜିଲ୍ଲାର କୁଆରମୁଣ୍ଡା ବ୍ଲକର ଜୱରବେଡା ଗାଁରେ ଝାରଖଣ୍ଡର ସାହେବଗଞ୍ଜ ଜିଲ୍ଲାର ରାଜମହଲ ଥାନା ଅନ୍ତର୍ଗତ ପୋଷ୍ଟ ନାରାୟନପୁରର ଲାଖିପୁର ଗ୍ରାମର 14 ଜଣ ଶ୍ରମିକ ଭାବରେ କାର୍ଯ୍ୟକରୁଥିଲେ । ଏହି ଶ୍ରମିକମାନେ ଶୌଚାଳୟ ନିର୍ମାଣ କାର୍ଯ୍ୟରେ ଲାଗୁଥିଲେ । ମହାମାରୀ କୋରୋନାର ଆତଙ୍କ ପରେ ଠିକାଦାର ଓ ଉପରିସ୍ଥ କର୍ମଚାରୀ ମାନେ ସମସ୍ତେ ଫେରାର ହୋଇଯାଇଛନ୍ତି। ବର୍ତ୍ତମାନ ସେମାନଙ୍କ ପାଖରେ ଟଙ୍କା ମଧ୍ୟନାହିଁ ଭୋକ ଉପବାସ ରହି ବହୁତ କଷ୍ଟରେ ରହୁଛନ୍ତି ।

ଏହି ଦାଦନମାନଙ୍କୁ ଗ୍ରାମବାସୀଙ୍କ ସହିତ ଅନିଲ ଏକ୍କା ନାମର ଯୁବକ ଓ ଅନ୍ୟ ମାନେ ସହାୟତା କରୁଛନ୍ତି । ଅରମାନ ଖାଁ,ସହଜ଼ଉଦ୍ଦିନ ଶେଖ,ସରୁଖ ଶେଖ,ସଲିମ ଶେଖ,ତସଦର ଶେଖ,ସଂଗୀର ଖାଁ,ଦୌଲତ ଖାଁ,ଟଯୁଲ ଶେଖ,ରଂଜନ ଶେଖ,ପଚୁ ଶେଖ,ଅଜ଼ମାଲ ହୁସେନ,ଯ଼ାଡ଼ ଶେଖ,ୟୁସୁଫ ଶେଖ,ସନକ ଶେଖ ନାମକ ଶ୍ରମିକ ମାନେ ଘରକୁ ନେବା ପାଇଁ ନେହୁରା ହୋଇଛନ୍ତି । ଝାରଖଣ୍ଡ ସରକାର ସେମାନଙ୍କ ସୁରକ୍ଷିତ ଭାବରେ ତାଙ୍କୁ ନେବା ପାଇଁ ସରକାରଙ୍କୁ କହିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.