ETV Bharat / city

ପୁରୀରେ ଅଘଟଣ, ମୁକୁଳା ଡ୍ରେନ୍‌ରେ ପଡ଼ି ଯୁବକ ମୃତ - ପୁରୀରେ ମୁକୁଳା ଡ୍ରେନ୍‌ରେ ପଡ଼ି ଯୁବକ ମୃତ

ପୁରୀ ମାର୍କେଟ୍ ଛକ ନିକଟରେ ଅଘଟଣ । ମୁକୁଳା ଡ୍ରେନ ସାଜିଲା କାଳ । ମୁକୁଳା ଡ୍ରେନରେ ପଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ସହରରେ । ଅଧିକ ପଢନ୍ତୁ

ପୁରୀରେ ଅଘଟଣ, ମୁକୁଳା ଡ୍ରେନ୍‌ରେ ପଡ଼ି ଯୁବକ ମୃତ

author img

By

Published : May 18, 2022, 9:40 AM IST

Updated : May 18, 2022, 12:23 PM IST

ପୁରୀ: ପୁରୀ ମାର୍କେଟ୍ ଛକ ନିକଟରେ ଅଘଟଣ । ମୁକୁଳା ଡ୍ରେନ ସାଜିଲା କାଳ । ମୁକୁଳା ଡ୍ରେନରେ ପଡି ଚାଲିଗଲା ବ୍ୟକ୍ତିଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ବଡ଼ଦାଣ୍ଡ ମାର୍କେଟ ଛକ ନିକଟରେ । ତେବେ ମୃତକ ଯୁବକଙ୍କ ପରିଚୟ ମିଳିପାରିନାହିଁ । ଏହି ଘଟଣାକୁ ନେଇ ପୁରୀ ପ୍ରଶାସନକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ ।

ପୁରୀରେ ଅଘଟଣ, ମୁକୁଳା ଡ୍ରେନ୍‌ରେ ପଡ଼ି ଯୁବକ ମୃତ

ସୂଚନାଅନୁସାରେ, ଗତ କିଛିଦିନ ତଳେ ଡ୍ରେନ ଉପରେ ସ୍ଲାବ ପକାଇବା ପାଇଁ ପୁରୀ ପୌର କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଯାଇ ଥିଲେ ମଧ୍ୟ କେହି ଶୁଣି ନ ଥିବା ଅଭିଯୋଗ ହୋଇଛି । ପ୍ରଶାସନର ଅବହେଳା ଯୋଗୁଁ ଗୋଟିଏ ନିରୀହ ଜୀବନ ଚାଲି ଯାଇଥିବା ସ୍ଥାନୀୟ ଲୋକ ମାନେ ଅଭିଯୋଗ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : May 18, 2022, 12:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.