ପୁରୀ : ମମିତା ମେହେରକୁ ନ୍ୟାୟ, କଂଗ୍ରେସ କାର୍ଯ୍ୟାଳୟ ମଧ୍ୟରେ ରାଜ୍ୟ ପୋଲିସର ପ୍ରବେଶକୁ ନେଇ ପ୍ରତିବାଦ । ଏନେଇ ପୁରୀ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଶୋଭାଯାତ୍ରା ସହ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଦଳ ଅଭିଯୋଗ ଆଣିଛି ଯେ, ମମିତା ମେହେରକୁ ନ୍ୟାୟ ଦେବା ପାଇଁ ରାଜ୍ୟ ଛାତ୍ର କଂଗ୍ରେସ ପକ୍ଷରୁ ଗତ ୧୦ ତାରିଖରେ ବିଧାନସଭା ଘେରାଉ କରିଥିଲା ।
ଏନେଇ ରାଜ୍ୟ ସରକାର ପୋଲିସକୁ ଲଗାଇ କଂଗ୍ରେସ କାର୍ଯ୍ୟାଳୟ ମଧ୍ୟରେ ପୋଲିସ ପ୍ରବେଶ କରିଥିଲା । ଏବଂ ଛାତ୍ର କଂଗ୍ରେସ ପିଲାଙ୍କୁ ଅମାନୁଷିକ ଭାବେ ମାଡ ମାରିଥିଲେ । ଏଥିରେ ସମ୍ପୃକ୍ତ ପୋଲିସ କର୍ମଚାରୀ ଓ ଅଧିକାରୀଙ୍କୁ ସସପେଣ୍ଡ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ବ୍ୟାପକ କରାଯିବ ବୋଲି ପୁରୀ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ