ପୁରୀ: ଦୟାନଦୀକୁ ଗାଧୋଇବାକୁ ଯାଇ ଯୁବ ବ୍ୟବସାୟୀ ଅବିନାଶ ଦାସ ଭାସି ଯିବା ଘଟଣା । ଦୀର୍ଘ ୩୬ ଘଣ୍ଟା ପରେ ନିଖୋଜ ଅବିନାଶଙ୍କ ମୃତଦେହ ଉଦ୍ଧାର । ନିଖୋଜ ଥିବା ସ୍ଥାନର ୬ଶହ ମିଟର ଦୂର କଣ୍ଟି ପଞ୍ଚାୟତ ଲେମ୍ବୁଆ ପଡା ମୌଜାରୁ ମୃତଦେହକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକ ।
ମିଳିଥିବା ସୂଚନା ଅନୁଯାୟୀ, ଦୁଇଦିନ ତଳେ ଭୁବନେଶ୍ୱର ପାତ୍ରପଡାର ଅବିନାଶ ଦାଶ ଦୟାନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ଭାସି ଯାଇଥିଲେ । ତେବେ ନିଖୋଜ ଅବିନାଶଙ୍କ ପତ୍ତା ମିଳିନଥିବା ବେଳେ ଆଜି ଲେମ୍ବୁଆ ପଡା ମୌଜାରୁ ମୃତଦେହକୁ ଉଦ୍ଧାର କରାଯାଇଛି । ଏନେଇ ଅବିନାଶଙ୍କ ପରିବାର ଲୋକେ ପୋଲିସଙ୍କୁ ଜଣାଇଥିଲେ । ତେବେ ମୃତଦେହ ମିଳିଥିବା ସ୍ଥାନଟି ଡେଲାଙ୍ଗ ଥାନା ଅଧୀନରେ ଆସୁଥିବାରୁ ଘଟଣା ସ୍ଥଳରେ ଡେଲାଙ୍ଗ ଥାନା ଅଧିକାରୀ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ