ETV Bharat / city

ଶ୍ରୀମନ୍ଦିରର ପର୍ବପର୍ବାଣୀ ଓ ଯାନିଯାତ୍ରା ଚୂଡାନ୍ତ

ଚଳିତ ବର୍ଷ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ତାରିଖ ଚୂଡାନ୍ତ ହୋଇଛି । ଆସନ୍ତା ଜୁଲାଇ 12 ରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଜୁନ 24 ତାରିଖରେ ମହାପ୍ରଭୁଙ୍କ ହେବ ସ୍ନାନ ଯାତ୍ରା। ଅଧିକ ପଢନ୍ତୁ...

author img

By

Published : Mar 2, 2021, 1:19 PM IST

ଶ୍ରୀମନ୍ଦିରର ପର୍ବପର୍ବାଣୀ ଓ ଯାନିଯାତ୍ରା ଚୂଡାନ୍ତ
ଶ୍ରୀମନ୍ଦିରର ପର୍ବପର୍ବାଣୀ ଓ ଯାନିଯାତ୍ରା ଚୂଡାନ୍ତ

ପୁରୀ : ଆସନ୍ତା ଜୁଲାଇ 12 ରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଜୁନ 24 ତାରିଖରେ ମହାପ୍ରଭୁଙ୍କ ହେବ ସ୍ନାନ ଯାତ୍ରା । ଜୁଲାଇ 20ରେ ବାହୁଡା ଯାତ୍ରା ଓ ହରିଶୟନ ଏକାଦଶୀ ଅନୁଷ୍ଠିତ ହେବ । 21ରେ ମହାପ୍ରଭୁଙ୍କ ଅନୁଷ୍ଠିତ ହେବ ସୁନାବେଶ । ରଥ ଉପରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ । ଚଳିତ ବର୍ଷ ପାଇଁ ଶ୍ରୀମନ୍ଦିର ପର୍ବପର୍ବାଣୀ ଓ ଜାନିଯାତ୍ରାରେ ଏନେଇ ଚୂଡାନ୍ତ ହୋଇଛି ।

ସେହିପରି ଏପ୍ରିଲ 15ରେ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା, ଜୁଲାଇ 9ରେ ଅନୁଷ୍ଠିତ ହେବ ନବଯୌବନ ଦର୍ଶନ । ଏହି କ୍ରମରେ ଜୁଲାଇ 22ରେ ଅଧରପଣା ଓ 23ରେ ନିଳାଦ୍ରୀ ବିଜେ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ନାଗାର୍ଜୁନ ବେଶ ପଡିବ ନାହିଁ । କାରଣ ଏ ବର୍ଷ ପଞ୍ଚୁକ 5 ଦିନ ପଡୁଛି । ନଭେମ୍ବର 15ରୁ ଆରମ୍ଭ ହେବ ପଞ୍ଚୁକ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.