ETV Bharat / city

ବିନା ଭକ୍ତରେ ବିଶ୍ଵ ପ୍ରସିଦ୍ଧ ଚନ୍ଦ୍ରଭାଗା ମାଘ ସପ୍ତମୀ ବୁଡ଼ ଅନୁଷ୍ଠିତ - world famous magha mela

ଚଳିତ ବର୍ଷ କୋଭିଡ୍‌ କଟକଣା ମଧ୍ୟରେ ଅନୁଷ୍ଠିତ ହେଉଥିବା ମାଘସପ୍ତମୀ ବୁଡ଼ ଲାଗି ସର୍ବାଧିକ 500 ଲୋକଙ୍କୁ ଅନୁମତି ପ୍ରଦାନ କରାଯିବା ପାଇଁ ସ୍ଥିର କରିଥିଲା ପ୍ରଶାସନ। ଯାହାଫଳରେ ବିନା ଭକ୍ତରେ ଅନୁଷ୍ଠିତ ହୋଇଛି ମାଘ ସପ୍ତମୀ ବୁଡ। ଅଧିକ ପଢନ୍ତୁ...

ବିନା ଭକ୍ତରେ ଅନୁଷ୍ଠିତ ହେଲା ବିଶ୍ଵ ପ୍ରସିଦ୍ଧ ଚନ୍ଦ୍ର ଭାଗା ମାଘ ସପ୍ତମୀ ବୁଡ଼

author img

By

Published : Feb 19, 2021, 7:32 AM IST

ପୁରୀ: ଚଳିତ ବର୍ଷ ବିନା ଭକ୍ତରେ ଅନୁଷ୍ଠିତ ହୋଇଛି ବିଶ୍ଵ ପ୍ରସିଦ୍ଧ ଚନ୍ଦ୍ରଭାଗା ମାଘ ସପ୍ତମୀ ବୁଡ଼। ତିନି ଠାକୁର ଚନ୍ଦ୍ରଭାଗାରେ ରାତ୍ରି ୩.୩୦ ମିନିଟରେ ପହଞ୍ଚିବା ପରେ ସେଠାରେ ଠାକୁରମାନଙ୍କ ‌ମହୋଦଧି ସ୍ନାନ ଓ ତୀର୍ଥ ସ୍ନାନ କରାଯାଇ ଥିଲା । ପରେ ତିନି ଠାକୁରଙ୍କ ସ୍ନାନ ଓ ପୂଜାନୀତି ସମାପନ ହୋଇ ଥିଲା ।

ଠାକୁରଙ୍କ ନୀତି ସମ୍ପନ୍ନ ପରେ ଠାକୁରଙ୍କ ସହିତ ଶୋଭାଯାତ୍ରାରେ ଯାଇ ତୀର୍ଥସ୍ନାନ ପାଇଁ ଅନୁମତି ପାଇଥିବା ସେବାୟତଙ୍କୁ ଭୋର ସମୟ ରେ ତୀର୍ଥ ସ୍ନାନର ସୁଯୋଗ ମିଳିଥିଲା। ଚଳିତ ବର୍ଷ କୋଭିଡ୍‌ କଟକଣା ମଧ୍ୟରେ ଅନୁଷ୍ଠିତ ହେଉଥିବା ମାଘସପ୍ତମୀ ବୁଡ଼ ଲାଗି ସର୍ବାଧିକ 500 ଲୋକଙ୍କୁ ଅନୁମତି ପ୍ରଦାନ କରାଯିବା ପାଇଁ ସ୍ଥିର କରିଥିଲା ପ୍ରଶାସନ ।

ବିନା ଭକ୍ତରେ ଅନୁଷ୍ଠିତ ହେଲା ବିଶ୍ଵ ପ୍ରସିଦ୍ଧ ଚନ୍ଦ୍ର ଭାଗା ମାଘ ସପ୍ତମୀ ବୁଡ଼

ଏହି ପାଞ୍ଚଶହ ଲୋକଙ୍କ ମଧ୍ୟରେ ସେବାୟତ, ପୁଲିସ, ପ୍ରଶାସନ, ଗଣମାଧ୍ୟମ ପ୍ରତିନିଧି ଓ ତିନି ଠାକୁରଙ୍କ କର୍ତ୍ତା ଠାକୁରଙ୍କ ଶୋଭାଯାତ୍ରାରେ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ଯିବାଲାଗି ଅନୁମତି ରହିଥିଲା । ସୂଚନା ଯୋଗ୍ୟ, ଚଳିତବର୍ଷ କୋଭିଡ୍‌ କଟକଣା ମଧ୍ୟରେ ଅନୁଷ୍ଠିତ ଏହି ମାଘସପ୍ତମୀ ବୁଡ଼ ପାଇଁ ଚନ୍ଦ୍ରଭାଗା ମେଳାପଡ଼ିଆ ଓ ତୀର୍ଥ ପୁଷ୍କରଣୀ ସଂଲଗ୍ନ ଅଞ୍ଚଳରେ ୧୮ ଓ ୧୯ ତାରିଖ ଦୁଇଦିନ ବ୍ୟାପୀ ୧୪୪ ଧାରା ଜାରି କରାଯାଇଛି।

ଏଥିସହିତ ଶ୍ରଦ୍ଧାଳୁ, ସ୍ଥାନୀୟ ଲୋକେ ଓ ଅଞ୍ଚଳ ବାହାର ଲୋକଙ୍କର ଚନ୍ଦ୍ରଭାଗା ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ବିଶ୍ଵାସ ରହିଛି ଏହି ମାଘ ସପ୍ତମୀ ଦିନ ଚନ୍ଦ୍ରଭାଗାରେ ବୁଡ ପକାଇଲେ ଅଶେଷ ପୁଣ୍ୟ ମିଳିଥାଏ । ଶୃଙ୍ଖଳିତ ବୁଡ ପକାଇବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ଆଇନ ଶୃଙ୍ଖଳା ପାଇଁ 30 ପ୍ଲାଟୁର୍ନ ପୋଲିସ ଫୋର୍ସ ମୁତୟନ ହୋଇଥାନ୍ତି ।

ପ୍ରଶାସନ ପକ୍ଷରୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍ପରଣୀରୁ ପଙ୍କ ଉଦ୍ଧାର କରି ବିଶୋଧନ କରାଯାଇଥିବା ବେଳେ ମେଳା ପଡିଆରେ ଆଲୋକୀକରଣ, ଅସ୍ଥାୟୀ ନଳକୂପ,ବ୍ୟାରିକେଡ ବ୍ୟବସ୍ଥା,ଓ୍ଵାଚ ଟାଓ୍ଵାରର ବ୍ୟବସ୍ଥା କରାଯାଇଥାଏ। ରିତିନିତୀନୁସାରେ ତିନି ଠାକୁର ଇଶାନେଶ୍ଵର,ତ୍ରିବେଣୀଶ୍ଵର,ଦକ୍ଷିଣେଶ୍ଵର ଠାକୁର ମଙ୍ଗଳବାର ରାତ୍ର ସାଢେ 10ଟା ରେ କୋଣାର୍କ ଏନଏଏସି ରେ ପହଂଚିବା ପରେ ସେଠାରୁ ଠାକୁର ସେଠାରୁ ଏକତ୍ର ହୋଇ ଚନ୍ଦ୍ରଭାଗା ପୁଷ୍ପରଣୀ କୁ ଆସିବା ପରେ ଚନ୍ଦ୍ରଭାଗା ପୁଷ୍ପରଣୀ ଠାରେ ସେମାନଙ୍କୁ ପୂଜାର୍ଚ୍ଚନା କରାଯାଇ ଭୋର 3ଟା 30 ମିନିଟରେ ତିନି ଠାକୁର ଏହି ଚନ୍ଦ୍ରଭାଗା ପୁଷ୍ପରଣୀରେ ସ୍ନାନ କରି କରିଥିଲେ ।

ଏହାପରେ ସାଧୁସନ୍ଥ ସ୍ନାନ କରିବା ସହ ସେବାୟତ ସ୍ନାନ କରିଥିଲେ। ଶୃଙ୍ଖଳିତ ବୁଡ ପକାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଥିଲା। ମାଘ ସପ୍ତମୀ ବୁଡ ଷଷ୍ଠୀରାତିରେ ଚନ୍ଦ୍ରଭାଗା ମେଳାପଡ଼ିଆରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଖୋଲା ଆକାଶ ତଳେ ରାତିବିତାଇବା ସହ ମାଟିହାଣ୍ଡିରେ ଭାତଡ଼ାଲମା ପ୍ରସ୍ତୁତ କରି ଖାଇଥାନ୍ତି।

ଏହି ରନ୍ଧାକାର୍ଯ୍ୟରେ ବ୍ୟବହୃତ ହାଣ୍ଡିଗୁଡ଼ିକୁ ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗା ତୀର୍ଥ ସଂଲଗ୍ନ ହାଣ୍ଡିଭଙ୍ଗା ପୁଷ୍କରଣୀରେ କଚାଡ଼ି ଭାଙ୍ଗିଥିବା ପରମ୍ପରା ରହିଛି । ସେପଟେ ଆଜିର ଦିନରେ ଏଠାରେ ବୁଡ ପକାଇଲେ ମନସ୍କାମନା ପୂରଣ ହେବାର ବିଶ୍ଵାସ ନେଇ ବୁଡ ପକାଇବାକୁ ଅସିଥାନ୍ତି ହଜାର ହଜାର ଶ୍ରଦ୍ଧାଳୁ । ତେବେ କୋଭିଡ କଟକଣା ପାଇଁ ଏଥର ଭକ୍ତ ଙ୍କୁ ବାରଣ କରାଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.