ETV Bharat / city

ବାଲେଶ୍ବରରୁ ଚାଲିଚାଲି ବଡଦାଣ୍ଡ, ସ୍ତ୍ରୀଙ୍କ ସୁସ୍ଥତା କାମନା କଲେ ଭକ୍ତ - Devotee

ସ୍ତ୍ରୀଙ୍କ ସୁସ୍ଥତା କାମନା କରି ମହାପ୍ରଭୁ ପାଖରେ ଗୁହାରି କରିବାକୁ ବାଲେଶ୍ବରରୁ ବଡଦାଣ୍ଡ ଚାଲି ଚାଲି ଆସିଛି ଭକ୍ତଟିଏ । ଅଧିକ ପଢନ୍ତୁ...

ଜଗା ଦୁଆରେ ଭକ୍ତର ବୀନତି
ଜଗା ଦୁଆରେ ଭକ୍ତର ବୀନତି
author img

By

Published : Aug 12, 2021, 2:28 PM IST

ପୁରୀ: ସେ ହେଉଛନ୍ତି ଜଗତର ନାଥ । ବିଶ୍ବ ବ୍ରହ୍ମାଣ୍ଡର ଅଧିପତି । ସେ ଚାହିଁଲେ ସବୁ ସମ୍ଭବ । ଏମିତି କିଛି କହି ଭଗବାନ ଦୁଆରେ କାନ୍ଦୁଛି ଭକ୍ତ । ମାନସିକ ପୁରା ପାଇଁ ବାଲେଶ୍ବରରୁ ଚାଲି ଚାଲି ଧାଇଁ ଆସିଛି କାଳିଆ ପାଖକୁ । ସ୍ତ୍ରୀଙ୍କୁ ସୁସ୍ଥ କରିବାକୁ ମହାପ୍ରଭୁ ପାଖରେ ଗୁହାରି କରିଛନ୍ତି ଭକ୍ତ ଗୌରୀ ଶଙ୍କର ଦାସ ।

ଜଗା ଦୁଆରେ ଭକ୍ତର ବୀନତି

ସୂଚନାଅନୁସାରେ ବାଲେଶ୍ବର ଜିଲ୍ଲାର ଗୌରୀ ଶଙ୍କରଙ୍କ ପତ୍ନୀ ଅସୁସ୍ଥ ଅଛନ୍ତି । ତାଙ୍କୁ ଭଲ କରି ଦେବାକୁ କାଳିଆ ପାଖରେ ବିନତୀ କରିବାକୁ ଚାଲି ଚାଲି ଆସିଛନ୍ତି ଗୌରୀ । ସେ ଗତକାଲି ପୁରୀରେ ପହଞ୍ଚିଥିବାବେଳେ ନରେନ୍ଦ୍ର ପୁଷ୍କରିଣୀରେ ସ୍ନାନ କରି ସେଠାରୁ ଦଣ୍ଡ ପ୍ରଣାମ କରି କରି ସିଂହଦ୍ବାର ପାଖରେ ପହଞ୍ଚିଥିଲେ । କୋଭିଡ କଟକଣା ପାଇଁ ସେ ଅରୁଣ ସ୍ତମ୍ଭ ଛୁଇଁ ନ ପାରି ଦୂରରେ ଥିବା ବ୍ୟାରିକେଡ ପାଖରେ ବସିଥିଲେ ।

ସେ ବହୁତ ହାଲିଆ ହୋଇଯାଇଥିଲେ । ତାଙ୍କ ସ୍ବାସ୍ଥ୍ୟବସ୍ଥା ଦେଖି ଅନେକ ଲୋକ ତାଙ୍କୁ ପାଣି ଦେଇଥିଲେ ହେଲେ ସେ ଟୋପାଏ ବି ପାଣି ଗ୍ରହଣ କରିନଥିଲେ । ଜାଗା ଦୁଆରେ ପହଁଚି ଥିଲେ ବି ଅରୁଣ ସ୍ତମ୍ଭ ଟିକେ ଛୁଇଁ ନ ପାରିବାରୁ ମହାପ୍ରଭୁଙ୍କ ଉପରେ ଅଭିମାନ କରି ଦୀର୍ଘ ସମୟ ଧରି କାନ୍ଦିଥିଲେ ଗୌରୀ ।

ତେବେ ସେବାୟତମାନେ ମହାପ୍ରଭୁଙ୍କ ତୁଳସୀ ଦେଇ ବୁଝାଇବା ପରେ ସେ ବୁଝିଥିଲେ । ତେବେ ପତିତପାବନଙ୍କ ସମ୍ମୁଖରେ ଏହି ଦୃଶ୍ୟ ସମସ୍ତଙ୍କୁ ଭାବୁକ କରିଥିଲା । ଯେ କେହି ବି ଏହି ଦୃଶ୍ୟ ଦେଖିଥିଲା କାନ୍ଦି ପକାଇଥିଲା । ଭଗବାନ ତାଙ୍କ ସ୍ତ୍ରୀକୁ ଭଲ କରି ଦିଅନ୍ତୁ ଓ ଭକ୍ତଙ୍କୁ ଦର୍ଶନ ସୁଯୋଗ ଦିଅନ୍ତୁ ବୋଲି ପ୍ରାର୍ଥନା କରିଥିଲେ ସ୍ଥାନୀୟ ଲୋକ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.