ETV Bharat / city

ରଥ ନିର୍ମାଣ ପ୍ରସଙ୍ଗ; ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା

ରଥ ନିର୍ମାଣ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ରଥ ଖଳା ପ୍ରସ୍ତୁତ । ରଥ ଖଳାରେ ବିଶ୍ବକର୍ମା ମହାରଣା ବି ପ୍ରସ୍ତୁତ ହୋଇ ବସିଛନ୍ତି । ତେବେ ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତିକୁ ନେଇ ରାଜ୍ୟ ସରକାରଙ୍କ କୌଣସି ନିର୍ଦ୍ଦେଶ ଆସି ନଥିବା ହେତୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ । ଅଧିକ ପଢନ୍ତୁ...

chariot
ରଥ ନିର୍ମାଣ ନେଇ ସରକାରୀ ନିର୍ଦ୍ଦେଶକୁ ଅପେକ୍ଷା
author img

By

Published : May 5, 2020, 12:15 PM IST

Updated : May 5, 2020, 12:32 PM IST

ପୁରୀ: ରଥ ନିର୍ମାଣ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ରଥ ଖଳା ପ୍ରସ୍ତୁତ । ରଥ ଖଳାରେ ବିଶ୍ବକର୍ମା ମହାରଣା ବି ପ୍ରସ୍ତୁତ ହୋଇ ବସିଛନ୍ତି । ତେବେ ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତିକୁ ନେଇ ରାଜ୍ୟ ସରକାରଙ୍କ କୌଣସି ନିର୍ଦ୍ଦେଶ ଆସି ନଥିବା ହେତୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ ।

ରଥ ନିର୍ମାଣ ନେଇ ସରକାରୀ ନିର୍ଦ୍ଦେଶକୁ ଅପେକ୍ଷା

ସେପଟେ ରଥ ନିର୍ମାଣରେ ବିଳମ୍ବ ହୋଇଯାଇ ଥିବାରୁ ନିର୍ମାଣ ପାଇଁ ଅଧିକ ସମୟ ଦେଇ କାର୍ଯ୍ୟ କଲେ ହିଁ ନିର୍ମାଣ କାର୍ଯ୍ୟ ସଠିକ ସମୟରେ ସରିବ ବୋଲି ବିଶ୍ବକର୍ମା ମହାରଣା ସେବକମାନେ କହିଛନ୍ତି । ତେବେ ଆସନ୍ତା କାଲି ନୃସିଂହ ଚତୁର୍ଦ୍ଦଶୀ । ଗୁଜ ଅନୁକୂଳ ନେଇ ପ୍ରସ୍ତୁତି ହେବ ।

ସେହିପରି 15 ତାରିଖରେ ଭଉଁରୀ ତିଥି । ତିନି ରଥ 6 ଟି ଚକ ଡେରା ହେବାର ପରମ୍ପରା ରହିଛି । ଏଣୁ ଜୋରସୋର କାର୍ଯ୍ୟ ନେଇ ମହାରଣା ସେବକମାନେ ପ୍ରସ୍ତୁତ ରହିଛନ୍ତି । ଏଥର କୋରୋନା ଗାଇଡ୍‌ ଲାଇନ ଅନୁଯାୟୀ ସାମାଜିକ ଦୂରତ୍ବ ବଜାୟ ରଖି କାର୍ଯ୍ୟ ହେବ । ତେବେ ସରକାରଙ୍କ ନିର୍ଦ୍ଦେଶ ଆସିଲେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି କୁହାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : May 5, 2020, 12:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.