ETV Bharat / city

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାକୁ ଫୁ: ଶ୍ରୀମନ୍ଦିରରେ ଭକ୍ତଙ୍କ ଠାରୁ ସେବାୟତ ଆଦାୟ କରୁଛନ୍ତି ଦକ୍ଷିଣା

author img

By

Published : Dec 22, 2021, 4:06 PM IST

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାକୁ ଖୁଲମଖୁଲା ଉଲ୍ଲଂଘନ । ଦାନ ଦକ୍ଷିଣା ଆଦାୟ ଉପରେ କଟକଣା ଥିବା ସତ୍ତ୍ବେ ଶ୍ରୀମନ୍ଦିରରେ ଏହାକୁ ପାଳନ କରାଯାଉନାହିଁ। ଶ୍ରୀମନ୍ଦିର ବାହାରେ ଥିବା ଅରୁଣସ୍ତମ୍ଭ ସମେତ ଭିତରେ ଥିବା ଗରୁଡସ୍ତମ୍ଭ ଏବଂ ଅନ୍ୟାନ୍ୟ ପାର୍ଶ୍ବ ଦେବାଦେବୀଙ୍କ ମନ୍ଦିରରେ ଥାଳି ରଖାଯାଇ ଭକ୍ତଙ୍କ ଠାରୁ ଦକ୍ଷିଣା ଆଦାୟ କରାଯାଉଛି । ଅଧିକ ପଢନ୍ତୁ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାକୁ ଫୁ: ଶ୍ରୀମନ୍ଦିରରେ ଭକ୍ତଙ୍କ ଠାରୁ ସେବାୟତ ଆଦାୟ କରୁଛନ୍ତି ଦକ୍ଷିଣା
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାକୁ ଫୁ: ଶ୍ରୀମନ୍ଦିରରେ ଭକ୍ତଙ୍କ ଠାରୁ ସେବାୟତ ଆଦାୟ କରୁଛନ୍ତି ଦକ୍ଷିଣା

ପୁରୀ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାକୁ ଖୁଲମଖୁଲା ଉଲ୍ଲଂଘନ। ଦାନ ଦକ୍ଷିଣା ଆଦାୟ ଉପରେ କଟକଣା ଥିବା ସତ୍ତ୍ବେ ଶ୍ରୀମନ୍ଦିରରେ ଏହାକୁ ପାଳନ କରାଯାଉନାହିଁ । ଶ୍ରୀମନ୍ଦିର ବାହାରେ ଥିବା ଅରୁଣସ୍ତମ୍ଭ ସମେତ ଭିତରେ ଥିବା ଗରୁଡସ୍ତମ୍ଭ ଏବଂ ଅନ୍ୟାନ୍ୟ ପାର୍ଶ୍ବ ଦେବାଦେବୀଙ୍କ ମନ୍ଦିରରେ ଥାଳି ରଖାଯାଇ ଭକ୍ତଙ୍କ ଠାରୁ ଦକ୍ଷିଣା ଆଦାୟ କରାଯାଉଛି । ଅନେକ ସମୟରେ ଏହି ଦକ୍ଷିଣା ଆଦାୟକୁ ନେଇ ଭକ୍ତ ଓ ପୂଜକଙ୍କ ମଧ୍ୟରେ ଅପ୍ରୀତିକର ପରିସ୍ଥିତି ମଧ୍ୟ ଉପୁଜୁଛି ।

ତେବେ ଏହା ଉପରେ ରୋକ ଲଗାଇବା ସହ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ନାମାକୁ କଡାକଡି ପାଳନ କରିବା ପାଇଁ ଦାବି କରିଛନ୍ତି ଜଗନ୍ନାଥ ପ୍ରେମୀ। ଭକ୍ତଙ୍କର ସମସ୍ତ ଦାନ ହୁଣ୍ଡିକୁ ଯିବା ଉଚିତ ବୋଲି ଭକ୍ତମାନେ ମତ ଦେଇଥିବାବେଳେ ଶ୍ରୀମନ୍ଦିରର ରାଜସ୍ବ ବଢିବା ସହ ଏହି ଅର୍ଥ ମହାପ୍ରଭୁଙ୍କ ବିଭିନ୍ନ କାର୍ଯ୍ୟରେ ବିନିଯୋଗ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି । ତେବେ ପୂର୍ବ ଭଳି ସେବାୟତମାନେ ଆଉ ଶ୍ରୀମନ୍ଦିରରେ ଭକ୍ତଙ୍କ ଠାରୁ ଦକ୍ଷିଣା ଆଦାୟ କରୁନଥିବା ପରିଚାଳନା କମିଟି ସଦସ୍ୟ କହିଛନ୍ତି । ରେକର୍ଡ ଅଫ ରାଇଟ ଅନୁସାରେ ଅଳ୍ପ କିଛି ସେବାୟତ ନିଯୋଗକୁ ମନ୍ଦିର ଭିତରେ ଥାଳି ରଖି ଦକ୍ଷିଣା ଆଦାୟ ପାଇଁ ଅନୁମତି ଦିଆଯାଇଛି ବୋଲି କହିଛନ୍ତି ପରିଚାଳନା କମିଟି ସଦସ୍ୟ।

ଗତ ୨୦୧୮ ମସିହାରେ ଶ୍ରୀମନ୍ଦିରରେ ଦାନଦକ୍ଷିଣା ଆଦାୟ ଉପରେ ରୋକ ଲଗାଇଥିଲେ ସୁପ୍ରିମକୋର୍ଟ। ପରେ ଏହି ନିର୍ଦ୍ଦେଶ ନାମାକୁ କଡାକଡି ପାଳନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହୋଇଥିଲା। କିଛିଦିନ ଏହି କଟକଣା ଠିକଠାକ ଚାଲିବା ପରେ ଏବେ କିନ୍ତୁ ପୁଣି ପୂର୍ବାବସ୍ଥାକୁ ଫେରିଆସିଛି ଦାନ ଦକ୍ଷିଣା ଆଦାୟ। ସେପଟେ ଭକ୍ତ ମାନଙ୍କ ଦାନ ଦକ୍ଷିଣା ଦ୍ବାରା ସେବାୟତ, ପୂଜକ ମାନେ ତାଙ୍କ ପରିବାର ପ୍ରତିପୋଷଣ କରିପାରୁଛନ୍ତି। ଏହି ଦାନ ଦକ୍ଷିଣାକୁ ଛାଡିଦେଲେ ସେବାୟତ ଓ ପୂଜକଙ୍କ ଅନ୍ୟ କୌଣସି ବିକଳ୍ପ ରୋଜଗାର ନଥିବା କହିଛନ୍ତି ସେବାୟତ।

ତେବେ ଶ୍ରୀମନ୍ଦିରରେ କାହାକୁ ଜୋରଜବରଦସ୍ତ କରି ଦାନ ଦକ୍ଷିଣା ଆଦାୟ କରାଯାଉନଥିବାବେଳେ ଏହି କଟକଣାକୁ କୋହଳ କରାଯିବା ପାଇଁ ପରବର୍ତ୍ତୀ ଶୁଣାଣିରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି ସେବାୟତ । ସେପଟେ ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଯଥା ବିଧି ପାଳନ କରାଯାଉଛି। ଶ୍ରୀମନ୍ଦିରରେ ସେବାୟତମାନେ ମହାପ୍ରଭୁଙ୍କ ସେବା କରିବା ସହ କାହିଁ କେଉଁ କାଳରୁ ଭକ୍ତଙ୍କ ଠାରୁ ଦାନ ଦକ୍ଷିଣା ନେଇ ଚଳି ଆସୁଛନ୍ତି। ତେବେ ଦକ୍ଷିଣା ଆଦାୟ ଉପରେ ସୁପ୍ରିମକୋର୍ଟ କଟକଣା ଜାରି କରିବା ପରେ ଅଡ଼ୁଆରେ ପଡିଯାଇଛନ୍ତି ଶ୍ରୀମନ୍ଦିର ସେବାୟତ। ତେବେ ଆସନ୍ତା ମାସରେ ଏସମ୍ପର୍କରେ ଶୁଣାଣି ଥିବାବେଳେ ସେବାୟତଙ୍କର ସମସ୍ୟା ସମାଧାନ ଉପରେ ସୁପ୍ରିମକୋର୍ଟଙ୍କ କଣ ରହିବ ନିର୍ଦ୍ଦେଶ ତାକୁ ହିଁ ଅପେକ୍ଷା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.