ପୁରୀ: ବଲିଉଡର ଦିବଙ୍ଗତ ଆକ୍ଟର ସୁଶାନ୍ତ ସିଂଙ୍କ ମୃତ୍ୟୁର ରହସ୍ୟ ଏ ପର୍ଯ୍ୟନ୍ତ ଖୋଲି ପାରି ନାହିଁ। ତାଙ୍କର ମୃତ୍ୟୁକୁ ନେଇ ବିଭିନ୍ନ ଦିଗରୁ ପ୍ରଶ୍ନ ଉଠୁଥିବା ବେଳେ ଏହା ପଛରେ କାହାର ହାତ ଅଛି ତାହା ଜାଣିବା ପାଇଁ ତାଙ୍କ ପ୍ରଶଂସକ ଚାହିଁ ବସିଛନ୍ତି।
ତେବେ ସୁଶାନ୍ତଙ୍କୁ ଉପଯୁକ୍ତ ନ୍ୟାୟ ଦେବା ପାଇଁ ଦାବି ଜୋର ଧରିଥିବା ବେଳେ ଏହି ପ୍ରସଙ୍ଗକୁ ନେଇ ପୁରୀରେ ବିଶିଷ୍ଟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ବାଲୁକାକଳା କରିଛନ୍ତି। ଯେଉଁ ଥିରେକି ସୁଶାନ୍ତଙ୍କ ପ୍ରତିକୃତିକୁ ସ୍ଥାନ ଦେବା ସହ ଅନେକ ଗୁଡିଏ ପ୍ରଶ୍ନ ଚିହ୍ନ ଥିବା ପ୍ରତିକୃତି ବାଲୁକାକଳାରେ ସ୍ଥାନ ଦିଆଯାଇଛି।
ସୁଶାନ୍ତଙ୍କୁ ଶୀଘ୍ର ନ୍ୟାୟ ଦେବା ଦାବି ନେଇ ଜଷ୍ଟିସ ଫର ସୁଶାନ୍ତ ରହିଛି ଏହି ବାଲୁକାକଳା ମାଧ୍ୟମରେ ବାର୍ତ୍ତା।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ