ETV Bharat / city

ମହିଳାଙ୍କ ହାତରୁ ଚୁଡି ଓ ସୁନାଚେନ ଝାମ୍ପିନେଲେ ନକଲି ପୋଲିସ - ପୋଲିସର ପରିଚୟ ଦେଇ ଲୁଟ

ପୁରୀ ସାମନ୍ତ ଚନ୍ଦ୍ରଶେଖର କଲେଜ ଛକ ନିକଟରେ ପୋଲିସର ପରିଚୟ ଦେଇ ଦୁର୍ବୃତ୍ତମାନେ ଦୁଇଜଣ ମହିଳାଙ୍କ ଠାରୁ ପ୍ରାୟ ଦେଢଭରି ଓଜନର ସୁନା ଚେନ୍ ଓ ହାତ ଖଡୁ ଲୁଟି ନେଇଛନ୍ତି ।

ପୋଲିସ ପରିଚୟ ଦେଇ ମହିଳାଙ୍କୁ ଲୁଟ୍‌
author img

By

Published : Oct 14, 2019, 10:13 PM IST

ପୁରୀ: ପୁରୀ ଭଳି ଏକ ଜନଗହଳିପୂର୍ଣ୍ଣ ସହରରେ ଆଜି ଅଭିନବ ଢଙ୍ଗରେ ଲୁଟ୍ ହୋଇଛି । ପୋଲିସର ପରିଚୟ ଦେଇ ଦୁର୍ବୃତ୍ତମାନେ ଦୁଇଜଣ ମହିଳାଙ୍କ ଠାରୁ ପ୍ରାୟ ଦେଢଭରି ଓଜନର ସୁନା ଚେନ୍ ଓ ହାତ ଖଡୁ ଲୁଟି ନେଇଛନ୍ତି । ଏଭଳି ଘଟଣା ଘଟିଛି ସାମନ୍ତ ଚନ୍ଦ୍ରଶେଖର କଲେଜ ଛକ ନିକଟରେ । ତେବେ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଅନୁଧ୍ୟାନ କରି ଦୁର୍ବୃତ୍ତଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଚଳାଇଛି ।

ପୋଲିସ ପରିଚୟ ଦେଇ ମହିଳାଙ୍କୁ ଲୁଟ୍‌

ସୂଚନା ମୂତାବକ ଦୁଇଜଣ ମହିଳା ଉର୍ମିଳା ନାୟକ ଓ ବିନୋଦିନୀ ନାୟକ ପରିବା କିଣିବା ପାଇଁ ପୂର୍ବାହ୍ନ 10ଟା ବେଳେ ବଜାରକୁ ଯାଉଥିଲେ । ସେହି ସମୟରେ ଦୁଇଜଣ ଯୁବକ ବାଟରେ ତାଙ୍କୁ ଅଟକାଇଥିଲେ । ସେମାନେ ପୋଲିସ, ସାଧା ପୋଷାକରେ ଅଛନ୍ତି ବୋଲି ପରିଚୟ ଦେଇ ଆଗରେ ସ୍ନାନିଂ ହେଉଛି ତମେ କାହିଁକି ସୁନାଗହଣା ପିନ୍ଧିକି ଯାଉଛ ବୋଲି ତାଗିଦ କରିଥିଲେ । ଗହଣା କାଢ଼ି ତମ ଲୁଗାରେ ବାନ୍ଧିଦିଅ ବୋଲି କହିଥିଲେ ।

ଉକ୍ତ ମହିଳା ସେମାନଙ୍କର ଚେନ୍ ଓ ହାତ ଖଡୁ ବାହାର କରି ଲୁଗାରେ ବାନ୍ଧିବା ସମୟରେ ଆଉ ଜଣେ ଦୁର୍ବୃତ୍ତଙ୍କ ସହଯୋଗୀ ତାଙ୍କ ହାତରୁ ଝାମ୍ପିନେଇ ସମସ୍ତେ ମୋଟର ସାଇକେଲରେ ଫେରାର ହୋଇଗଲେ । ଏନେଇ ପୁରୀ ଟାଉନଥାନାରେ ଏକ ମାମଲା ରୁଜୁ ହେବାସହ ପୋଲିସ ତଦନ୍ତ ଚଳାଇଛି । କିନ୍ତୁ ଏଯାଏଁ ପୋଲିସ ଦୁର୍ବୃତ୍ତମାନଙ୍କ ପାଖରେ ପହଞ୍ଚିବାକୁ ସକ୍ଷମ ହୋଇନଥିବା ଜଣାପଡିଛି । ତେବେ ପୁରୀ ସହରରେ ଦିନକୁ ଦିନ ଚୋରି, ଡକାୟତି ବଢି ଚାଲିଥିବାବେଳେ ପୋଲିସର ନିଷ୍କ୍ରିୟତାକୁ ନେଇ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଅଳଙ୍କାର ଲୁଟBody:
ପୁରୀ ଭଳି ଏକ ଜନଗହଳି ପୂର୍ଣ୍ଣ ସହରରେ ଆଜି ଅଭିନବ ଢଙ୍ଗରେ ଲୁଟ୍ ହୋଇଛି। ପୁଲିସର ପରିଚୟ ଦେଇ ଦୁର୍ବୁତ୍ତ ମାନେ ଦୁଇଜଣ ମହିଳାଙ୍କ ଠାରୁ ପ୍ରାୟ ତେରଭରି ଓଜନର ସୁନା ଚେନ୍ ଓ ହାତ ଖଡୁ ଲୁଟିନେଇଛନ୍ତି। ଏଭଳି ଘଟଣା ଘଟିଛି ସାମନ୍ତ ଚନ୍ଦ୍ରଶେଖର କଲେଜ ଛକ ନିକଟରେ। ସୂଚନା ମୂତାବକ ଦୁଇଜଣ ମହିଳା ଉର୍ମିଳା ନାୟକ ଓ ବିନୋଦିନୀ ନାୟକ ପରିବା କିଣିବା ପାଇଁ ପୂର୍ବାହ୍ନ ଦଶଟା ବେଳେ ବଜାରକୁ ଯାଉଥିଲେ। ସେହି ସମୟରେ ଦୁଇଜଣ ଯୁବକ ବାଟରେ ତାଙ୍କୁ ଅଟକାଇଥିଲେ। ସେମାନେ ପୁଲିସ, ସାଧା ପୋଷାକରେ ଅଛନ୍ତି ବୋଲି ପରିଚୟ ଦେଇ ଆଗରେ ସ୍ନାଚିଂ ହେଉଛି ତମେ କାହିଁକି ସୁନାଗହଣା ପିନ୍ଧିକି ଯାଉଛ ବୋଲି ତାଗିଦ କରିଥିଲେ। ଗହଣା କାଢ଼ି ତମ ଲୁଗାରେ ବାନ୍ଧିଦିଅ ବୋଲି କହିଥିଲେ। ଉକ୍ତ ମହିଳା ସେମାନଙ୍କର ଚେନ୍ ଓ ହାତ ଖଡୁ ବାହାର କରି ଲୁଗାରେ ବାନ୍ଧିବା ସମୟରେ ଆଉ ଜଣେ ଦୁର୍ବୁତ୍ତଙ୍କ ସହଯୋଗୀ ତାଙ୍କ ହାତରୁ ଝାମ୍ପିନେଇ ସମସ୍ତେ ମଟସାଇକେଲରେ ଫେରାର ହୋଇଗଲେ। ଏନେଇ ପୁରୀ ଟାଉନଥାନାରେ ଏକ ମାମଲା ରୁଜୁ ହେବାସହ ପୁଲିସ ତଦନ୍ତ ଚଳାଇଛି। କିନ୍ତୁ ଏଯାଏଁ ପୁଲିସ ଦୁର୍ବୁତ୍ତ ମାନଙ୍କ ପାଖରେ ପହଞ୍ଚିବାକୁ ସକ୍ଷମ ହୋଇନଥିବା ଜଣାପଡିଛି। ତେବେ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଅନୁଧ୍ୟାନ କରି ଦୁର୍ବୁତ୍ତ ଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଚଳାଇଛି। ତେବେ ପୁରୀ ସହରରେ ଦିନକୁ ଦିନ ଚୋରି , ଡକାୟତି ବଢି ଚାଲି ଥିବା ବେଳେ ପୋଲିସ ର ନିଷ୍କ୍ରିୟତା କୁ ନେଇ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.