ETV Bharat / city

କାଳିଆକୁ ନେଇ ନିଆରା କାରିଗରୀ, ଦିଆସିଲି କାଠିରେ ଶ୍ରୀ ଜଗନ୍ନାଥ - shree jaganaath idol with matches wood

ପାଠ ପଢା ସହ ସମାଜସେବା ଓ କଳା ପ୍ରତି ରୁଚି । ଇଣ୍ଡିଆ ବୁକ ଅଫ ରେକର୍ଡ ଆଶା ରେ ପୁରୀ କୁମ୍ଭାର ପଡାର ଶାଶ୍ବତ ରଂଜନ ସାହୁ 7 ହଜାର 881 ଟି ଦିଆସିଲି କାଠି ରେ ତିଆରି କରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି । ଅଧିକ ଖବର ପଢନ୍ତୁ...

କାଳିଆକୁ ନେଇ ନିଆରା କାରିଗରୀ, ଦିଆସିଲି କାଠିରେ ଶ୍ରୀ ଜଗନ୍ନାଥ

author img

By

Published : Oct 24, 2020, 10:07 AM IST

ପୁରୀ: ଇଣ୍ଡିଆ ବୁକ ଅଫ ରେକର୍ଡ ଆଶା ରେ ପୁରୀ କୁମ୍ଭାର ପଡାର ଶାଶ୍ବତ ରଂଜନ ସାହୁ । ଏଥିପାଇଁ ସେ ତିଆରି କରିଛନ୍ତି ଦିଆସିଲି କାଠି ରେ ଆକର୍ଷଣୀୟ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି । 19 ବର୍ଷୀୟ ଶାଶ୍ବତ ବର୍ତ୍ତମାନ ବ୍ରହ୍ମ ଗିରି କାଣ୍ଡଗୋଦା ଭକ୍ତ ମଣେଇ ସ୍ମୃତି ଡିଗ୍ରି ମହାବିଦ୍ୟାଳୟ ରେ ଯୁକ୍ତ ତିନି ବିଜ୍ଞାନ ପ୍ରଥମ ବର୍ଷର ଛାତ୍ର।

କାଳିଆକୁ ନେଇ ନିଆରା କାରିଗରୀ, ଦିଆସିଲି କାଠିରେ ଶ୍ରୀ ଜଗନ୍ନାଥ

ପାଠ ପଢା ସହ ସମାଜସେବା ଓ କଳା ପ୍ରତି ରୁଚି ରଖି ଥିବା ଶାଶ୍ବତ ନିଜ କଳାର ପରକାଷ୍ଠା ଦେଖାଇବାକୁ ଯାଇ 7 ହଜାର 881 ଟି ଦିଆସିଲି କାଠି ରେ ତିଆରି କରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି । ଯାହାର ଉଚ୍ଚତା 17 ଇଞ୍ଚ ଓ ଓସାର 15 ଇଞ୍ଚ। 21 ଦିନ ଅକ୍ଲାନ୍ତ ପରିଶ୍ରମ ପରେ ସେ ଏହି କାମକୁ ପୂର୍ଣ୍ଣ ରୂପ ଦେଇଛନ୍ତି।

ଏଥିପାଇଁ ଶାଶ୍ବତ ଦିଆସିଲି କାଠି ସହ କିଛି ଅଠା ବ୍ୟବହାର କରିଛନ୍ତି। ସେ ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସ୍ଥାନ ପାଇବେ ପାଇଁ ଆବେଦନ କରିଛନ୍ତି। ଅନ୍ୟପଟେ ଦୀର୍ଘ 7 ମାସ ହେବ କୋଭିଡ କଟକଣା ହେତୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ଥିବା ହେତୁ କୋଟି କୋଟି ଭକ୍ତ ମହାପ୍ରଭୁଙ୍କ ଦର୍ଶନ ରୁ ବଞ୍ଚିତ ହୋଇଛନ୍ତି ସେନେଇ ମଧ୍ୟ ବାର୍ତ୍ତା ରହିଛି ଏହି କଳାକୃତି ମାଧ୍ୟମରେ।

ଦେଶରେ ବିଭିନ୍ନ ଧର୍ମାନୁଷ୍ଠାନ କୋଭିଡ କଟକଣା ଏବଂ ଗାଇଡ଼ ଲାଇନରେ ଖୋଲି ସାରିଥିବା ବେଳେ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲିବାକୁ ସେ ତାଙ୍କ କଳାକୃତି ମାଧ୍ୟମରେ ରାଜ୍ୟ ସରକାରଙ୍କୁ ମେସେଜ ଦେଇଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.