ETV Bharat / city

ରଥଖଳାରେ ଅଘଟଣ, 2 ପର୍ଯ୍ୟଟକଙ୍କୁ ଧକ୍କା ଦେଲା ପିକଅକ୍‌ ଭ୍ୟାନ - ପୁରୀ ଖବର

ପୁରୀ ବଡଦାଣ୍ଡରେ ଘଟିଛି ଅଭାବନୀୟ ଘଟଣା । ଭାରସାମ୍ୟ ହରାଇ 2 ପର୍ଯ୍ୟଟକଙ୍କୁ ଧକ୍କା ଦେଲା ପିକଅକ ଭ୍ୟାନ୍‌ । ଅଧିକ ପଢନ୍ତୁ

2 ପର୍ଯ୍ୟଟକଙ୍କୁ ଧକ୍କା ଦେଲା ପିକଅକ ଭ୍ୟାନ
2 ପର୍ଯ୍ୟଟକଙ୍କୁ ଧକ୍କା ଦେଲା ପିକଅକ ଭ୍ୟାନ
author img

By

Published : Jun 20, 2022, 12:13 PM IST

ପୁରୀ: ବଡଦାଣ୍ଡରେ ଘଟିଛି ଅଭାବନୀୟ ଘଟଣା । ପର୍ଯ୍ୟଟକଙ୍କୁ ଧକ୍କା ଦେଲା ପିକ୍ଅପ୍ ଭ୍ୟାନ୍ । ୨ ପର୍ଯ୍ୟଟକଙ୍କୁ ଧକ୍କା ଦେଇ ନନ୍ଦିଘୋଷ ରଥ କଡନକୁ ପିଟିଲା ଭ୍ୟାନ୍ । ଆହତ ୨ ପର୍ଯ୍ୟଟକ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଡ୍ରାଇଭରକୁ ଅଟକ ରଖିଛି ପୋଲିସ । ପୂର୍ବରୁ ଏହିପରି ହିଟ ଆଣ୍ଡ ରନ ଘଟଣାରେ ସୁଭଦ୍ରାଙ୍କ ରଥ ଗୟଳ ଭାଙ୍ଗି ଯାଇଥିଲା ।

2 ପର୍ଯ୍ୟଟକଙ୍କୁ ଧକ୍କା ଦେଲା ପିକଅକ ଭ୍ୟାନ

ପିକଅପ୍‌ ଭ୍ୟାନଟି ଭାରସାମ୍ୟ ହରାଇ ନନ୍ଦିଘୋଷ ରଥ ଆଡ଼କୁ ମାଡି ଯାଇଥିଲା । ଏହା ପରେ 2 ଭକ୍ତଙ୍କୁ ଧକ୍କା ଦେଇଥିଲା । ଯେଉଁଥିରେ ଦୁଇଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି । ସେମାନେ ହେଲେ ବୈଜୟନ୍ତୀ ସାହୁ ଏବଂ ଗିରିଶ ସାହୁ । ସେମାନଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଵୈଜୟନ୍ତୀଙ୍କ ବାମ ଗୋଡ ଭାଙ୍ଗି ଯାଇଥିବାବେଳେ, ଗିରିଶଙ୍କର ହାତରେ ଗୁରୁତର ଆଘାତ ଲାଗିଛି ।

ପିକଅପ୍‌ ଭ୍ୟାନ ଡ୍ରାଇଭର ଅସିତ କୁମାର ଜେନା ମଧ୍ୟ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ପୋଲିସ ସୂଚନା ଅନୁସାରେ ଡ୍ରାଇଭରକୁ ଫିଟସ୍ ମାରିବାରୁ ଏଭଳି ଭାରସାମ୍ୟ ହରାଇ ଗାଡିଟି ମାଡି ଯାଇଥିଲା । ଆହତଙ୍କ ସମ୍ପର୍କୀୟ ଗାଡିକୁ ଯାଇ ବ୍ରେକ୍‌ ଦେବାକୁ ଗାଡିଟି ଅଟକିଥିଲା । ଏହି ଘଟଣାରେ ଡ୍ରାଇଭର ଅଟକ ଅଛି । ରଥ ନିର୍ମାଣ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା ପାଇଁ କରିବାକୁ ଦାବି ହୋଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.