ETV Bharat / city

ଜାତୀୟ ପୁରସ୍କାରରେ ସମ୍ମାନିତ ହେବେ ପୁରୀର ୨ ଶିଳ୍ପୀ, ତାଳପତ୍ରରେ ଆଙ୍କୁଛନ୍ତି ନିଖୁଣ କଳାକୃତି

୨୦୧୯ ବର୍ଷ ପାଇଁ ଜାତୀୟ ହସ୍ତଶିଳ୍ପ ପୁରସ୍କାର । ଓଡ଼ିଶାରୁ ୩ ଜଣ ପାଇବେ ଜାତୀୟ ହସ୍ତଶିଳ୍ପ ପୁରସ୍କାର । ଯାଜପୁରର ପଥର ଶିଳ୍ପୀଙ୍କୁ ମିଳିବ ଏହି ପୁରସ୍କାର । ସେହିପରି ପୁରୀର ୨ଜଣ ମହିଳା ଶିଳ୍ପୀଙ୍କୁ ମିଳିବ ଏହି ଜାତୀୟ ସମ୍ମାନ । ତାଳପତ୍ର ପୋଥିଚିତ୍ର ପାଇଁ ସ୍ବପ୍ନମଞ୍ଜରୀ ନାୟକ ଏବଂ ତାଳପତ୍ରରେ ବାକ୍ସରେ ଚିତ୍ର ପାଇଁ ବିଜୟଲକ୍ଷ୍ମୀ ସ୍ୱାଇଁ ପାଇବେ ଏହି ସମ୍ମାନ । ଦେଖନ୍ତୁ ଏହି ରିପୋର୍ଟ

ଜାତୀୟ ପୁରସ୍କାରରେ ସମ୍ମାନିତ ହେବେ ପୁରୀର ୨ ଶିଳ୍ପୀ, ତାଳପତ୍ରରେ ଆଙ୍କୁଛନ୍ତି ନିଖୁଣ କଳାକୃତି
ଜାତୀୟ ପୁରସ୍କାରରେ ସମ୍ମାନିତ ହେବେ ପୁରୀର ୨ ଶିଳ୍ପୀ, ତାଳପତ୍ରରେ ଆଙ୍କୁଛନ୍ତି ନିଖୁଣ କଳାକୃତି
author img

By

Published : Sep 9, 2022, 9:29 PM IST

ପୁରୀ: ୨୦୧୯ ବର୍ଷ ପାଇଁ ଜାତୀୟ ହସ୍ତଶିଳ୍ପ ପୁରସ୍କାର । ଓଡିଶାରୁ ୩ ଜଣ ଜାତୀୟ ସମ୍ମାନ ପାଇଁ ମନୋନୀତ ହୋଇଥିବା ବେଳେ ପୋଥିଚିତ୍ର ପାଇଁ ପୁରୀରୁ ଦୁଇ ଜଣ ମହିଳା ଶିଳ୍ପୀ ପାଇବେ ଜାତୀୟ ପୁରସ୍କାର । ପିଲାଟି ଦିନରୁ ବହୁ ପରିଶ୍ରମ କରି ଏହି ଚିତ୍ରକଳା ଶିଖିଥିବା ୨ ଶିଳ୍ପୀ ବେଶ ଖୁସିବ୍ୟକ୍ତ କରିଥିବା ବେଳେ ନିଜ ପରିବାରକୁ ଏହାର ଶ୍ରେୟ ଦେଇଛନ୍ତି । ପାରମ୍ପରିକ ଚିତ୍ରକଳା କରୁଥିବା ଶିଳ୍ପୀଙ୍କୁ ତାଙ୍କର ଉପଯୁକ୍ତ ପାରିଶ୍ରମିକ ମିଳନୁଥିବାରୁ ସେ ଏହାର ଜିଆଇ ମାନ୍ୟତା ପାଇଁ ଦାବି ମଧ୍ୟ କରିଛନ୍ତି ।

ଜାତୀୟ ପୁରସ୍କାରରେ ସମ୍ମାନିତ ହେବେ ପୁରୀର ୨ ଶିଳ୍ପୀ, ତାଳପତ୍ରରେ ଆଙ୍କୁଛନ୍ତି ନିଖୁଣ କଳାକୃତି

ଓଡିଶାରୁ 3 ଜଣଙ୍କ ମଧ୍ୟରୁ ଜଣେ ଯାଜପୁରରୁ ଓ ଅନ୍ୟ ୨ ଜଣ ପୁରୀ ଜିଲ୍ଲାରୁ ରହିଛନ୍ତି । ଜାତୀୟ ସମ୍ମାନ ପାଇଁ ମନୋନୀତ ହୋଇଥିବା ବେଳେ ପୁରୀରୁ ଦୁଇ ଜଣ ମହିଳା ଶିଳ୍ପୀ ଏହି ଗୌରବ ଅର୍ଜନ କରିଛନ୍ତି । ପୋଥିଚିତ୍ର ପାଇଁ ଏହି ଦୁଇ ପ୍ରତିଭା ଏହି ସମ୍ମାନ ପାଇବେ । ପୁରୀ ଜିଲ୍ଲା ପିପିଲିର ସ୍ବପ୍ନମଞ୍ଜରୀ ନାୟକ ଓ ଚନ୍ଦନପୁର ବାସୁଦେଇପୁରର ବିଜୟ ଲକ୍ଷ୍ମୀ ସ୍ୱାଇଁ ଏହି ଜାତୀୟ ପୁରସ୍କାର ପାଇବେ । ପିପିଲିର ସ୍ବପ୍ନମଞ୍ଜରୀ ନାୟକ କୃଷ୍ଣଙ୍କ ପୋଥିଚିତ୍ର କାରିଗରୀ ଉପସ୍ଥାପନ କରି ଏହି ସମ୍ମାନର ଅଧିକାରୀ ହୋଇଛନ୍ତି । ଚନ୍ଦନପୁର ନାୟକପାଟଣାରେ ଜନ୍ମିତ ସ୍ବପ୍ନମଞ୍ଜରୀ ପିଲାଟି ବେଳୁ ନିଜ ବାପା ତଥା ପୋଥିଚିତ୍ରର ଆଦ୍ୟଗୁରୁ ମାଗା ନାୟକଙ୍କ ଠାରୁ ଏହି କଳା ଶିକ୍ଷା ଲାଭ କରିଥିଲେ ।

ଶିଳ୍ପୀ ସ୍ବପ୍ନ ମଞ୍ଜରୀ ନାୟକ ମାତ୍ର ୧୬ ବର୍ଷ ବୟସରେ ତାଳପତ୍ର ପୋଥିଚିତ୍ର କାରିଗରୀ ଶିକ୍ଷା ଗ୍ରହଣ କରିଥିଲେ । ଦୀର୍ଘ ୧୯ ବର୍ଷ ହେବ ସେ ଏହି କଳାରେ ଜଡିତ ଥିବା ବେଳେ ପିପିଲିରେ ପିଲା ମାନଙ୍କୁ ଏହି ଚିତ୍ରକଳାର ପ୍ରଶିକ୍ଷଣ ଦେଉଛନ୍ତି । ତେବେ ଜାତୀୟ ପୁରସ୍କାର ପାଇଁ ମନୋନୀତ ହୋଇ ବେଶ ଖୁସିଥିବା ବେଳେ ତାଳପତ୍ର ପୋଥିଚିତ୍ରଙ୍କୁ ସରକାର ଜିଆଇ ମାନ୍ୟତା ଦେବାପାଇଁ ଅନୁରୋଧ କରୁଛନ୍ତି । ଫଳରେ ଏହାର ପ୍ରଚାର ପ୍ରସାର ଅଧିକ ହୋଇପାରିବ । ଏ ନେଇ ଶିଳ୍ପୀ ସ୍ବପ୍ନ ମଞ୍ଜରୀ କହିଛନ୍ତି, " ଏହି ସମ୍ମାନ ପାଇଁ ମନୋନୀତ ହେବା ପରେ ବେଶ ଖୁସି । ଏହି ଚିତ୍ରକଳା କରୁଥିବା ଶିଳ୍ପୀ ନିଜର ଉଚିତ ପାରିଶ୍ରମିକ ପାଇ ପାରୁନାହାନ୍ତି । ଏଥିଲାଗି ଏହି ପାରମ୍ପରିକ ଚିତ୍ରକଳାକୁ ଜିଆଇ ମାନ୍ୟତା ଦିଆଯାଉ । ଫଳରେ ଚିତ୍ରକଳାର ପ୍ରଚାର ପ୍ରସାର ହେବା ସହିତ କାରିଗର ମାନେ ନିଜର ପାରିଶ୍ରମିକ ପାଇପାରିବେ ।"

ତାଳପତ୍ର ପୋଥିଚିତ୍ର ଓ ପଟ୍ଟଚିତ୍ରରେ ଦୀର୍ଘ ୨୭ ବର୍ଷ ଧରି କାର୍ଯ୍ୟ କରୁଥିବା ପୁରୀ ଚନ୍ଦନପୁର ବସୁଦେଇପୁରର ବିଜୟଲକ୍ଷ୍ମୀ ସ୍ୱାଇଁ ତାଳପତ୍ରରେ ବାକ୍ସ ପ୍ରସ୍ତୁତ କରି ଏହି ଗୌରବ ଅର୍ଜନ କରିଛନ୍ତି । ବିଜୟ ଲକ୍ଷ୍ମୀଙ୍କ କହିବା କଥା ତାଳପତ୍ର କାରିଗରୀ କେବଳ ପୌରାଣିକ କଥା ବସ୍ତୁକୁ ଚିତ୍ରଣ କରିବାରେ ସୀମିତ ନାହିଁ, ଏଥିରେ ସୃଜନ ଭରି ନୁଆ ନୂଆ ଜିନିଷ ପ୍ରସ୍ତୁତ କରାଯାଉଛି । ଜାତୀୟ ସ୍ତରର ଏହି ସମ୍ମାନ ପାଇଁ ସେ ନିଜ ଗୁରୁ ଅନାମ ମହାପାତ୍ର ଓ ତାଙ୍କ ପରିବାରର ସହଯୋଗକୁ ଶ୍ରେୟ ଦେଇଛନ୍ତି । ତାଙ୍କର ପ୍ରତିଭା ଓ କଳା ଚାତୁରୀ ପାଇଁ ବିଜୟ ଲକ୍ଷ୍ମୀ ଅନେକ ପୁରସ୍କାର ପାଇଛନ୍ତି । ତେବେ ଜାତୀୟ ପୁରସ୍କାର ପାଇଁ ସେ ମନୋନୀତ ହେବା ତାଙ୍କ ଜୀବନର ବଡ ଉପଲବ୍ଧି ଓ ଓଡିଶାର ଏହି ପୂରାତନ କଳାକୁ ଆଗକୁ ନେବାକୁ ଏହା ଅଧିକ ଉତ୍ସାହିତ କରିବ ବୋଲି ବିଜୟଲକ୍ଷ୍ମୀ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.