ETV Bharat / city

ଶହୀଦ ଯବାନଙ୍କୁ ଦୀପାବଳିରେ ଶ୍ରଦ୍ଧାଞ୍ଜଳି - ଶହୀଦ ଯବାନ

ଶହୀଦ ଯବାନଙ୍କୁ ଦୀପାବଳିରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପୁରୀବାସୀ । ଅଧିକ ପଢନ୍ତୁ...

ଶହୀଦ ଯବାନଙ୍କୁ ଦୀପାବଳିରେ ଶ୍ରଦ୍ଧାଞ୍ଜଳି
ଶହୀଦ ଯବାନଙ୍କୁ ଦୀପାବଳିରେ ଶ୍ରଦ୍ଧାଞ୍ଜଳି
author img

By

Published : Nov 15, 2020, 4:23 AM IST

ପୁରୀ: ଆଲୋକର ପର୍ବ ଦୀପାବଳିକୁ ନିଆରା ଢଙ୍ଗରେ ପାଳିଲେ ପୁରୀ ଅଠରନଳାର ମା ବସନ୍ତେଇ କ୍ଲବ ସଦସ୍ୟ । ଦେଶ ପାଇଁ ବଳିଦାନ ଦେଇଥିବା ଯବାନଙ୍କୁ ଏହି ଅବସରରେ ଦେଲେ ଶ୍ରଦ୍ଧାଞ୍ଜଳି ।

ଶହୀଦ ଯବାନଙ୍କୁ ଦୀପାବଳିରେ ଶ୍ରଦ୍ଧାଞ୍ଜଳି

ଏହାସହ କୋରୋନା ମହାମାରୀରେ ଜୀବନ ହାରିଥିବା ଲୋକଙ୍କ ଉଦ୍ଦେଶ୍ୟରେ ମଧ୍ୟ ଦୀପ ଜାଳିଲେ କ୍ଲବ ସଦସ୍ୟ । ପ୍ରାୟ ତିନି ଶହରୁ ଅଧିକ ଦୀପ ଜାଳି କ୍ଲବ ସଦସ୍ୟ ମାନେ ଏମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଚଳିତ ବର୍ଷ କୋରୋନା କଟକଣା ପାଇଁ ବାଣ ବ୍ୟବସାୟ ସହ ଫୁଟା ଉପରେ କଟକଣା ଲଗାଯିବା ଉପରେ ସରକାର ନେଇଥିବା ନିଷ୍ପତ୍ତିକୁ ମଧ୍ୟ କ୍ଲବର ସଦସ୍ୟମାନେ ସ୍ବାଗତ କରିଛନ୍ତି । ଶନିବାର ସନ୍ଧ୍ୟା ସମୟରେ କ୍ଲବର ପାଖାପାଖି 20ରୁ ଅଧିକ ସଦସ୍ୟ ଅଠରନଳା ଠାରେ 300ରୁ ଅଧିକ ଦୀପ ଜାଳି ପ୍ରଦୂଷଣ ମୁକ୍ତ ଦୀପାବଳି ପାଳନ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.