ETV Bharat / city

ନୂଆବର୍ଷ ପାଇଁ ଶ୍ରୀକ୍ଷେତ୍ରରେ କଡାକଡି ଟ୍ରାଫିକ ବ୍ୟବସ୍ଥା - traffic security tightened in Puri

ନୂଆବର୍ଷ ପାଇଁ ପୁରୀରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୁରୀ ପୋଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଅଧିକ ପଢନ୍ତୁ..

ନୂଆବର୍ଷକୁ ନେଇ ଶ୍ରୀକ୍ଷେତ୍ରରେ କଡାକଡି ଟ୍ରାଫିକ ବ୍ୟବସ୍ଥା

author img

By

Published : Dec 24, 2019, 2:33 PM IST

ପୁରୀ: ଆସୁଛି ନୂଆବର୍ଷ । ଏନେଇ ପୁରୀରେ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକଙ୍କ ସମାଗମ ଦେଖିବାକୁ ମିଳିବ । ଯାହାକୁ ନେଇ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୁରୀ ପୋଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ତେବେ ନିଷ୍ପତ୍ତି ଅନୁସାରେ, ବଡଦିନ ଅର୍ଥାତ ଡିସେମ୍ବର 25 ତାରିଖ ପାଇଁ ଟ୍ରାଫିକ କଟକଣା ଟାଉନ ଥାନା ପକ୍ଷରୁ ଲାଗୁ ହେବ । ଟାଉନ ଥାନା ସମ୍ମୁଖରୁ ଆଗକୁ କୌଣସି ଚାରିଚକିଆ ଯାନ ଯାଇପାରିବ ନାହିଁ। ସେହିପରି ଭିଭିଆଇପିଙ୍କ ପାଇଁ ବ୍ୟାଟେରୀ ଚାଳିତ ଗାଡିର ବ୍ୟବସ୍ଥା କରାଯିବ ।

ନୂଆବର୍ଷକୁ ନେଇ ଶ୍ରୀକ୍ଷେତ୍ରରେ କଡାକଡି ଟ୍ରାଫିକ ବ୍ୟବସ୍ଥା

ଡିସେମ୍ବର 31 ଓ ଜାନୁଆରୀ 1 ତାରିଖରେ ନୂଆବର୍ଷ ପାଇଁ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ହୋଇଛି। ଏହିଦିନ ଟ୍ରାଫିକ କଟକଣା ମାର୍କେଟ ଛକରୁ ଲାଗୁ କରାଯିବ । ପୌରସଂସ୍ଥା ପାର୍କିଂରେ ବାଇକ ପାର୍କିଂ କରାଯିବ । ଜଗନ୍ନାଥ ବଲ୍ଲବରେ କେଵଳ କାର ପାର୍କିଂ କରାଯିବ । ଜଗନ୍ନାଥ ବଲ୍ଲବରେ ପାର୍କିଂ ଫୁଲ ହୋଇଗଲେ ଡାକ୍ତରଖାନା ଛକରୁ ଗୁଣ୍ଡିଚା ମନ୍ଦିର ମଧ୍ୟ ରାସ୍ତାରେ ପାର୍କିଂ କରାଯିବ।

ଏହାପରେ ଶରଧା ବାଲି ଓ ସୁବାଷ ଛକର ନୂଆ ପାର୍କିଂରେ ଗାଡି ରଖାଯିବ। ସେହିପରି ଏମାର ମଠ ପାର୍କିଂରେ ଲୋକେ ପାର୍କିଂ ଫି ଦେଇ ଗାଡି ରଖିବେ। ମରିଚି କୋଟ ଛକରୁ ସିଂହଦ୍ବାର ବାଇକ କରିଡରରେ କୌଣସି ବାଇକ କିମ୍ବା ଗାଡି ପାର୍କିଂ ହୋଇପାରିବ ନାହିଁ। ଏହି କରିଡରରେ କେବଳ ବାଇକ ଯିବା ଆସିବ କରିବ। ଏଠାରେ କୌଣସି ଗାଡି କିମ୍ବା ଦୋକାନ ରହିଲେ ଫାଇନ କଟାଯିବ।

ବଡଦାଣ୍ଡ ମଝିରେ ହୋଇଥିବା ବ୍ୟାରିକେଡ ତିଆରି କରିଡରରେ ଲୋକ କେଵଳ ଯିବା ଆସିବା କରିବେ। ତେବେ ଏସବୁ ନିୟମ କୌଣସି ବ୍ୟକ୍ତି ବିଶେଷ ଉଲଘଂନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ତେବେ ପୁରୀବାସୀ ଏଥିରେ ପୋଲିସକୁ ସହଯୋଗ କରିବା ନେଇ ପୁରୀ ଏସପି ଅନୁରୋଧ କରିଛନ୍ତି । ଏହାସହ ଶ୍ରୀମନ୍ଦିର ପାଖରେ ରହୁଥିବା ବାସିନ୍ଦା ବଡଦାଣ୍ଡ ଦେଇ ବାଇକରେ ଯିବା ଆସିବା କମ୍ କରିବା ସହ ବିକଳ୍ପ ରାସ୍ତାରେ ଏହି ସମୟରେ ଯାତାୟତ କରିବାକୁ ପୁରୀ ଏସପି ନିବେଦନ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ନୂଆ ବର୍ଷ ପାଇଁ ଟ୍ରଫିକ ବ୍ୟବସ୍ଥାBody:ଆଗକୁ ନୂଆ ବର୍ଷ। ପୁରୀ ରେ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକ ସମାଗମ ହେବେ। ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୁରୀ ପୋଲିସ ପକ୍ଷରୁ ସ୍ୱତନ୍ତ୍ରବ୍ୟବସ୍ଥା କରାଯାଇଛି। ନିସ୍ପତି ଅନୁଯାୟୀ ବଡ଼ ଦିନ 25 ତାରିଖ ପାଇଁ ଟ୍ରାଫିକ କଟକଣା ଟାଉନ ଥାନା ପକ୍ଷରୁ ଲାଗୁ ହେବ। ଟାଉନ ଥାନା ସମୂଖ ରୁ ଆଗକୁ କୌଣସି ଚାରି ଚକିଆ ଯାନ ଯାଇ ପାରିବ ନାହିଁ। ଭିଭି ଆଇ ପି ମାନେ ବ୍ୟାଟେରୀ ଚାଳିତ ଗାଡ଼ିରେ ଯିବେ। ଡିସେମ୍ବର31 ଓ ଜାନୁଆରୀ 1 ତାରିଖ ନୂଆ ବର୍ଷ ପାଇଁ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ହୋଇଛି। ଏହି ଦିନଟ୍ରଫିକ କଟକଣା ମାର୍କେଟ ଛକ ରୁ ଲାଗୁ କରାଯିବ। ପୌର ସଂସ୍ଥା ପାର୍କିଂ ରେ ବାଇକ ପାର୍କିଂ କରାଯିବ। ଜଗନ୍ନାଥ ବଲ୍ଲବ ରେ କେଵଳ କାର ପାର୍କିଂ କରାଯିବ। ଜଗନ୍ନାଥ ବଲ୍ଲବ ରେ ପାର୍କିଂ ଫୁଲ ହୋଇ ଗଲେ ଡାକ୍ତର ଖାନା ଛକ ରୁ ଗୁଣ୍ଡିଚା ମନ୍ଦିର ମଧ୍ୟ ରାସ୍ତାରେ ପାର୍କିଂ କରାଯିବ। ଏହା ପରେ ଶରଧା ବାଲି ଓ ସୁବାସ ଛକ ରେ ନୂଆ ପାର୍କିଂ ରେ ଗାଡି ରଖା ଯିବ। ସେହିପରି ଏମାର ମଠ ପାର୍କିଂ ଲୋକ ମାନେ ପାର୍କିଂ ଫି ଦେଇ ଗାଡି ରଖିବେ। ମରିଚି କୋଟ ଛକ ରୁ ସିଂହ ଦ୍ୱାର ବାଇକ କରି ଡର ରେ କୌଣସି ବାଇକ କିମ୍ବା ଗାଡି ପାର୍କିଂ ହୋଇ ପାରିବ ନାହିଁ। ଏହି କରିଡର ରେ କେବଳ ବାଇକ ଯାଆସ କରିବ। ଏଠାରେ କୌଣସି ଗାଡି କିମ୍ବା ଦୋକାନ ରହିଲେ ଫାଇନ କଟା ଯିବ। ବଡ଼ ଦାଣ୍ଡ ମଝି ରେ ହୋଇ ଥିବା ବ୍ୟାରିକେଡ଼ ତିଆରି କରିଡର ରେ ଲୋକ ମାନେ କେଵଳ ଯିବା ଆସିବା କରିବେ। ତେବେ ଏହି ସବୁ ନିୟମ କୌଣସି ବ୍ୟକ୍ତି ବିଶେଷ ଉଲଘଂନ କଲେ କାର୍ଯ୍ୟନୁଷ୍ଠାନ ନିଆଯିବ। ତେବେ ପୁରୀ ବାସୀ ଏଥିରେ ପୋଲିସ କୁ ସହଯୋଗ କରିବାକୁ ପୁରୀ ଏସପି କହିଛନ୍ତି। ଶ୍ରୀମନ୍ଦିର ପାଖରେ ରହୁ ଥିବା ବାସିନ୍ଦା ବଡ଼ ଦାଣ୍ଡ ଦେଇ ବାଇକ ରେ ଯିବା ଆସିବା କମ କରିବା ସହ ବିକଳ୍ପ ରାସ୍ତାରେ ଏହି ସମୟ ରେ ଜାତା ୟତ କରିବାକୁ ପୁରୀ ଏସପି ନିବେଦନ କରିଛନ୍ତି

ବାଇଟ, ଉମା ଶଙ୍କର ଦାସ , ପୁରୀ ଏସପି

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.