ETV Bharat / city

ଦୋକାନରୁ ବାରମ୍ବାର ଚୋରିକୁ ନେଇ ବ୍ୟବସାୟୀ ଆତଙ୍କିତ - puri thift news

ପୁରୀ ଦୋକାନରୁ ବାରମ୍ବାର ଚୋରିକୁ ନେଇ ବ୍ୟବସାୟୀ ଆତଙ୍କିତ । ବାରମ୍ବାର ଚୋରି ହେଉଥିଲେ ବି ପୋଲିସ ଚୋରଙ୍କୁ ନ ଧରିପାରିବାକୁ ନେଇ ବ୍ୟବସାୟୀ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ...

ଦୋକାନରୁ ବାରମ୍ବାର ଚୋରିକୁ ନେଇ ବ୍ୟବସାୟୀ ଆତଙ୍କିତ

author img

By

Published : Sep 21, 2020, 9:37 PM IST

ପୁରୀ: ପୁରୀ ସହରରେ ଚୋରଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ବିଭିନ୍ନ ଦୋକାନରୁ ବିଳମ୍ବିତ ରାତିରେ ଲୁଟ କରୁଛନ୍ତି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ପୁରୀ ସି ବିଚ ଥାନା ଅନ୍ତର୍ଗତ ଗୌଡ଼ବାଡ଼ ସାହିର ଟ୍ୟାକ୍ସିବାଡ଼ି ଲେନରେ ।

ଦୋକାନରୁ ବାରମ୍ବାର ଚୋରିକୁ ନେଇ ବ୍ୟବସାୟୀ ଆତଙ୍କିତ

ଶ୍ରୀଧର ସାହୁଙ୍କ ଦୋକାନରୁ ରବିବାର ରାତିରେ ଚୋରି ହୋଇଛି । ତାଙ୍କର ଷ୍ଟେସନାରି ଦୋକାନରୁ ଷ୍ଟେସନାରୀ ସାମଗ୍ରୀ ସମେତ ଦୋକାନ କିଛି ସାମଗ୍ରୀ ଓ ଟଙ୍କାକୁ ମିଶାଇ ମୋଟ 25 ହଜାର ଟଙ୍କା ପାଖାପାଖି ଚୋରି ହୋଇଛି । ଏ ନେଇ ସେ ସି ବିଚ ଥାନାରେ ଅଭିଯୋଗ କରିଛନ୍ତି । ତେବେ ସବୁଠୁ ଚିନ୍ତା ଜନକ ଘଟଣା ଏହା ପ୍ରଥମ ଥର ପାଇଁ ନୁହେଁ ଏହି ଅଞ୍ଚଳରେ ବାରମ୍ବାର ବିଭିନ୍ନ ଦୋକାନରୁ ଟଙ୍କା ଓ ସାମଗ୍ରୀ ଚୋର ମାନେ ଚୋରି କରୁଛନ୍ତି । ଫଳରେ ବ୍ୟବସାୟୀମାନେ ଭୟଭୀତ ହୋଇ ପଡିଛନ୍ତି। ବାରମ୍ବାର ଚୋରି ହେଉଥିଲେ ବି ପୋଲିସ ଚୋରଙ୍କୁ ନ ଧରିପାରିବାକୁ ନେଇ ବ୍ୟବସାୟୀ ମହଲ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.