ପୁରୀ: ସମୁଦ୍ରରେ ବୁଡି ପର୍ଯ୍ୟଟକ ମୃତ। ମୃତକ ଜଣକ ହେଲେ ମହାରାଷ୍ଟ୍ର ନାସିକର କିଶୋର ଜଗଦଳେଇ । ମୃତକ ଜଣକ ପୁରୀ ସମୁଦ୍ର କୁଳ ଗାନ୍ଧୀଘାଟ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଗାଧେଇବା ବେଳେ ଉଚ୍ଚ ଜୁଆର ଯୋଗୁଁ ନିୟନ୍ତ୍ରଣ ହରାଇ ସମୁଦ୍ର ଭିତରକୁ ଚାଲି ଯାଇଥିଲେ ।
![puri_tourist death](https://etvbharatimages.akamaized.net/etvbharat/prod-images/5332263_3x2o.jpg)
ତେବେ ଯୁବକ ଜଣଙ୍କୁ ବୁଡି ଯିବା ଦେଖି ଉପସ୍ଥିତ ଲୋକେ ଲାଇଫ ଗାର୍ଡଙ୍କୁ କହିବାରୁ ତାଙ୍କୁ ପାଣି ଭିତରୁ ଉଦ୍ଧାର କରାଯାଇ ପୁରୀ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଦିନକୁ ଦିନ ସମୁଦ୍ର ସ୍ନାନ ବେଳେ ପର୍ଯ୍ୟଟକଙ୍କ ପ୍ରାଣ ହରାଇବା ଖବରକୁ ନେଇ ବିଭିନ୍ନ ମହଲରେ ଗଭୀର ଉଦବେଗ ପ୍ରକାଶ ପାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ