ପୁରୀ: ଶ୍ରୀମନ୍ଦିର ସୁରକ୍ଷା ଜୋନ ଭିତରେ ଥିବା ପ୍ଲଟକୁ ଉଚ୍ଛେଦ କରାଯାଉଛି । ଆଜି ପଶ୍ଚିମଦ୍ବାର ଗଡନ୍ତି ଛକରେ ଉଚ୍ଛେଦ କରାଯିବା ସହ କାଳୀଚରଣ ଲଜ୍କୁ ଉଚ୍ଛେଦ କରାଯାଇଛି । ସେପଟେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ଫୋର୍ସ ସମେତ 4 ଜଣ ମାଜିଷ୍ଟ୍ରେଟ ଉପସ୍ଥିତି ଅଛନ୍ତି । ଗତକାଲି ଗଣ୍ଡୁଆ ଚଉରା ଛକରେ 2ଟି ପ୍ଲଟ ଉଚ୍ଛେଦ ଶେଷ ହୋଇଥିଲା। ଘରୋଇ ପ୍ଲଟ, ଲଜ ପାଇଁ ଯେଉଁମାନେ କ୍ଷତିପୂରଣ ପାଇଛନ୍ତି ତାହାକୁ ପ୍ରଶାସନ ଉଚ୍ଛେଦ କରି ନିଜ ଅଧିନକୁ ଆଣୁଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ