ETV Bharat / city

ସାନିଟାଇଜ ହେଉଛି ଶ୍ରୀମନ୍ଦିର, ଆଜି ଦର୍ଶନରୁ ବଞ୍ଚିତ ଭକ୍ତ - ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ରବିବାର ଭଳି ଆଜି ମଧ୍ୟ ଶ୍ରୀମନ୍ଦିର ଭିତର ଓ ବାହାର ସମ୍ପୁର୍ଣ୍ଣ ଭାବେ ସାନିଟାଇଜ୍ କରାଯାଇଛି। ଏନେଇ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ଅଧିକ ପଢନ୍ତୁ...

ସାନିଟାଇଜ ହେଉଛି ଶ୍ରୀମନ୍ଦିର, ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ

author img

By

Published : Jan 31, 2021, 12:32 PM IST

ପୁରୀ: ଆଜି ରବିବାର ଶ୍ରୀମନ୍ଦିର ପ୍ରଶାସନର ପୂର୍ବ ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ରବିବାର ଭଳି ଆଜି ମଧ୍ୟ ଶ୍ରୀମନ୍ଦିର ଭିତର ଓ ବାହାର ସମ୍ପୂର୍ଣ୍ଣ ଭାବେ ସାନିଟାଇଜ୍ କରାଯାଇଛି। ସକାଳ ୮ଟାରୁ ଶ୍ରୀମନ୍ଦିର ପରିସର, ସିଂହଦ୍ବାର ସମ୍ମୁଖ, ଶ୍ରୀମନ୍ଦିରର ଚାରିଦ୍ବାର, ଜୋତାଷ୍ଟାଣ୍ତ ସହ ମରଚିକୋଟ ଛକ ବ୍ୟାରିକେଡ ଠାରୁ ସିଂହଦ୍ବାର ପର୍ଯ୍ୟନ୍ତ ଅଗ୍ନିଶମ ବିଭାଗ ପକ୍ଷରୁ ବିଶୋଧନ କରାଯାଇଛି।

ସାନିଟାଇଜ ହେଉଛି ଶ୍ରୀମନ୍ଦିର, ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ

ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ କୋଭିଡ ପ୍ରୋଟୋକଲ ମାନି ମରଚିକୋଟ ଛକରୁ ବ୍ୟାରିକେଡରେ ପ୍ରବେଶ କରି ଶ୍ରୀମନ୍ଦିର ସିଂହଦ୍ବାର ଦେଇ ପ୍ରବେଶ କରିବା ସହ ହାତ ସାନିଟାଇଜ କରିବା, ସାମାଜିକ ଦୂରତା ରକ୍ଷା କରିବା ପାଇଁ କୁହାଯାଇଛି।

ସେହିପରି ଦେବା ଦେବୀଙ୍କୁ ସ୍ପର୍ଶ ନକରିବା, ପାନ ଓ ଗୁଟଖା ଛେପ ନପକାଇବା ସହ ଶ୍ରୀମନ୍ଦିର ଭିତରେ କିମ୍ବା ବାହାରେ ମହାପ୍ରସାଦ ସେବନ ନକରିବା ଭଳି ସମସ୍ତ ଏସଓପି ପାଳନ କରୁଛନ୍ତି। ତେବେ ଆସନ୍ତାକାଲି ଠାରୁ ଶ୍ରୀମନ୍ଦିର ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.