ETV Bharat / city

ଅଣସରର ତ୍ରୟୋଦଶୀ ଦିବସରେ ଘଣା ଲାଗି ଓ ଖଳି ପ୍ରସାଦ ବିଜେ ନୀତି - ଦଇତାପତି ସେବକ

ବୁଧବାର ବିଳମ୍ବିତ ରାତିରୁ ଦଇତାପତି ସେବକମାନେ ଘଣା ଲାଗି ଓ ଖଳି ପ୍ରସାଦ ବିଜେ ନୀତି ପ୍ରସ୍ତୁତି ପର୍ବ ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...

ଆଜି ଶ୍ରୀମନ୍ଦିର ଘଣା ଲାଗି ଓ ଖଳି ପ୍ରସାଦ ବିଜେ ନୀତି

author img

By

Published : Jul 7, 2021, 11:49 AM IST

ପୁରୀ: ମହାପ୍ରଭୁଙ୍କ ରାଜପ୍ରସାଦ ବିଜେ ପରେ ଆଜି ଶ୍ରୀମନ୍ଦିର ଘଣା ଲାଗି ଓ ଖଳି ପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ । ବିଳମ୍ବିତ ରାତିରୁ ଦଇତାପତି ସେବକମାନେ ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ କରିଛନ୍ତି । ବୁଧବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ନୀତିକାନ୍ତି ଚାଲିବ । ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗ ବଜ୍ର ପାଇଁ ଶୁଦ୍ଧ ସୁଆର ସେବକଙ୍କ ଘରୁ ଖଳିପ୍ରସାଦ ବିଜେ ନୀତି ପାଳନ ହେବ ।

ଶ୍ରୀମନ୍ଦିରର ଅଣସର ପିଣ୍ଡିରେ ଗୁପ୍ତ ନୀତି ପରେ ଅସୁସ୍ଥ ମହାପ୍ରଭୁ ସୁସ୍ଥ ହୋଇଛନ୍ତି । ଏ ସମ୍ପର୍କରେ ଗଜପତି ମହାରାଜଙ୍କୁ ବି ସୂଚନା ଦିଆସରିଛି । ସେବକମାନେ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ଗଜପତି । ଘଣା ଲାଗି ଓ ଖଳି ପ୍ରସାଦ ବିଜେ ନୀତି ସହିତ ଖଡି ପ୍ରସାଦ ଲାଗି ନୀତି ଅନୁଷ୍ଠିତ ହୋଇଥାଏ । ଏହା ପରେ ଅସୁସ୍ଥ ମହାପ୍ରଭୁ ନବଯୌବନ ପ୍ରାପ୍ତ ହୋଇଥାଏ ।

ଆଜି ଅପରାହ୍ନରେ ଶୁଦ୍ଧ ସୁଆର ସେବକଙ୍କ ଘରୁ ଦିବ୍ୟ ପ୍ରଲେପ 'ଖଳିପ୍ରସାଦ’ ବିଜେ ହେବ । ଶ୍ରୀମନ୍ଦିରରୁ ନିମନ୍ତ୍ରଣ ପାଇବା ପରେ ଦୋଳମଣ୍ଡପ ସାହିରୁ ବିଜେ କାହାଳୀ ସହ ଶୋଭାଯାତ୍ରାରେ ଶୁଦ୍ଧ ସୁଆର ସେବକମାନେ ଶ୍ରୀମନ୍ଦିରକୁ ଖଳି ପ୍ରସାଦ ବିଜେ କରିବେ । ନୀଳାଦ୍ରି ମହୋଦୟ ଶାସ୍ତ୍ର ଅନୁସାରେ ମହାପ୍ରଭୁଙ୍କଠାରେ ଫୁଲୁରି ତେଲ, ଓଷ ଲାଗି, ଦଶମୂଳ ଲାଗି, ସର୍ବାଙ୍ଗ ଚନ୍ଦନ, ରାଜପ୍ରସାଦ ବିଜେ ପରେ ଖଳିପ୍ରସାଦ ବିଜେ ନୀତି ସମ୍ପନ୍ନ ହୋଇଥାଏ ।

ମହାପ୍ରଭୁଙ୍କ ଘଣାଲାଗି ନୀତି ରାତିରୁ ଆରମ୍ଭ ହୋଇଛି । ଘଣାଲାଗି ନୀତି ଅନୁଯାୟୀ, ମହାପ୍ରଭୁଙ୍କଠାରେ ଲାଗିଥିବା ପୁରୁଣା ବାସୁଙ୍ଗାପାଟକୁ ଖୋଲାଯାଇ ମା' ଲକ୍ଷ୍ମୀଙ୍କ ମନ୍ଦିରରେ ନିର୍ମାଣ ହୋଇଥିବା ନୂଆ ବାସୁଙ୍ଗାପାଟ ଲାଗି କରାଯାଇଥାଏ । ଏହା ପରେ ଶ୍ରୀଅଙ୍ଗରେ ଶ୍ରୀମୁଖ ଓତା ଲାଗି ହେବ। ଶ୍ରୀମୁଖ ଶୃଙ୍ଗାର ସେବକ ଦତ୍ତମହାପାତ୍ରଙ୍କ ଘରୁ ଖଡ଼ିପ୍ରସାଦ ବିଜେ ଅଣସର ଘରେ ପହଞ୍ଚିବା ପରେ ଶ୍ରୀମୁଖ ଓତା ଉପରେ ଏହି ଖଡ଼ି ପ୍ରସାଦ ଲାଗି ହୋଇଥାଏ । ପରେ ମହାପ୍ରଭୁଙ୍କ ବନକ ଲାଗି ହେବା ପରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥାଏ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.