ETV Bharat / city

ସ୍ବର୍ଗଦ୍ବାର ବେଳାଭୂମିରେ ତୀର୍ଥରାଜ ମହୋଦଧି ସନ୍ଧ୍ୟା ଆଳତୀର ବାର୍ଷିକ ଉତ୍ସବ

author img

By

Published : Jan 17, 2022, 11:01 PM IST

କୋଭିଡ କଟକଣା ଓ ଆଧ୍ୟାତ୍ମିକ ପରିବେଶ ଭିତରେ ତୀର୍ଥରାଜ ମହୋଦଧିଙ୍କ ସନ୍ଧ୍ୟା ଆଳତୀର ବାର୍ଷିକ ଉତ୍ସବ ପୁରୀ ସ୍ବର୍ଗଦ୍ବାର ବେଳାଭୂମିରେ ଅନୁଷ୍ଠିତ ହୋଇଛି । ଅଧିକ ପଢ଼ନ୍ତୁ

ସ୍ବର୍ଗଦ୍ବାର ବେଳାଭୂମିରେ ତୀର୍ଥରାଜ ମହୋଦଧି ସନ୍ଧ୍ୟା ଆଳତୀର ବାର୍ଷିକ ଉତ୍ସବସ୍ବର୍ଗଦ୍ବାର ବେଳାଭୂମିରେ ତୀର୍ଥରାଜ ମହୋଦଧି ସନ୍ଧ୍ୟା ଆଳତୀର ବାର୍ଷିକ ଉତ୍ସବ
ସ୍ବର୍ଗଦ୍ବାର ବେଳାଭୂମିରେ ତୀର୍ଥରାଜ ମହୋଦଧି ସନ୍ଧ୍ୟା ଆଳତୀର ବାର୍ଷିକ ଉତ୍ସବ

ପୁରୀ: କୋଭିଡ କଟକଣା ଓ ଆଧ୍ୟାତ୍ମିକ ପରିବେଶ ଭିତରେ ତୀର୍ଥରାଜ ମହୋଦଧିଙ୍କ ସନ୍ଧ୍ୟା ଆଳତୀର ବାର୍ଷିକ ଉତ୍ସବ ପୁରୀ ସ୍ବର୍ଗଦ୍ବାର ବେଳାଭୂମିରେ ଅନୁଷ୍ଠିତ ହୋଇଛି । ପୌଷ ପୂର୍ଣ୍ଣିମା ଅବସରରେ ମହଦଧି ଆଳତୀର ୧୬ଶ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯାଇଛି । ପୁରୀ ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା ।

ବିଶ୍ୱର କଲ୍ୟାଣ ଓ ବିଶ୍ୱରେ ଶାନ୍ତି ବଜାୟ ରଖିବା ଉଦ୍ଦେଶ୍ୟରେ ଏହି ମହଦଧି ଆଳତୀ କରାଯାଇଥିଲା । କୋଭିଡ କଟକଣା ମଧ୍ୟରେ ସୀମିତ ସଂଖ୍ୟକ ଭକ୍ତଙ୍କ ଉପସ୍ଥିତିରେ ଆଳତୀ କାର୍ଯ୍ୟକ୍ରମ ସମ୍ପାଦନ କରାଯାଇଥିଲା । ପୁରୀ ସମୁଦ୍ର ଏକ ଆଧ୍ୟାତ୍ମିକ ସ୍ଥାନ । ଏଠାରେ କୌଣସି ଭୋଗ ବିଳାସ ପାଇଁ ଆଧ୍ୟାତ୍ମିକ ପରିବେଶ ନଷ୍ଟ ନ ହେବା ଉଚିତ ଓ ସରକାର ଏ ଦିଗରେ ଦୃଷ୍ଟି ଦେବା ଉଚିତ ବୋଲି ଶଙ୍କରାଚାର୍ଯ୍ୟ ମତ ରଖିଛନ୍ତି ।

ସେହିପରି ଦେଶରେ ଗୋ ହତ୍ୟା ବନ୍ଦ ହେବା ଉଚିତ ବୋଲି ମତ ରଖଛନ୍ତି ଶଙ୍କରାଚାର୍ଯ୍ୟ । ସେପଟେ ଭାରତକୁ ଏକ ହିନ୍ଦୁ ରାଷ୍ଟ୍ର ରେ ପରିଣତ କରିବାକୁ ସମସ୍ତେ ଆଗେଇ ଆସିବା ଉଚିତ ବୋଲିମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତ୍ରୀ ସୁଶ୍ରୀ ଉମାଭାରତି ମତ ଦେଇଛନ୍ତି । ଏଥିରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମେତ, ରାଜ୍ୟପାଳ ଗଣଶୀଲାଲ, ମଧ୍ୟ ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶ୍ରୀ ଉମା ଭାରତୀ, ରାଜ୍ୟ ଯୋଜନା ବୋର୍ଡ ଉପାଧକ୍ଷ ସଞ୍ଜୟ ଦାସ ବର୍ମା, ଜଟଣୀ ବିଧାୟକ ସୁର ରାଉତରାୟ ଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଓ ସାଧୁସନ୍ଥ ଯୋଗଦାନ କରିଥିଲେ |

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.