ETV Bharat / city

ଅଣସରର ତୃତୀୟ ଦିନରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ସେବା

ଅଣସରର ତୃତୀୟ ଦିନରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ସେବା । ପଞ୍ଚମୀରେ ଫୁଲୁରି ତେଲ ଲାଗି ପରେ ସୁସ୍ଥ ହେବେ । ଅଧିକ ପଢନ୍ତୁ

author img

By

Published : Jun 17, 2022, 5:43 PM IST

ଅଣସରର ତୃତୀୟ ଦିନରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ସେବା
ଅଣସରର ତୃତୀୟ ଦିନରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ସେବା

ପୁରୀ: ଅଣସରର ତୃତୀୟ ଦିନରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ସେବା । ପଞ୍ଚମୀରେ ଫୁଲୁରି ତେଲ ଲାଗି ପରେ ଧୀରେ ଧୀରେ ସୁସ୍ଥ ହେବେ ମହାପ୍ରଭୁ । ସ୍ନାନଯାତ୍ରାରେ ମହାପ୍ରଭୁ ସ୍ନାନ କରିବା ପରେ ଜ୍ବରାକ୍ରାନ୍ତ ହୋଇ ଅଣସର ଘରେ ରହିଛନ୍ତି । ଆଜି(ଶୁକ୍ରବାର) ଅଣସର ତୃତୀୟ ଦିବସ । ଆସନ୍ତାକାଲି ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ଫିଟାହେବ ।

ତେବେ ଅଣସର ଘରେ ଦଇତାପତି ସେବକମାନେ ଗୁପ୍ତ ସେବା କରୁଛନ୍ତି । ଶ୍ରୀମନ୍ଦିରରେ ପଟି ଦିଅଁଙ୍କ ମଧ୍ୟାନ ଧୂପ ପୂଜା ପରେ ପତି ମହାପାତ୍ର ଓ ଦଇତାପତିମାନେ ଅଣସର ଘରେ ପ୍ରବେଶ କରି ମହାପ୍ରଭୁଙ୍କ ଉପଚାର ପାଇଁ ବିଭିନ୍ନ ସେବାରେ ଲାଗିଛନ୍ତି । ମହାପ୍ରଭୁଙ୍କ ନିକଟରେ ଧଳା ଫୁଲ ଲାଗି ହେଉ ଥିବାବେଳେ କ୍ଷୀର, ସର, ଦହି ସମେତ ଅନେକ ଦ୍ରବ୍ୟରେ ନିର୍ମିତ ପଣା ଓ ଚକଟା ଭୋଗ ମହାପ୍ରଭୁଙ୍କ ନିକଟରେ ଲାଗି କରାଯାଇଥାଏ । ଆସନ୍ତା ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ଠାରେ ଫୁଲୁରି ତେଲ ଲାଗି ହେବ । ପରେ ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହୋଇ ଭକ୍ତଙ୍କୁ ନବ ଯୌବନ ଦିନ ଦର୍ଶନ ଦେବେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.