ETV Bharat / city

ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଲାଗିଲା ତିନି ରଥ

author img

By

Published : Jun 23, 2020, 5:37 PM IST

କୋଭିଡ କଟକଣା ମଧ୍ୟରେ ସମ୍ପନ୍ନ ହେଲା ରଥଟଣା । ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିସାରିଛି । ଅଧିକ ପଢନ୍ତୁ...

ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଲାଗିଲା ତିନି ରଥ
ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଲାଗିଲା ତିନି ରଥ

ପୁରୀ: ଶରଧାବାଲିରେ ଲାଗି ସାରିଛି ତିନି ରଥ । ଶ୍ରୀଜୀଉ ଆସି ପହଞ୍ଚିଛନ୍ତି ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନାରେ । ବଡ ଠାକୁର ବଳଭଦ୍ରଙ୍କ ତାଳଧ୍ବାଜ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପରେ ଶେଷରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଶରଧାବାଲିରେ ପହଞ୍ଚିଛି । ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି ।

ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଲାଗିଲା ତିନି ରଥ

ସେବାୟତମାନେ ତିନି ରଥକୁ ଟାଣିଟାଣି ଆଣି ଶ୍ରୀଗୁଣ୍ଡିଚା ମନ୍ଦିର ପାଖରେ ପହଞ୍ଚାଇଛନ୍ତି । ଘଣ୍ଟଘଣ୍ଟା, କାହାଳୀ ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହୋଇଛି ଚାରିଦିଗ । ସେପଟେ ରଥଯାତ୍ରାରେ ଆଜି ଭକ୍ତଶୂନ୍ୟ ହୋଇପଡିଥିଲା ବଡଦାଣ୍ଡ । ଭକ୍ତ ମନରେ ମହାପ୍ରଭୁଙ୍କ ରଥକୁ ଟାଣି ନ ପାରିବାର ଦୁଃଖ ରହିଛି ।

ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ କୋଭିଡର ସମସ୍ତ ନିୟମ ପାଳନ ସହ ସମ୍ପନ୍ନ ହୋଇଛି ଶ୍ରୀଗୁ୍ଣ୍ଡିଚା ଯାତ୍ରା । ସମସ୍ତ ନୀତିକାନ୍ତ ଠିକ ସମୟରେ ଅନୁଷ୍ଠିତ ହୋଇଥିବାବେଳେ କଟକଣା ମଧ୍ୟରେ ରଥଟଣା ହୋଇଛି । ତେବେ ବୁଧବାର ଶ୍ରୀଜୀଉ ଆଡପ ମଣ୍ଡପ ବିଜେ କରିବେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.